ମହିଳା ଦିନିକିଆରେ ଅବିଶ୍ୱସନୀୟ ବିଜୟ, ଶୁଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 16, 2018

ମହିଳା ଦିନିକିଆରେ ଅବିଶ୍ୱସନୀୟ ବିଜୟ, ଶୁଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ମେଲବର୍ଣ୍ଣ: କ୍ରିକେଟ୍‌ର ୫୦ ଓଭର ବିଶିଷ୍ଟ ମ୍ୟାଚ୍‌ରେ ଆପଣ ଅନେକ ରେକର୍ଡ କଥା ଶୁଣିଥିବେ। ହେଲେ ମହିଳା ହେଉ କି ପୁରୁଷ ମ୍ୟାଚ୍‌ରେ ଆପଣ କେବେ ହେଲେ ଏଭଳି ଅବିଶ୍ୱସନୀୟ ବିଜୟ କଥା ଶୁଣି ନଥିବେ। କିନ୍ତୁ ଏଭଳି ଏକ ଅବିଶ୍ୱସନୀୟ ଘଟଣା ଦକ୍ଷିଣ ଅଷ୍ଟ୍ରେଲିଆନ୍‌ କ୍ରିକେଟ୍‌ ଆସୋସିଏସନ୍‌(ଏସ୍‌ଏସିଏ) ପ୍ରିମିୟର ଲିଗ୍‌ର ମହିଳା ମ୍ୟାଚ୍‌ରେ ଦେଖିବାକୁ ମିଳିଛି।

ଗୋଟିଏ ଟିମ୍‌ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭର୍‌ରେ ୩ ୱିକେଟ୍‌ ହରାଇ ୫୯୬ ରନ୍‌ କରିଥିବା ବେଳେ ପ୍ରତିପକ୍ଷ ଟିମ୍‌ ମାତ୍ର ୨୫ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି। ଫଳରେ ପ୍ରଥମେ ବ୍ୟାଟିଂ କରିଥିବା ମହିଳା ଟିମ୍‌ ମ୍ୟାଚ୍‌କୁ ବିଶାଳ ୫୭୧ ରନ୍‌ରେ ଜିତି ରେକର୍ଡ କରିଛି।

ନର୍ଦନ ଡିଷ୍ଟ୍ରିକ୍ ଓ ପୋର୍ଟ ଆଡିଲେଡ୍‌ ମଧ୍ୟରେ ମ୍ୟାଚ୍‌ ହୋଇଥିଲା। ନର୍ଦନ ଡିଷ୍ଟ୍ରିକ୍ ଟିମ୍‌ ପ୍ରଥମେ ବ୍ୟାଟିଂ ୪ ଜଣ ବ୍ୟାଟସ୍‌ମ୍ୟାନ୍‌ଙ୍କ ଶତକ ବଦଳରେ ୩ ୱିକେଟ୍‌ ହରାଇ ୫୯୬ ରନ୍‌ କରିଥିଲା।

୨୪୯ ରନ୍‌ରେ ହିଁ ନର୍ଦନ ଡିଷ୍ଟ୍ରିକ୍‌ର ପ୍ରଥମ ବ୍ୟାଟସ୍‌ମ୍ୟାନ୍‌ ଆଉଟ୍‌ ହୋଇଥିଲେ। ନର୍ଦନ ଡିଷ୍ଟ୍ରିକ୍‌ର ବ୍ୟାଟସ୍‌ମ୍ୟାନ୍‌ମାନେ ଏହି ଇନିଂସ୍‌ରେ ୬୪ଟି ଚୌକା ଓ ମାତ୍ର ୩ଟି ଛକା ମାରିଥିଲେ।

ଦଳକୁ ଅତିରିକ୍ତ ୮୮ ରନ୍‌ ମିଳିଥିବା ବେଳେ ଏହା ମଧ୍ୟରେ ୭୫ଟି ୱାଇଡ୍‌ ରହିଥିଲା।

ଏହାର ଜବାବ୍‌ରେ ପୋର୍ଟ ଆଡିଲେଡ୍‌ର ୮ ଜଣ ବ୍ୟାଟସ୍‌ମ୍ୟାନ୍‌ ହିଁ ବ୍ୟାଟିଂ କରିବାକୁ ଆସିଥିଲେ। ଫିଲ୍ଡିଂ ବେଳେ ମଧ୍ୟ ଦଳ ପକ୍ଷରୁ ୧୦ ଜଣ ଖେଳାଳି ପଡ଼ିଆରେ ରହିଥିଲେ।

ଆହତ ଓ ଅନ୍ୟ କାରଣରୁ ଦଳର ଅନ୍ୟ ଦୁଇ ଜଣ ଖେଳାଳି ବ୍ୟାଟିଂ କରିବାକୁ ଆସି ନଥିଲେ। ତେବେ ୮ ଜଣ ବ୍ୟାଟସ୍‌ମ୍ୟାନ୍‌ ମାତ୍ର ୧୦.୫ ଓଭର୍‌ରେ ୨୫ ରନ୍‌ କରିବାକୁ ସକ୍ଷମ ହୋଇଥିଲେ।

ଅନ୍ୟ ଦୁଇ ଜଣ ବ୍ୟାଟସ୍‌ମ୍ୟାନ୍‌ ବ୍ୟାଟିଂ କରିବାକୁ ନ ଆସିବାରୁ ଅମ୍ପାୟାର ମ୍ୟାଚ୍‌କୁ ବନ୍ଦ କରିବାକୁ ନିଷ୍ପତ୍ତି ନେବା ସହ ନର୍ଦନ ଡିଷ୍ଟ୍ରିକ୍‌କୁ ୫୭୧ ରନ୍‌ରେ ବିଜୟୀ ହୋଇଥିବା ଘୋଷଣା କରିଥିଲେ।

ତେବେ ଏତେ ବଡ଼ ବିଜୟ ପରେ ବି ନର୍ଦନ ଡିଷ୍ଟ୍ରିକ୍‌ ବିଶ୍ୱ ରେକର୍ଡ କରିପାରିନାହିଁ।

୨୦୦୭ରେ ଶ୍ରୀଲଙ୍କା ଲିଷ୍ଟ୍‌ ଏ ମ୍ୟାଚ୍‌ରେ କାନଡିୟାନ୍‌ ଲେଡିଜ୍ ଟିମ୍‌ ୫୦ ଓଭର୍‌ରେ ୬୩୨/୪ କରିଥିବା ବେଳେ ଏହାର ପ୍ରତିପକ୍ଷ ପୁଷ୍କାନ୍ଦନ ଲେଡିଜ୍‌ ଟିମ୍‌ ମାତ୍ର ୧୮ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଫଳରେ କାନଡିୟାନ୍‌ ଲେଡିଜ୍ ଟିମ୍‌ ବିଶାଳ ୬୧୪ ରନ୍‌ରେ ମ୍ୟାଚ୍‌ ଜିତିଥିଲା।



from Odisha Reporter https://ift.tt/2AdAb96

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages