ବେପାର ଘାଟା ଚିନ୍ତା: ଚୀନ୍‌କୁ ଚାଉଳ ଓ ସୋରିଷ ତେଲ ବିକିବ ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 29, 2018

ବେପାର ଘାଟା ଚିନ୍ତା: ଚୀନ୍‌କୁ ଚାଉଳ ଓ ସୋରିଷ ତେଲ ବିକିବ ଭାରତ

china

ନୂଆଦିଲ୍ଲୀ: ଚୀନ୍‌ ସହ ଭାରତ ସବୁଠାରୁ ଅଧିକ ବେପାର କରିଥାଏ। ହେଲେ ଦୁଇ ଦେଶ ମଧ୍ୟରେ ଥିବା ବେପାର ଘାଟା (କ୍ଷତି) ଭାରତ ପାଇଁ ଚିନ୍ତାର କାରଣ ହୋଇ ଆସିଛି। ଏବେ ଏହି କ୍ଷତିର ପରିମାଣ କମାଇବା ପାଇଁ ଦୁଇ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି, “ଚୀନ୍‌ ସରକାର ଭାରତରୁ ଆମଦାନୀ ବଢ଼ାଇବାକୁ ସହମତି ପ୍ରକାଶ କରିଛନ୍ତି।”

ଶ୍ରୀ ପ୍ରଭୁ କହିଛନ୍ତି, “ଚୀନ୍‌ ସରକାର ନଭେମ୍ବର ମାସ ଭାରତୀୟ ଏକ୍ସପୋର୍ଟରଙ୍କୁ ସାକ୍ଷାତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସାକ୍ଷାତ ସମୟରେ ଭାରତୀୟ ଏକ୍ସପୋର୍ଟର ଚୀନ୍‌ ସହ ରହିଥିବା ସମସ୍ୟା ଦୂର କରିବାକୁ ପଦକ୍ଷେପ ନେବା ନେଇ ଆଲୋଚନା କରିବେ।”

ସୂଚନାଯୋଗ୍ୟ, ଭାରତକୁ ଚୀନ୍‌ ଯୋଗୁ ସବୁଠାରୁ ଅଧିକ ବେପାର ଘାଟା ହୋଇଥାଏ। ନ୍ୟୁଜ୍‌ ଏଜେନ୍ସି ‘ରୟଟର’ ପକ୍ଷରୁ କୁହାଯାଇଛି, “ଭାରତ ସରକାର ଏହି ବେପାର କ୍ଷତି କମ କରିବାକୁ ଚାଉଳ ଓ ସୋରିଷ ତେଲ ଅଧିକ ପରିମାଣରେ ରପ୍ତାନୀ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି।”

କ’ଣ ଏହି ବେପାର ଘାଟା

ଭାରତ ଦୀର୍ଘ ବର୍ଷ ହେଲା ବେପାର ଘାଟାର ସମ୍ମୁଖୀନ ହୋଇ ଆସୁଛି। ତେବେ କ’ଣ ଏହି ବେପାର ଘାଟା ତାହା ପ୍ରଥମେ ଜାଣିବା ଦରକାର।

ଯେତିକି ପରିମାଣରେ ବିଦେଶରୁ ଆମଦାନୀ ହେଉଛି, ସେହି ପରିମାଣରେ ରପ୍ତାନୀ ନ କରାଗଲେ ବେପାର ଘାଟା ବା ବେପାରଜନିତ କ୍ଷତି ଉପୁଜିଥାଏ। ଆମଦାନୀର ପରିମାଣ ତୁଳନାରେ ରପ୍ତାନୀ ସମାନ କିମ୍ବା ଅଧିକ ହୋଇ ନଥିଲେ କ୍ଷତି ସହିବାକୁ ପଡ଼ିଥାଏ। ଯାହାକୁ ଭରଣା କରିବାକୁ କୌଣସି ଦେଶକୁ ବିକଳ୍ପ ବ୍ୟବସ୍ଥା ଆପଣାଇବାକୁ ପଡେ।

ବେପାର ଘାଟା ବା କ୍ଷତି ଦୂର କରିବାର ଦୁଇଟି ବିକଳ୍ପ ରହିଛି। ପ୍ରଥମଟି ହେଲା, ଅଧିକ ପରିମାଣରେ ଆମଦାନୀ କରୁଥିବା ଦ୍ରବ୍ୟ ନିଜେ ସୃଷ୍ଟି କରିବା ଓ ଦ୍ୱିତୀୟ ବିକଳ୍ପ ହେଲା ଅଧିକ ପରିମାଣରେ ରପ୍ତାନୀ କରିବା।

ଭାରତ ଅଶୋଧିତ ତେଲ, ସୁନା, କୋଇଲା ଓ ସ୍ମାର୍ଟଫୋନ୍‌ ଉତ୍ପାଦ ଆମଦାନୀରେ ଅଧିକ ପରିମାଣର କ୍ଷତିର ସମ୍ମୁଖୀନ ହେଉଛି। ଅଶୋଧିତ ତେଲ, ସୁନା ଓ କୋଇଲା ପ୍ରାକୃତିକ ଦ୍ରବ୍ୟ ହୋଇଥିବାରୁ ଏହାକୁ ଦେଶ ମଧ୍ୟରେ ସୃଷ୍ଟି କରାଯାଇ କ୍ଷତି ଭରଣା କରିବା ସମ୍ଭବ ନୁହେଁ। ତେଣୁ ଭାରତକୁ ବେପାରରେ କ୍ଷତି କମାଇବାକୁ ହେଲେ, ଅନ୍ୟ ସାମଗ୍ରୀର ରପ୍ତାନୀ ବୃଦ୍ଧି କରିବାକୁ ପଡ଼ିବ।

କେବଳ ଚୀନ୍‌ ନୁହେଁ, ସ୍ୱିଜରଲ୍ୟାଣ୍ଡ ଓ ସାଉଦି ଆରବ ସହ ମଧ୍ୟ ବେପାରରେ ଭାରତକୁ ବହୁତ କ୍ଷତି ସହିବାକୁ ପଡୁଛି। ସମାନତା ଆଣିବାକୁ ହେଲେ, ଏସବୁ ଦେଶକୁ ଭାରତ ବିକ୍ରି କରୁଥିବା ଦ୍ରବ୍ୟର ରପ୍ତାନୀ ପରିମାଣ ବଢ଼ାଇବାକୁ ପଡ଼ିବ।

ସୂଚନା ଅନୁସାରେ, ୨୦୧୭ରେ ଭାରତକୁ ୧୫୦ ବିଲିୟନ ଡଲାରର କ୍ଷତି ସହିବାକୁ ପଡ଼ିଥିଲା। ଏହାର ପରିମାଣ ୨୦୧୦ରେ ୧୩୦ ବିଲିୟନ ଡଲାର ଥିଲା। ବଢ଼ି ଚାଲିଥିବା ଏହି କ୍ଷତି ଦେଶର ବିଦେଶୀ ପୁଞ୍ଜି ଉପରେ ମଧ୍ୟ ପ୍ରଭାବ ପକାଉଛି। ଏହାର ମୁକାବିଲା କରିବାକୁ ମୋଦି ସରକାର ଦେଶରେ ଉତ୍ପାଦିତ ହେଉଥିବା ଚାଉଳ ଓ ଧଳା ସୋରିଷ ଉପରେ ନଜର ପକାଇଛନ୍ତି।

ଚୀନ୍‌ ସରକାର ଭାରତର ଅଣ ବାସୁମତୀ ଚାଉଳ ରପ୍ତାନୀ ଉପରେ ଲଗାଇଥିବା ପ୍ରତିବନ୍ଧକ କିଛିଦିନ ହେବ ଉଠାଇ ଦେଇଛି। ଏହାସହ ଧଳା ସୋରିଷ ଓ ସୋୟାବିନ୍‌ ଉପରେ ଲଗାଇଥିବା ପ୍ରତିବନ୍ଧକ ହଟାଇବାକୁ ନିଷ୍ପତ୍ତି ନେଇଛି। ତେଣୁ ଭାରତ ସରକାର ଚୀନକୁ ଅଧିକ ପରିମାଣରେ ଏହି ଦ୍ରବ୍ୟ ରପ୍ତାନୀ କରି କ୍ଷତି ଭରଣା କରିବାକୁ ଯୋଜନା ରଖିଛନ୍ତି।

୨୦୧୨ରେ ଚୀନ୍‌ ସରକାର ଭାରତର ସୋୟାବିନ ଓ ସୋରିଷରେ ଭେଜାଲ ହୋଇଥିବା ଅଭିଯୋଗ ଆଣି ପ୍ରତିବନ୍ଧକ ଲଗାଇଥିଲା।

ଏବେ ଚୀନ୍‌ ଓ ଆମେରିକା ମଧ୍ୟରେ ବଢ଼ି ଚାଲିଥିବା ଟ୍ରେଡ ୱାର ଓ ଭାରତୀୟ ସୋରିଷ ଓ ସୋୟାବିନର ଚାହିଦାକୁ ଦୃଷ୍ଟିରେ ରଖି ଚୀନ୍‌ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି।



from Odisha Reporter https://ift.tt/2RlDuAC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages