ସାଙ୍ଘାତିକ: ‘ଜନଧନ’ ଖାତା ଖୋଲିବା ପାଇଁ ନିଆଯାଉଛି ୨୨୦ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 22, 2018

ସାଙ୍ଘାତିକ: ‘ଜନଧନ’ ଖାତା ଖୋଲିବା ପାଇଁ ନିଆଯାଉଛି ୨୨୦ ଟଙ୍କା

ବଲାଙ୍ଗିର (ସସ୍ମିତା ସାହୁ): ବ୍ୟାଙ୍କ ସହିତ ତଳରୁ ତଳ ସ୍ତରର ଲୋକଙ୍କୁ ଯୋଡ଼ିବା ପାଇଁ କେନ୍ଦ୍ର ସରକାର ‘ଜନଧନ ଯୋଜନା’ରେ ଜିରୋ ବାଲାନ୍ସରେ ଆକାଉଣ୍ଟ ଖୋଲିବାର ଯୋଜନା କରିଥିଲେ। କିନ୍ତୁ ଏଥିରେ ମଧ୍ୟ ହେଉଛି ହରିଲୁଟ। ବିଭିନ୍ନ ଜାଗାରେ ଷ୍ଟେଟ ବ୍ୟାଙ୍କ ଖୋଲିଥିବା ସିଏସ୍‌ପି (ଗ୍ରାହକ ସେବା କେନ୍ଦ୍ର) କାଉଣ୍ଟରରେ ଚାଲିଛି ବେଆଇନ୍‌ କାରବାର। ଖାତା ଖୋଲିବା, ଟଙ୍କା ଡିପୋଜିଟ କରିବା ଓ ଟଙ୍କା କାଢ଼ିବା ପାଇଁ ଖୋଲାଖୋଲି ଚାଲିଛି କମିଶନ କାରବାର। ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଳକରୁ ଆସିଛି ଏପରି ଗୁରୁତର ଅଭିଯୋଗ।

ଶୁଣନ୍ତୁ ଏଇ କଥୋପକଥନ

ଆବେଦନକାରୀ: ଖାତା ଖୋଲିଲେ କେତେ ଟଙ୍କା ନିଅ?

ସିଏସ୍‌ପି କର୍ମଚାରୀ: ୨୨୦ ଟଙ୍କା

ଆବେଦନକାରୀ: ନୂଆ ଖୋଲିଲେ?

ସିଏସ୍‌ପି କର୍ମଚାରୀ: ବାଲାନ୍ସ ରହିଛି କି ଜିରୋ ଆକାଉଣ୍ଟ ?

ଆବେଦନକାରୀ: ହୁଁ

ସିଏସ୍‌ପି କର୍ମଚାରୀ: ଜିରୋ ଆକାଉଣ୍ଟ ଜନଧନ୍‌ ଖାତା

ଆବେଦନକାରୀ: ଟଙ୍କା ଉଠାଇଲେ କେତେ ନିଅ?

ସିଏସ୍‌ପି କର୍ମଚାରୀ: ଛୁଟି ଥିଲେ ୧୦ ହଜାରରେ ୫୦ ଟଙ୍କା, ୨୦ ହଜାରରେ ୧୦୦ ଟଙ୍କା

ଜନଧନ ଆକାଉଣ୍ଟରେ ଖାତା ଖୋଲିବା ପାଇଁ ଖୁଲମ୍‌ଖୁଲ୍ଲା ବେଆଇନ କାରବାର ହେଉଛି। ୨୨୦ ଟଙ୍କା ଦାବି କରୁଛନ୍ତି ଦେଓଗାଁ ଷ୍ଟେଟ୍‌ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର (ସିଏସ୍‌ପି) କର୍ମଚାରୀ। ଟଙ୍କା ଡିପୋଜିଟ୍‌ ଓ ଟଙ୍କା କାଢ଼ିବା ପାଇଁ ମଧ୍ୟ ମାଗୁଛନ୍ତି କମିଶନ।

ନିୟମ କହୁଛି, କୌଣସି ଟଙ୍କା ନଦେଇ ଜିରୋ ବାଲାନ୍ସରେ ଖୋଲିହେବ ଜନଧନ ଆକାଉଣ୍ଟ। ଏପରିକି ‘ଜନଧନ’ ଆକାଉଣ୍ଟରେ କାରବାର କଲେ ମଧ୍ୟ କୌଣସି କମିଶନ୍‌ ଦେବାକୁ ପଡ଼ିନଥାଏ। କିନ୍ତୁ ଦେଓଗାଁ ଷ୍ଟେଟ ବ୍ୟାଙ୍କ ପାଇଁ କାମ କରୁଥିବା ସିଏସ୍‌ପି ସେଣ୍ଟରରେ ଚାଲିଛି ଏଭଳି କମିଶନ କାରବାର। ଆଉ ଯାହାର ଭିଡିଓ ଏବେ ଭାଇରାଲ୍‌ ହୋଇଛି।

ଏଭଳି ବେଆଇନ କାରବାର ସମ୍ପର୍କରେ ସୂଚନା ପାଇବା ପରେ ‘ଓଡ଼ିଶା ରିପୋର୍ଟର’ର ପ୍ରତିନିଧି ଅନେକ ‘ଜନଧନ’ ଆକାଉଣ୍ଟଧାରୀଙ୍କ ସହିତ ଯୋଗାଯୋଗ କରିଥିଲେ। ସମସ୍ତେ ସମାନ ଅଭିଯୋଗ ଆଣିଥିଲେ। ୨୨୦ ଟଙ୍କା ନଦେଲେ ‘ଜନଧନ’ ଆକାଉଣ୍ଟ ଖୋଲାଯାଉନାହିଁ। ଏପରିକି କିଛି ଲୋକଙ୍କ ପାଖରୁ ୫୦୦ ଟଙ୍କା ଲେଖାଏଁ ମଧ୍ୟ ଆଦାୟ କରାଯାଉଥିବା ଅଭିଯୋଗ ହେଉଛି। ଟଙ୍କା ରଖିବା ଓ କାଢ଼ିବା ପାଇଁ ପଇସା ଦେବାକୁ ପଡୁଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ସ୍ଥାନରେ ସିଏସ୍‌ପି କେନ୍ଦ୍ର ଖୋଲିବା କଥା ସେଠାରେ ଖୋଲାଯାଇନାହିଁ। ଏସ୍‌ବିଆଇ ସିଏସ୍‌ପି କେନ୍ଦ୍ର ବଡ଼ବାହାଲରେ ଖୋଲିବା କଥା। ମାତ୍ର ଦେଓଗାଁରେ କାଉଣ୍ଟର ଖୋଲାଯାଇଛି। ତେବେ ଅନୁସନ୍ଧାନରୁ ଜଣାପଡ଼ିଛି, ସିଏସ୍‌ପି କାଉଣ୍ଟର ମାଲିକଙ୍କ ବଡ଼ ଭାଇ ଦେଓଗାଁ ଷ୍ଟେଟ ବ୍ୟାଙ୍କ କର୍ମଚାରୀ। ତେଣୁ ସଲାସୁତୁରାରେ କମିଶନ କାରବାର ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ସେପଟେ ଏ ସମ୍ପର୍କରେ ପଚାରିଲେ ବ୍ରାଞ୍ଚ ମ୍ୟାନେଜର ଓ ସିଏସ୍‌ପି କାଉଣ୍ଟର ମାଲିକ ନିଜ ମୁଣ୍ଡରୁ ଦୋଷ ଖସାଇଉନ୍ତି।



from Odisha Reporter https://ift.tt/2PSQOwk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages