ଦୁର୍ବଳ ହୋଇ ପଶ୍ଚିମବଙ୍ଗ ମୁହାଁଇଲା ତିତ୍‌ଲି : ଦକ୍ଷିଣ ଓଡ଼ିଶାରେ ତାଣ୍ଡବ ରଚିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 11, 2018

ଦୁର୍ବଳ ହୋଇ ପଶ୍ଚିମବଙ୍ଗ ମୁହାଁଇଲା ତିତ୍‌ଲି : ଦକ୍ଷିଣ ଓଡ଼ିଶାରେ ତାଣ୍ଡବ ରଚିଲା

ଗଜପତି/ବ୍ରହ୍ମପୁର/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବଙ୍ଗୋସାଗରରେ ଆସିଥିବା ବାତ୍ୟା ତିତ୍‌ଲି ଧୀରେ ଧୀରେ ଦୁର୍ବଳ ହୋଇ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇଛି। ଦକ୍ଷିଣ ଓଡ଼ିଶାରେ ବାତ୍ୟା ତିତ୍‌ଲିର ପ୍ରକୋପ ଦେଖିବାକୁ ମିଳିଛି। ଗଜପତି ଓ ଗଞ୍ଜାମରେ ତାଣ୍ଡବ ରଚିବା ପରେ ରାୟଗଡ଼ା ଏବଂ କନ୍ଧମାଳରେ ବି ବ୍ୟାପକ କ୍ଷୟକ୍ଷତି କରିଛି ତିତ୍‌ଲି। ବାତ୍ୟା ଅଣଚାଷ ପବନ ସାଙ୍ଗକୁ ପ୍ରବଳ ବର୍ଷାରେ ଉପୁଡି ପଡିଛି ପୁରୁଣା ଗଛ। ଉଡ଼ାଇ ନେଇଛି ଘରର ଛାତ।

କେଉଁଠି ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଛି ତ’ କେଉଁଠି ବିଛିନ୍ନ ହୋଇଛି ଯୋଗାଯାଗ।  ସବୁଠି ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଗଜପତି ଜିଲ୍ଲାକୁ ଅଧିକ ୨ଟି ଏନ୍‌ଡିଆରଏଫ୍‌ ଟିମ୍ ପଠାଯାଇଛି । ବାତ୍ୟା ଏବେ ରାୟଗଡ଼ା ଦେଇ ପଶ୍ଚିମବଙ୍ଗ ମୁହାଁ ହୋଇଥିଲେ ବି ବର୍ଷା ଲାଗି ରହିଥିବାରୁ ଲୋକଙ୍କ ଦୁର୍ଦ୍ଦଶା ବଢିଛି। ବାତ୍ୟା ତିତ୍‌ଲି ସବୁଠୁ ଅଧିକ ତାଉ ଦେଖାଇଛି ଗଜପତି ଜିଲ୍ଲାରେ।

ଆନ୍ଧ୍ରର ପଲାସା ନିକଟରେ ଲ୍ୟାଣ୍ଡଫଲ୍ କରିବା ପରେ ତା ପ୍ରଭାବରେ କିଛି ଘର ଦ୍ୱାର ଭାଙ୍ଗିଯିବା ସହ ଚାଳ ଛପର ଉଡ଼େଇ ନେଇଛି। ପବନ ସାଙ୍ଗକୁ ପ୍ରବଳ ବର୍ଷା ଯୋଗୁ ରାସ୍ତା ଉପରେ ଉପୁଡ଼ି ପଡ଼ିଛି ବଡ଼ ବଡ଼ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ। ପାରଳାଖେମୁଣ୍ଡିରୁ ବିଭିନ୍ନ ସ୍ଥାନକୁ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ । ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ବସ୍ତି ଅଞ୍ଚଳର ଲୋକେ । ବହୁ କଚା ଘର ଭାଙ୍ଗି ପଡ଼ିଥିବା ବେଳେ ଘର ଛପର ଉଡ଼ି ଯାଇଛି। ପାରଳାଖେମୁଣ୍ଡିରେ ୭ଟି ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କୁ ରଖାଯାଇଛି। ଉଭୟ ବିଦ୍ୟୁତ୍‌ ଓ ଟେଲି ଯୋଗାଯୋଗ ଏଠାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି।



from Odisha Reporter https://ift.tt/2Ed8OQz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages