ଡେନ୍‌ମାର୍କ ଓପନ୍‌ରେ ବିପର୍ଯ୍ୟୟ: ପ୍ରଥମ ରାଉଣ୍ଡରୁ ହିଁ ସିନ୍ଧୁଙ୍କ ଅଭିଯାନ ଶେଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 16, 2018

ଡେନ୍‌ମାର୍କ ଓପନ୍‌ରେ ବିପର୍ଯ୍ୟୟ: ପ୍ରଥମ ରାଉଣ୍ଡରୁ ହିଁ ସିନ୍ଧୁଙ୍କ ଅଭିଯାନ ଶେଷ

ଓଡେନ୍ସ(ଡେନ୍‌ମାର୍କ): ଡେନ୍‌ମାର୍କ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ବିପର୍ଯ୍ୟୟ ସୃଷ୍ଟି ହୋଇଛି।

ଭାରତର ଷ୍ଟାର ଶଟଲର୍‌ ତଥା ଅଲିମ୍ପିକ୍ସ ରୌପ୍ୟ ବିଜେତା ପିଭି ସିନ୍ଧୁ ପ୍ରଥମ ରାଉଣ୍ଡରୁ ହିଁ ବିଦାୟ ନେଇଛନ୍ତି। ତାଙ୍କୁ ବିଶ୍ୱର ଅନ୍‌ସିଡେଡ୍‌ ଖେଳାଳି ଆମେରିକାର ବେଇୱେନ ଝାଙ୍ଗ ହରାଇ ବଡ଼ ଧରଣର ଓଲଟପାଲଟ କରିଦେଇଛନ୍ତି। ୫୬ ମିନିଟ୍‌ ଧରି ଚାଲିଥିବା ମ୍ୟାଚ୍‌ରେ ସିନ୍ଧୁଙ୍କୁ ଝାଙ୍ଗ ୨-୧ରେ ପରାସ୍ତ କରିଛନ୍ତି।

ମ୍ୟାଚ୍‌ ଆରମ୍ଭରୁ ହିଁ ଝାଙ୍ଗ ଜବରଦସ୍ତ ଶଟ୍‌ ମାରି ସିନ୍ଧୁଙ୍କ ଉପରେ ଚାପ ସଷ୍ଟି କରିଥିଲେ। ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ସେ ପ୍ରଥମ ସେଟ୍‌କୁ ମଧ୍ୟ ୨୧-୧୭ରେ ଜିତି ନେଇଥିଲେ। କିନ୍ତୁ ସିନ୍ଧୁ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ସେଟ୍‌କୁ ୨୧-୧୬ରେ ଜିତିଥିଲେ। ହେଲେ ତୃତୀୟ ତଥା ନିର୍ଣ୍ଣାୟକ ସେଟ୍‌ରେ ଝାଙ୍ଗ ୨୧-୧୮ରେ ସିନ୍ଧୁକୁ ହରାଇ ମ୍ୟାଚ୍‌ କବଜା କରିନେଇଥିଲେ।

ଏହି ପରାଜୟ ପରେ ସିନ୍ଧୁଙ୍କ ଡେନ୍‌ମାର୍କ ଓପନ୍‌ ଅଭିଯାନ ଶେଷ ହୋଇଛି। ଏବେ ଭାରତ ପକ୍ଷରୁ କେବଳ ଅନ୍ୟତମ ମହିଳା ଷ୍ଟାର ଶଟଲର୍‌ ସାଇନା ନେହ୍ୱାଲ ଓ ପୁରୁଷ ବିଭାଗରେ କାଦମ୍ବି ଶ୍ରୀକାନ୍ତ ରହିଛନ୍ତି।



from Odisha Reporter https://ift.tt/2OqGbUG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages