ଶରୀରକୁ ସୁସ୍ଥ ରଖିଥାଏ ରସୁଣ, ଜାଣନ୍ତୁ ଏହାର ଉପକାରିତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 20, 2018

ଶରୀରକୁ ସୁସ୍ଥ ରଖିଥାଏ ରସୁଣ, ଜାଣନ୍ତୁ ଏହାର ଉପକାରିତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ବିଭିନ୍ନ ଖାଦ୍ୟ ସାମଗ୍ରୀରେ ରସୁଣ ମସଲା ଭାବେ ବ୍ୟବହାର ହୋଇଥାଏ। ଥଣ୍ଡା ହେଲେ ରସୁଣ ତେଲ ମାଲିସ ସହ ରସୁଣ ଖାଇବା ଦ୍ୱାରା ଥଣ୍ଡା ଭଲ ହୋଇଥାଏ। ଏହାକୁ ଆମେ ଘରୋଇ ଉପଚାରରେ ଔଷଧ ଭାବେ ବ୍ୟବହାର କରିଥାଉ। ଏହାର ଗନ୍ଧ ଆପଣଙ୍କୁ ଭଲ ଲାଗି ନ ପାରେ କିନ୍ତୁ ଏହା ଖାଇବା ଦ୍ୱାରା ଆମ ଶରୀରକୁ ଅନେକ ଫାଇଦା ମିଳିଥାଏ। ଏହା ଏକ ପ୍ରାଥମିକ ଆଣ୍ଟି ବାୟୋଟିକ୍‌ ଭଳି କାମ କରିଥାଏ। ଏଥିରେ ଥିବା ଭିଟାମିନ୍‌ ଓ ଆଣ୍ଟି ଅକ୍ସିଡାଣ୍ଟ ଶରୀରକୁ ଅନେକ ରୋଗରୁ ମଧ୍ୟ ରକ୍ଷା କରିଥାଏ।

ଆସନ୍ତୁ ଜାଣିବା, ପ୍ରତିଦିନ ଅନ୍ତତଃ ଗୋଟିଏ ରସୁଣ ପାଖୁଡ଼ା ଖାଇବା ଦ୍ୱାରା ଆମ ଶରୀରକୁ କ’ଣ ଲାଭ ହୋଇଥାଏ।

୧. ହାର୍ଟ ରୋଗୀଙ୍କ ପାଇଁ ରସୁଣ ଖିବ୍‌ ଉପକାରୀ । ଏହା କୋଲେଷ୍ଟ୍ରଲ କମ୍‌ କରିବା ସହ ହୃଦ୍‌ଘାତର ଆଶଙ୍କାକୁ ଦୂର କରିଥାଏ।

୨.ଏହା ଦେହରେ ଥିବା ଖରାପ ଜିନିଷକୁ ଲୋମ ଛିଦ୍ର ଦ୍ୱାରା ବାହାର କରିଦିଏ।

୩. ଯଦି ଆପଣଙ୍କର ଡାଇବେଟିସ୍‌  ଅଛି, ତା’ ହେଲେ ପ୍ରତିଦିନ ରସୁଣ ଖାଇବା ଆବଶ୍ୟକ। ଏହା ବ୍ଲଡ ସୁଗାର୍‌ ଲେବଲକୁ ନିୟନ୍ତ୍ରଣ କରିଥାଏ।

୪.ପ୍ରତିଦିନ ରସୁଣ ଖାଇବା ଦ୍ୱାରା ଆମ ଦେହରେ ରକ୍ତ ସଞ୍ଚାଳନ ସଠିକ୍‌ ହୋଇଥାଏ।

୫.ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

୬.ଦୀର୍ଘ ଦିନ ଧରି ଲାଗି ରହିଥିବା ଥଣ୍ଡାରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ରସୁଣ ଖାଇବାକୁ ଭୁଲନ୍ତୁ ନାହିଁ।

୭. ଆପଣଙ୍କର ପାଚନ ଜନିତ ସମସ୍ୟା ଥିଲେ, ରସୁଣ ଖାଇବା ଦ୍ୱାରା ପାଚନ ତନ୍ତ୍ର ମଜବୁତ୍‌ ହୋଇଥାଏ ଏବଂ ସହଜରେ ଖାଦ୍ୟ ହଜମ ହୋଇଥାଏ।

୮.ରସୁଣ କ୍ୟାନ୍ସର ଭଳି ମାରାତ୍ମକ ରୋଗ ସହ ଲଢ଼ିଥାଏ।

୯.ଅନେକ ଲୋକ ଚୁଟି ଝଡ଼ିବା ଯୋଗୁ ଚିନ୍ତିତ ଥାଆନ୍ତି। ଏଥିପାଇଁ ଅନେକ ପ୍ରକାର ତେଲ ଓ ଶାମ୍ପୁ ମଧ୍ୟ ବ୍ୟବହାର କରିଥା’ନ୍ତି। ତେହେ ଚୁଟି ଝଡ଼ିବା ସମସ୍ୟାରୁ ମୁକ୍ତି ପାଇଁ ରସୁଣ ଖାଆନ୍ତୁ।

୧୦.ରସୁଣ ହାଡ଼କୁ ମଜବୁତ ରଖିଥାଏ। ଏହାସହ ଗଣ୍ଠି ଦରଜ ହେଉଥିଲେ ପ୍ରତିଦିନ ରସୁଣ ଖାଆନ୍ତୁ, ଏଥିରୁ ଆରାମ ମିଳିବ।

୧୧. ଦାନ୍ତ ଦରଜ ହେଉଥିଲେ, ରସୁଣକୁ ଛେଚି ଦାନ୍ତ ମୂଳରେ ଲଗାଇଲେ ଏଥିରୁ ମୁକ୍ତି ମିଳେ।

୧୨.ତ୍ୱଚା ଉପରେ ଖରାପ ପ୍ରଭାବ ପକାଉଥିବା ସୂର୍ଯ୍ୟଙ୍କ କିରଣରୁ ଶରୀରକୁ ରସୁଣ ସୁରକ୍ଷା ଦେଇଥାଏ।



from Odisha Reporter https://ift.tt/2q2mQuj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages