
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହିଳାଙ୍କର ଦୁଇ ଲେଖାଏ ସ୍ୱାମୀ ଥିବା ମନ୍ତବ୍ୟ ଦେଇ ବିବାଦରେ ଫସିଥିବା ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଆପଣାଇଛି ବିଜେପି ମହିଳା ମୋର୍ଚ୍ଚା। ଆଜି ମହିଳା ମୋର୍ଚ୍ଚାର ନେତ୍ରୀମାନେ ନବୀନ ନିବାସ ଅଭିମୁଖେ ଯାଇଥିବା ବେଳେ ପୁଲିସଙ୍କ ଦ୍ୱାରା ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ହୋଇଛି।
ବିଜେପି ମହିଳା ମୋର୍ଚ୍ଚାର କର୍ମୀ ଓ ନେତ୍ରୀମାନେ ଆଜି ନବୀନ ନିବାସ ଅଭିମୁଖେ ଯାଉଥିଲେ। ରାଜମହଲ ଛକ ନିକଟରେ ପୁଲିସ ସେମାନଙ୍କୁ ଅଟକାଇ ଦେଇଥିଲା। ତେବେ କେତେକ ନେତ୍ରୀ ଅଲଗା ରାସ୍ତାରେ ଯାଇ ନବୀନ ନିବାସ ପାଖରେ ପହଞ୍ଚି ଯାଇଥିଲେ। ସେଠାରେ ମୁତୟନ ହୋଇଥିବା ପୁରୁଷ ପୁଲିସମାନେ ନେତ୍ରୀଙ୍କୁ ଅଟକାଇବା ବାହାନାରେ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାର।
ଦୁଇ ତିନୋଟି ଗ୍ରୁପରେ ଆସିଥିବା ହାତ ଗଣତି କେତେ ଜଣ ନେତ୍ରୀ ପୁଲିସକୁ ନାକେଦମ କରିଦେଇଥିଲେ। ପର୍ଯ୍ୟାପ୍ତ ମହିଳା ପୁଲିସ ନଥିବାରୁ ପୁରୁଷ ପୁଲିସ କିଛି ନେତ୍ରୀଙ୍କୁ ଜୋର ଜବରଦସ୍ତ ଗିରଫ କରିବା ବେଳେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।
ଲେଖାଶ୍ରୀ କହିଛନ୍ତି-“ପୁରୁଷ ପୁଲିସ ମହିଳାଙ୍କୁ ଅସଦାଚରଣ କରିବା ଅତ୍ୟନ୍ତ ଘ୍ରୁଣ୍ୟ ଓ ବିରାଟ ଅପରାଧ। ରାଜ୍ୟ ସରକାର ଅହିଂସା କଥା କହୁଥିବା ବେଳେ ମହିଳା କର୍ମୀଙ୍କ ସହିତ ପଶୁ ଭଳି ବ୍ୟବହାର କରୁଛନ୍ତି।”
ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ରଶ୍ମୀରେଖା ଦାସ କହିଛନ୍ତି-“ପ୍ରଦୀପ ମହାରଥୀ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ସମଗ୍ର ନାରୀ ଜାତି ପାଇଁ ଅପମାନ। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କଣ ପାଇଁ ସ୍ପଷ୍ଟୀକରଣ ରଖୁନାହାନ୍ତି?”
from Odisha Reporter https://ift.tt/2Qpqfyr
No comments:
Post a Comment