
ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟ୍ର ପଲ ଆଡାମ୍ସଙ୍କ ନିଆରା ବୋଲିଂ ଶୈଳୀ କଥା ଆପଣ ସମସ୍ତେ ଜାଣିଥିବେ। ତାଙ୍କ ଭଳି ବୋଲିଂ କରିବାକୁ ଅନେକ ବୋଲର୍ ଚେଷ୍ଟା କରିଥିଲେ ହେଁ କେହି ବି ଆଡାମ୍ସଙ୍କ ଶୈଳୀକୁ ନକଲ କରିପାରି ନଥିଲେ।
ଏବେ କିନ୍ତୁ ଇଣ୍ଟରନେଟ୍ରେ ଏକ ଭିଡିଓ ଭାଇରାଲ୍ ହୋଇଛି। ଯେଉଁଥିରେ ଆଡାମ୍ସଙ୍କ ଭଳି ଜଣେ ଯୁବ ଖେଳାଳି ବୋଲିଂ କରୁଥିବା ଦେଖିବାକୁ ମିଳିଛି। ଏହି ଯୁବ ଖେଳାଳିଙ୍କ ବୋଲିଂ ପୁଣିଥରେ ଆଡାମ୍ସଙ୍କ ବୋଲିଂ ଶୈଳୀର ସ୍ମୃତିକୁ ତାଜା କରିଥିବା ଅନେକ ଲୋକ ମତଦେଇଛନ୍ତି।
ହଂକଂ କ୍ରିକେଟ୍ ବୋର୍ଡ ପକ୍ଷରୁ ଏକ ଭିଡିଓ ଟ୍ୱିଟ୍ କରାଯାଇଛି। ଯେଉଁଥିରେ ଅଣ୍ଡର ୧୩-ବର୍ଗର ଜଣେ ଖେଳାଳି ବୋଲିଂ କରୁଥିବାର ଦୃଶ୍ୟ ରହିଛି। ଏହି ନାବାଳକ କ୍ରିକେଟର୍ ଜଣଙ୍କ ଆଡାମ୍ସଙ୍କ ଭଳି ବୋଲିଂ କରୁଥିବା ଦେଖିବାକୁ ମିଳିଛି। କ୍ରିକେଟ୍ ହଂକଂ ଏହି ଭିଡିଓକୁ ପୋଷ୍ଟ କରି ପଚାରିଛି- “ଏଭଳି ବୋଲିଂ ଷ୍ଟାଇଲ୍ କାହାର ସ୍ମୃତିକୁ ତାଜା କରିଛି? ବୋଧେ ଏଭଳି ଶୈଳୀରେ ପୂର୍ବରୁ କେହି ଜଣେ ବୋଲିଂ କରୁଥିଲେ?”
ପଲ୍ ଆଡାମ୍ସ ନିଜେ ଏହି ଭିଡିଓକୁ ପସନ୍ଦ କରିବା ସହ ଉକ୍ତ ଅଣ୍ଡର-୧୩ କ୍ରିକେଟର୍ଙ୍କୁ ଏହା ବଜାୟ ରଖିବାକୁ କହିଛନ୍ତି।
ଆଡାମ୍ସ ହେଉଛନ୍ତି ଜଣେ ବାମହାତୀ ସ୍ପିନ୍ ବୋଲର୍। କିନ୍ତୁ ଏବେକାର ଅଣ୍ଡର-୧୩ ବାଳକ ଜଣଙ୍କ ଡାହଣହାତୀ ସ୍ପିନର୍।
ଆଡାମ୍ସ ବୋଲିଂ କଲାବେଳେ ତାଙ୍କ ମୁହଁ ଆକାଶ ଆଡ଼କୁ ରହିଥାଏ। ଏଭଳି ବୋଲିଂ କରି ମଧ୍ୟ ସେ ଅନେକ ବ୍ୟାଟସ୍ମ୍ୟାନ୍ଙ୍କୁ ଆଉଟ୍ କରିଛନ୍ତି। ମୁଣ୍ଡ ଓ ମୁହଁ ଆକାଶ ଆଡ଼କୁ ରହିଥିଲେ ହେଁ ସେ ଯଦି କୌଣସି ବ୍ୟାଟସ୍ମ୍ୟାନ୍ ଷ୍ଟେପ୍ ଆଉଟ୍ କରନ୍ତି, ତା’ହେଲେ ତଦନୁଯାୟୀ ମଧ୍ୟ ବଲ୍ ପକାଇ ପାରନ୍ତି। ତାଙ୍କ ବୋଲିଂ ଶୈଳୀ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଥିଲା। କିନ୍ତୁ ଆହତ ସମସ୍ୟା ଯୋଗୁ ତାଙ୍କ କ୍ୟାରିୟର୍ ଆଗକୁ ବଢ଼ି ପାରି ନଥିଲା।
୧୯୯୫ରେ ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ମ୍ୟାଚ୍ରେ ଡେବ୍ୟୁ କରିଥିଲେ। ସେହିଭଳି ୧୯୯୬ରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ମଧ୍ୟ ସେ ଦିନିକିଆରେ ଡେବ୍ୟୁ କରିଥିଲେ। ଟେଷ୍ଟ୍ରେ ଆଡାମ୍ସ ୧୩୪ଟି ୱିକେଟ୍ ନେଇଥିବା ବେଳେ ଦିନିକିଆରେ ୨୯ଟି ୱିକେଟ୍ ନେଇଛନ୍ତି।
ଦେଖନ୍ତୁ ଭିଡିଓ:
Captured during the U-13s league today – does this bowling action remind you of someone? 🤔#cricket #hongkong #FrogInABlender@PaulAdams39 pic.twitter.com/Yj2Z07r4nZ
— Hong Kong Cricket (@CricketHK) October 21, 2018
from Odisha Reporter https://ift.tt/2yQmISG
No comments:
Post a Comment