
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର) ଜାପନର ପ୍ରମୁଖ କାର୍ ନିର୍ମାତା ହଣ୍ଡା କାର୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ଭାରତରେ ଏହାର ତୃତୀୟ ମାନୁଫ୍ୟାକ୍ଚରିଂ ପ୍ଲାଣ୍ଟ ସ୍ଥାପନ କରିବ। ଏଥିପାଇଁ କମ୍ପାନୀ ଗୁଜରାଟକୁ ପ୍ରକୃଷ୍ଟ ସ୍ଥାନ ଭାବେ ବାଛିଥିବା ବେଳେ ଏଠାରେ ପ୍ରାୟ ୩୮୦ ଏକର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରି ଦେଇଛି।
ଏହି ପ୍ଲାଣ୍ଟ୍ ସ୍ଥାପନ ସକାଶେ ହଣ୍ଡା ପାଖାପାଖି ୯,୨୦୦ କୋଟି ପୁଞ୍ଜି ନିବେଶ ଯୋଜନା ରଖିଥିବା ବେଳେ ଏଠାରେ ହାଇବ୍ରିଡ୍ ଏବଂ ବିଦ୍ୟୁତଚାଳିତ ଯାନ ଉତ୍ପାଦନ କରାଯିବ।
ଏ ସମ୍ପର୍କରେ ହଣ୍ଡା କାର୍ସ ଇଣ୍ଡିଆର ସଭାପତି ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗାକୁ ନାକାନିଶି କହିଛନ୍ତି, ଏହି ନିବେଶ ଯୋଜନା ଏବଂ ପ୍ଲାଣ୍ଟ ସ୍ଥାପନ ଫଳରେ ଭାରତରେ ହଣ୍ଡାର ସ୍ଥିତି ଆହୁରି ମଜଭୁତ ହେବ।
ସୂଚନା ଅନୁସାରେ ୧୯୯୮ ରୁ ଭାରତରେ ହଣ୍ଡା କାର୍ସ ପ୍ରବେଶ କରିଛି। ତୃତୀୟ ପ୍ଲାଣ୍ଟ୍ ପାଇଁ ୯୨୦୦ କୋଟିର ନିବେଶ ସଫଳ ହେଲେ ଏଯାବତ କମ୍ପାନୀର ମୋଟ ନିବେଶ ପରିମାଣ ୧୮୫୦୦ କୋଟି ଟପିବ।
ଏବେ ହଣ୍ଡାର ଗ୍ରେଟର ନଏଡା ଏବଂ ରାଜସ୍ଥାନରେ ଦୁଇଟି ପ୍ଲାଣ୍ଟ୍ ରହିଛି। ଏଠାରେ ବର୍ଷକୁ କମ୍ପାନୀ ପ୍ରାୟ ୨ ଲକ୍ଷ ୮୦ ହଜାର ୟୁନିଟ ଯାନ ଉତ୍ପାଦନ କରିବାର କ୍ଷମତା ବହନ କରୁଛି ବୋଲି କୁହାଯାଇଛି।
from Odisha Reporter https://ift.tt/2Og3UXs
No comments:
Post a Comment