
ପୁଡ଼ୁଚେରୀ (ଓଡ଼ିଶା ରିପୋର୍ଟର):ଏଆଇଡିଏମ୍କେର ଜଣେ ବିଧାୟକଙ୍କୁ ଲମ୍ବା ଭାଷଣ ଦେବାରୁ ରୋକିବାରୁ ସେ ପୁଦୁଚେରୀ ଲ୍ୟୁଟ୍ନାଣ୍ଟ ଗଭର୍ଣ୍ଣର କିରଣ ବେଦିଙ୍କୁ ଦୁର୍ବ୍ୟବହାର କରିବାକୁ ପଛାଇନାହାନ୍ତି। ଏହା ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳୁଛି।
ଏକ ସରକାରୀ କାର୍ଯ୍ୟକ୍ରମରେ ଲମ୍ବା ଭାଷଣ ଦେଉଥିବା ବିଧାୟକ ଏ ଆନାଲ୍ବାଗ୍ଙ୍କୁ ଅଟକିବାକୁ ପ୍ୟାନେଲ୍ ପକ୍ଷରୁ ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ ସେ ଅଟକୁ ନାହାନ୍ତି। ଏହାପରେ ପୁଡ଼ୁଚେରୀର ଉପ ରାଜ୍ୟପାଳ କିରଣ ବେଦି ନିଜେ ଆସନରୁ ଉଠି ତାଙ୍କୁ ମାଇକ୍ ଛାଡ଼ିବାକୁ ଅନୁରୋଧ କରି ’ପ୍ଲିଜ୍ ଗୋ’ ବୋଲି କହିଛନ୍ତି।
ଏହା ଶୁଣିବା ପରେ ଏହି ବିଧାୟକ ଜଣକ ଚୁପ୍ ରହିବା ପରିବର୍ତ୍ତେ ସେ ମଧ୍ୟ ’ପ୍ଲିଜ୍ ଗୋ’ କହି ଚିଲ୍ଲାଉଛନ୍ତି। ଏ ଝଗଡ଼ା ଚାଲିଥିବା ବେଳେ ଅନ୍ୟ ଜଣେ ଅତିଥି ଆନାଲବାଗଙ୍କୁ ବୁଝାଇବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଛନ୍ତି।
( ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ କିରଣ ବେଦି ଜନକଲ୍ୟାଣକାରୀ ଯୋଜନାର ରୂପାଯନ ତଦାରଖ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରି ପ୍ରତି ସପ୍ତାହରେ ସର୍ବସାଧାରଣରେ ବୁଲୁଥିବାରୁ ସ୍ଥାନୀୟ ମୁଖ୍ୟମନ୍ତ୍ରୀ ଭି ନାରାୟଣସାମୀ ବାରମ୍ବାର ତାଙ୍କୁ ଟାର୍ଗେଟ୍ କରିଆସିଛନ୍ତି। ବେଦି ମଧ୍ୟ ନାରାୟଣସାମୀଙ୍କୁ ତାଙ୍କ ଭାଷଣର ତାମିଲ ଅନୁବାଦ କରିବାକୁ କହିବାର ଭିଡିଓ ପୂର୍ବରୁ ଭାଇରାଲ ହୋଇଥିଲା।)
ଦେଖନ୍ତୁ ଭିଡିଓ:
#WATCH Verbal spat on stage between Puducherry Governor Kiran Bedi and AIADMK MLA A Anbalagan at a government function. The argument reportedly broke out over duration of MLA's speech pic.twitter.com/bptFSr80nC
— ANI (@ANI) October 2, 2018
from Odisha Reporter https://ift.tt/2DMWiqQ
No comments:
Post a Comment