ଫମ୍ଫା ଥଇଥାନ ଓ ପୁନରୁଦ୍ଧାର ପ୍ରତିଶ୍ରୁତି: ୧୪ ଦିନ ପରେ ବି ଗଜପତିରେ ବଦଳିନି ଦୁର୍ଦ୍ଦଶାର ଚିତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 25, 2018

ଫମ୍ଫା ଥଇଥାନ ଓ ପୁନରୁଦ୍ଧାର ପ୍ରତିଶ୍ରୁତି: ୧୪ ଦିନ ପରେ ବି ଗଜପତିରେ ବଦଳିନି ଦୁର୍ଦ୍ଦଶାର ଚିତ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ତିତ୍‌ଲି’ ବାତ୍ୟାରେ ମିଶନ୍ ଜିରୋ କାଜୁଆଲ୍‌ଟିରେ ରାଜ୍ୟ ସରକାର ଫେଲ୍ ମାରିଲେ। ଆଉ ଏବେ ପ୍ରତାରଣା ପାଲଟିଛି ଥଇଥାନ ଓ ପୁନରୁଦ୍ଧାର କାର୍ଯ୍ୟ। ‘ତିତଲି’ ବାତ୍ୟାକୁ ୨ ସପ୍ତାହ ପୂରିଥିଲେ ମଧ୍ୟ ଗଜପତି ଜିଲ୍ଲାରେ ବିପନ୍ନଙ୍କ ଦୁର୍ଦ୍ଦଶା କମିନି। ସ୍କୁଲ ଖୋଲିବା ପରେ କେଉଁଠି ଭଙ୍ଗାଘରେ ପିଲା ପାଠ ପଢ଼ୁଛନ୍ତି ତ ଆଉ କେଉଁଠି ଘରଦ୍ୱାର ସଜଡ଼ା ହୋଇପାରିନଥିବାରୁ ଖୋଲା ଆକାଶ ତଳେ ଜୀବନ ଜୀଉଁଛନ୍ତି ଲୋକେ।

ଦଶହରା ଛୁଟି ସରିବା ପରେ ଖୋଲିଛି ସ୍କୁଲ। ହେଲେ ‘ତିତଲି’ ତାଣ୍ଡବରେ ଉଜୁଡ଼ିଯାଇଥିବା ସ୍କୁଲକୁ ଦେଖି ପିଲାଏ ତାଟକା। କାରଣ ଏବେ ବି ସଜଡ଼ା ଯାଇନି ବାତ୍ୟା ମାଡ଼ରେ ଭାଙ୍ଗିରୁଜି ଯାଇଥିବା ସେମାନଙ୍କ ସ୍କୁଲ। କେଉଁଠି ସ୍କୁଲର ଛାତ ଉଡ଼ିଯାଇଛି ତ ଆଉ କେଉଁଠି ଶ୍ରେଣୀଗୃହ ଭାଙ୍ଗିରୁଜି ପଡ଼ିରହିଛି। ଗୋଟିଏ କି ଦୁଇଟି ନୁହେଁ, ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅଞ୍ଚଳର ଏକାଧିକ ସ୍କୁଲରେ ଏବେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି। ‘ତିତଲି’ରେ ଗଜପତି ଜିଲ୍ଲାରେ ୩୯୫ଟି ସ୍କୁଲ ଏଭଳି ଭାବେ କ୍ଷତିଗ୍ରସ୍ତ ହୋଇଥିବା ସ୍କୁଲ କର୍ତ୍ତୃପକ୍ଷ କହୁଥିବା ବେଳେ ଅଧିକାଂଶ ସ୍କୁଲ ଗୃହର ମରାମତି ଏଯାଏ କରାଯାଇପାରି ନାହିଁ।

ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ ଅନଗା ପଞ୍ଚାୟତରେ ମଧ୍ୟ ଏଭଳି ଉଜୁଡ଼ା ଚିତ୍ର ଦେଖିବାକୁ ମିଳିଛି। ‘ତିତଲି’ ତାଣ୍ଡବରେ ଛିନ୍‌ଭିନ୍‌ ହୋଇଯାଇଥିବା ଘରଦ୍ୱାର ଏବେ ଭଙ୍ଗାରୁଜା ହୋଇ ପଡ଼ିରହିଛି। ବାତ୍ୟା ପରବର୍ତ୍ତୀ ବନ୍ୟାରେ ପୋଲ ଧୋଇ ଯାଇଛି। ତେଣୁ ଚାଉଳ ପାଇଁ ୧୭ କିଲୋମିଟର ପାହାଡ଼ିଆ ରାସ୍ତାରେ ବିପଦଶଙ୍କୁଳ ଅବସ୍ଥାରେ ବିପନ୍ନଙ୍କୁ ଯିବାକୁ ପଡ଼ୁଛି। ୨୦ ତାରିଖ ସୁଦ୍ଧା ବିଦ୍ୟୁତ ସେବାକୁ ସ୍ୱାଭାବିକ କରାଯିବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ମରାମତି କରାଯାଇନଥିବାରୁ ଖୁଣ୍ଟ ଗୁଡ଼ିକ ସେମିତି ପଡ଼ିରହିଛି।

‘ତିତଲି’ ତାଣ୍ଡବରେ ୭୭ ଜଣଙ୍କ ମୃତ୍ୟୁ ପରେ ଜିରୋ କାଜୁଆଲ୍‌ଟିର ବାହାବା ନେବାକୁ ପଛାଉ ନଥିବା ରାଜ୍ୟ ସରକାର ବାତ୍ୟା ପରବର୍ତ୍ତୀ ପଦକ୍ଷେପରେ ପୂରା ଫେଲ୍ ମାରିଥିବା ପ୍ରମାଣିତ ହୋଇଛି। ଏହାକୁ ନେଇ ବିରୋଧୀ ସିଧାସଳଖ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ କହିଛନ୍ତି, ଲୋକଙ୍କ ସ୍ୱାର୍ଥ କଥା ଭୁଲି ନବୀନ ସରକାର ପବ୍ଲିସିଟି ପାଇଁ ମିଥ୍ୟା ପ୍ରଚାର କରୁଛନ୍ତି।

ସେପଟେ ଏତେ ଜୀବନହାନି ସତ୍ତ୍ୱେ ବିଜେଡି କହିଛି, ବାତ୍ୟାରେ ନୁହେଁ ଭୁସ୍ଖଳନରେ ଲୋକେ ମରିଛନ୍ତି।

କିଏ କଣ କହୁଛନ୍ତି

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି-“ରାଜ୍ୟ ସରକାର ଜିରୋ କାଜୁଆଲ୍‌ଟି କହୁଥିଲେ। ମାତ୍ର ବର୍ତ୍ତମାନ ସୁଦ୍ଧା ୭୭ ଜଣଙ୍କ ମୃତ୍ୟୁ ଘଟିଲାଣି। ଏଥିରୁ ଜଣାପଡ଼ୁଛି, ରାଜ୍ୟ ସରକାରଙ୍କର ପବ୍ଲିସିଟି ଛଡ଼ା ଅନ୍ୟ କିଛି କାମ ନାହିଁ।”

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି-“ସରକାର ଲୋକଙ୍କ ପାଇଁ ଚାଲି ନାହିଁ କି ଲୋକଙ୍କ ପାଖରେ ଚାଲିନାହିଁ। କେବଳ ସାର୍ଟିଫିକେଟ୍‌ ପାଇବା ପାଇଁ ଭୁବନେଶ୍ୱର ସଚିବାଳୟରେ ସରକାର ଚାଲିଛି।”

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି-“ତିତ୍‌ଲି ବାତ୍ୟା ପବନରେ କାହାରି ମୃତ୍ୟୁ ଘଟିନାହିଁ। କେବଳ ଭୂସ୍ଖଳନରେ ମୃତ୍ୟୁ ଘଟିଛି। ବିପନ୍ନଙ୍କୁ କିପରି ଥଇଥାନ କରାଯିବ, ସେଥିପାଇଁ ସରକାର ଚିନ୍ତିତ ଅଛନ୍ତି ଓ ଏଥିପାଇଁ ବ୍ୟବସ୍ଥା ମଧ୍ୟ କରୁଛନ୍ତି।”



from Odisha Reporter https://ift.tt/2Rhavhy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages