ବିସିସିଆଇରେ ପହଞ୍ଚିଲା #Me too ଅଭିଯାନ, କିଏ ଫସିଛନ୍ତି ପଢ଼ନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 13, 2018

ବିସିସିଆଇରେ ପହଞ୍ଚିଲା #Me too ଅଭିଯାନ, କିଏ ଫସିଛନ୍ତି ପଢ଼ନ୍ତୁ

RahulJohri

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ନିଆଁ ପରି ବ୍ୟାପୁଥିବା ‘ମିଟୁ’ ଅଭିଯାନ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡ(ବିସିସିଆଇ) ପର୍ଯ୍ୟନ୍ତ ପହଞ୍ଚି ସାରିଛି। ଜଣେ ମହିଳା ସାମ୍ବାଦିକ ବିସିସିଆଇ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ରାହୁଲ୍‌ ଜୋହରିଙ୍କ ଉପରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଲଗାଇଛନ୍ତି।

ରାହୁଲ୍‌ ଜୋହରୀଙ୍କ ଉପରେ ଏହି ଅଭିଯୋଗ ଲାଗିବା ପରେ ସୁପ୍ରିମ୍‌କୋର୍ଟ ଏବଂ ବିସିସିଆଇର ପ୍ରଶାସନିକ ସମିତି ତାଙ୍କୁ ଏହାର ଜବାବ ମାଗିଛନ୍ତି।

ଅଭିଯୋଗ ଆଣିଥିବା ମହିଳା ସାମ୍ୱାଦିକ ଜଣଙ୍କ ପୂର୍ବରୁ ତାଙ୍କର ସହଯୋଗୀ ଥିଲେ। ବିସିସିଆଇରେ ଯୋଗ ଦେବା ପୂର୍ବରୁ ରାହୁଲ୍‌ ଦକ୍ଷିଣ ଏସିଆର ଏକ ସାଟେଲାଇଟ୍‌ ଚ୍ୟାନେଲ୍‌ରେ କାର୍ଯ୍ୟ କରୁଥିଲେ।

ତେବେ ଏହି ମହିଳା ସାମ୍ବାଦିକ ଜଣଙ୍କ ତାଙ୍କ ନାମ ପ୍ରକାଶ କରି ନାହାନ୍ତି। ସେ ତାଙ୍କ ନାମ ଗୋପନ ରଖି ସୋଶାଲ ମିଡିଆରେ ଲିଖିତ ଆକାରରେ ରାହୁଲ୍‌ଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।

ସେ କହିଛନ୍ତି,“ରାହୁଲ୍‌ ମୋତେ ଚାକିରି ଦେବେ ବୋଲି କହିଥିଲେ। ଏ ବିଷୟରେ କଥା ହେବା ପାଇଁ ସେ ମୋତେ ତାଙ୍କ ଘରକୁ ନେଇ ଯାଇଥିଲେ। ମୁଁ ତାଙ୍କ ପତ୍ନୀଙ୍କୁ ପୂର୍ବରୁ ଜାଣିଥିଲି। ତେବେ ମୁଁ ସେଠାରେ ପହଞ୍ଚିବା ପରେ ଦେଖିଲି ତାଙ୍କ ପତ୍ନୀ ନାହାନ୍ତି। ଆଉ ମତେ ସେଠାରେ ଦୁର୍ବ୍ୟବହାର କରିଥିଲେ।”



from Odisha Reporter https://ift.tt/2RP3q8N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages