ପୁଣି ଘୁଞ୍ଚିଲା ଅଯୋଧ୍ୟା ଶୁଣାଣି: ଜାନୁଆରୀରେ ସ୍ଥିର ହେବ ତାରିଖ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 29, 2018

ପୁଣି ଘୁଞ୍ଚିଲା ଅଯୋଧ୍ୟା ଶୁଣାଣି: ଜାନୁଆରୀରେ ସ୍ଥିର ହେବ ତାରିଖ

supreme80

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଅଯୋଧ୍ୟା ବିବାଦର ଶୁଣାଣି ଆଜି ସୁପ୍ରିମ୍‌କୋର୍ଟରେ ହେବାର ଥିଲା। ଯାହାକୁ କେବଳ ଭାରତ ନୁହେଁ, ସାରା ବିଶ୍ୱ ଅପେକ୍ଷା କରି ରହିଥିଲା। ହେଲେ କୋର୍ଟ ଏହାର ଶୁଣାଣି ତାରିଖକୁ ଜାନୁଆରୀରେ ସ୍ଥିର କରାଯିବ ବୋଲି କହି ଘୁଞ୍ଚାଇ ଦେଇଚନ୍ତି। ଏନେଇ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ସୂଚନା ଦେବା ସହ “ଜାନୁଆରୀରେ ଉଚିତ୍‌ ବେଞ୍ଚ ଶୁଣାଣିର ତାରିଖ ସ୍ଥିର କରିବେ” ବୋଲି କହିଛନ୍ତି।

ଭାରତର ସଲିସିଟର ଜେନେରାଲ ତୁଷାର ମେହତା ଏବଂ ଅନ୍ୟ ପକ୍ଷମାନେ ଶୀଘ୍ର ଶୁଣାଣି କରିବାକୁ ଦାବି କରିଥିଲେ ମଧ୍ୟ ଖଣ୍ଡପୀଠ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ଆଜି ଏହି ମାମଲାର ଶୁଣାଣି ମାତ୍ର ଦୁଇ ମିନିଟ ପାଇଁ ହୋଇଥିଲା। ଏହାପରେ ଜଷ୍ଟିସ ଗୋଗୋଇ ଏହି ସୂଚନା ଦେଇଥିଲେ। ତେବେ ଯେଉଁ ଉଚିତ ବେଞ୍ଚ ମାମଲାର ଶୁଣାଣି ପାଇଁ ତାରିଖ ଘୋଷଣା କରିବେ ବୋଲି କୁହାଯାଉଛି, ସେଥିରେ ପ୍ରଧାନ ବିଚାରପତି ଜଷ୍ଟିସ ଗୋଗୋଇ ନିଜେ ରହିବେ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ।

ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଗୋଗୋଇ, ଜଷ୍ଟିସ ସଞ୍ଜୟ କିଶନ୍ କୌଲ୍‌ ଏବଂ ଜଷ୍ଟିସ କେ.ଏମ୍‌. ଜୋଜେଫ୍‌ ମାମଲାର ଶୁଣାଣି ଆରମ୍ଭ କରିଥିଲେ। ମାମଲାର ଶୁଣାଣି କେବେଠାରୁ ଆରମ୍ଭ ହେବ ଓ ପ୍ରତିଦିନ କରାଯିବ ନା ନାହିଁ ଆଜି ସ୍ଥିର କରାଯିବାର ଥିଲା।

ପୂର୍ବରୁ ସେପ୍ଟେମ୍ବର ୨୭ ତାରିଖରେ ତତ୍‌କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରା, ଜଷ୍ଟିସ ଅଶୋକ ଭୂଷଣ ଏବଂ ଜଷ୍ଟିସ ଅବଦୁଲ ନଜୀରଙ୍କ ଖଣ୍ଡପୀଠ ୨/୧ ବହୁମତରେ ନିଷ୍ପତ୍ତି ନେଇଥିଲେ ଯେ, ୧୯୯୪ର ସାମ୍ବିଧାନିକ ପୀଠ ନିଷ୍ପତ୍ତିର ପୁନର୍ବିଚାରର ଆବଶ୍ୟକତା ନାହିଁ। ଏଥିରେ କୁହାଯାଇଥିଲା ମସଜିଦ୍‌ରେ ନମାଜ ପଢ଼ିବା ଇସଲାମ ଧର୍ମର ଅଭିନ୍ନ ଅଂଶବିଶେଷ ନୁହେଁ।
ଏହାସହ ବେଞ୍ଚ କହିଥିଲେ, ୧୯୯୪ର ଇସ୍‌ମାଇଲ ଫାରୁଖୀ ନିଷ୍ପତ୍ତି କେବଳ ଜମି ଅଧିଗ୍ରହଣକୁ ନେଇ ଥିଲା। ଜମି ବିବାଦ ସହ ଏହାର ନେଣଦେଣ ନାହିଁ ବୋଲି ସମ୍ବିଧାନ ପୀଠ କହିଥିଲେ। ଏଥିପାଇଁ ସାଧାରଣ (ସିଭିଲ୍‌) ମାମଲା ଅନୁସାରେ ଏହାର ଶୁଣାଣି ହେବ।

ତେବେ ବିଚାରପତି ନଜୀର ଏଥିରେ ସହମତ ହୋଇ ନଥିଲେ। ସାମ୍ବିଧାନିକ ପୀଠ ନିଷ୍ପତ୍ତିର ପୁନର୍ବିଚାର ହେଉ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଅଯୋଧ୍ୟା ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ୨୦୧୦ ନିଷ୍ପତ୍ତି ବିରୋଧରେ ରୁଜୁ ହୋଇଥିବା ୧୩ଟି ଆବେଦନର ଶୁଣାଣି କରୁଛନ୍ତି।
ଆହ୍ଲାବାଦ ହାଇକୋର୍ଟ ତିନି ପକ୍ଷ-ସୁନ୍ନୀ ୱାକଫ ବୋର୍ଡ, ନିର୍ମୋହୀ ଆଖଡ଼ା ଓ ରାମଲଲାଙ୍କ ମଧ୍ୟରେ ୨.୭୭ ଏକର ଜମି ବାଣ୍ଟି ଦେବାକୁ ଆଦେଶ ଦେଇଥିଲେ।



from Odisha Reporter https://ift.tt/2qf8GGb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages