ଘରେ ଲଗାନ୍ତୁ ଏହି ଫଟୋ, ସବୁ ଦିଗରୁ ଭଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 13, 2018

ଘରେ ଲଗାନ୍ତୁ ଏହି ଫଟୋ, ସବୁ ଦିଗରୁ ଭଲ

painting

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲୋକେ ଘରେ, ଅଫିସ୍‌ କିମ୍ୱା ଦୋକାନରେ ଅନେକ ପ୍ରକାରର ଫଟୋ ଲଗାଇଥାନ୍ତି। ସାଧାରଣତଃ ଏସବୁ ସ୍ଥାନରେ ଫଟୋ ଓ ପେଣ୍ଟିଂ ଆଦି ଲଗାଇଲେ ସୌନ୍ଦର୍ଯ୍ୟ ବଢ଼ିଥାଏ। ଆଉ ଅଧିକାଂଶ ସେହି ଉଦ୍ଦେଶ୍ୟରେ ହିଁ ଘରେ ଅବା ଅଫିସ୍‌ରେ ଫଟୋ ଲଗାଇ ଥାଆନ୍ତି।

କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ, ଏହି ସବୁ ସ୍ଥାନ ମାନଙ୍କରେ ଲଗା ଯାଉଥିବା ଫଟୋ ବ୍ୟକ୍ତି ଉପରେ ଉଭୟ ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପକାଇଥାଏ।

ଏଥିପାଇଁ ବାସ୍ତୁଶାସ୍ତ୍ର କହୁଛି, କେବଳ ସକାରାତ୍ମକ ପ୍ରଭାବ ପକାଉଥିବା ଫଟୋକୁ ଏସବୁ ସ୍ଥାନରେ ଲଗାନ୍ତୁ। ତେବେ କେଉଁ ଫଟୋ ସକାରାତ୍ମକ ପ୍ରଭାବ ପକାଏ, ତାହା ଆପଣ କେମିତି ଜାଣିବେ? ଏ ସଂପର୍କରେ ବି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

ବାସ୍ତୁଶାସ୍ତ୍ରରେ ଯେଉଁ ସବୁ ଫଟୋକୁ ଶୁଭ ବୋଲି କୁହାଯାଇଛି, ସେଥିରୁ ଗୋଟିଏ ହେଉଛି ହଂସର ଫଟୋ। ହଂସ ଫଟୋକୁ ଆପଣ ଘରେ, ଦୋକାନରେ ଅବା ଅଫିସ୍‌ରେ ଲଗାଇ ପାରନ୍ତି। ଏହା ଦ୍ୱାରା କ’ଣ ଲାଭ ମିଳେ ପଢ଼ନ୍ତୁ।

swan

– ହଂସକୁ ଏକ ପବିତ୍ର ପକ୍ଷୀ ବୋଲି କୁହାଯାଏ। ହଂସର ଫଟୋ ଲଗାଇଲେ ଘରୁ ନକାରାତ୍ମକ ଶକ୍ତି ନାଶ ହୋଇଥାଏ।

– ଘରେ ପିଲାଙ୍କ ପଢ଼ିବା ଟେବୁଲ୍‌ରେ ହଂସର ଫଟୋ ରଖନ୍ତୁ। ଏପରି କଲେ ପିଲାମାନେ ପାଠପଢ଼ାରେ ମନ ଦେଇଥାନ୍ତି।

– ଦୋକାନ ଏବଂ ଅଫିସ୍‌ରେ ହଂସର ଫଟୋ ଲଗାଇଲେ ଆର୍ଥିକ ଲାଭ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।

– ଘରେ ହଂସ ଫଟୋ ଲଗାଇଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

ତେବେ ହିଂସ୍ର ପଶୁଙ୍କ ଫଟୋ ଘରେ ଲଗାଇବାକୁ ବାସ୍ତୁଶାସ୍ତ୍ରରେ ବାରଣ କରାଯାଇଛି। କୁହାଯାଏ, ଏଭଳି ଫଟୋ ଘରେ ଲଗାଇଲେ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ ଏବଂ ଘରର ସଦସ୍ୟଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥାଏ।



from Odisha Reporter https://ift.tt/2QOw3BI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages