ଗୋଟିଏ ଗ୍ଲୋବ୍ ଧରି ପଡ଼ିଆକୁ ବ୍ୟାଟିଂ ପାଇଁ ଆସିଲେ ଏହି ଖେଳାଳି, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 25, 2018

ଗୋଟିଏ ଗ୍ଲୋବ୍ ଧରି ପଡ଼ିଆକୁ ବ୍ୟାଟିଂ ପାଇଁ ଆସିଲେ ଏହି ଖେଳାଳି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଦେଓଧର ଟ୍ରଫିରେ ଆଜି ଇଣ୍ଡିଆ ‘ଏ’ ଓ ଇଣ୍ଡିଆ ‘ସି’ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍‌ରେ ଘଟିଥିବା ଏକ ମଜାଳିଆ ଘଟଣାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଇଣ୍ଡିଆ ‘ଏ’ର ଅଙ୍କିତ ବାୱେନ୍‌ ଭୁଲ୍‌ରେ ମାତ୍ର ଗୋଟିଏ ହାତର ଗ୍ଲୋବ୍ ଧରି ପଡ଼ିଆ ମଧ୍ୟକୁ ବ୍ୟାଟିଂ କରିବାକୁ ଚାଲି ଆସିଥିଲେ। ମ୍ୟାଚ୍‌ର ୪୫ତମ ଓଭର୍‌ରେ ଏହି ଘଟଣା ଘଟିଥିଲା।

ଦୀନେଶ କାର୍ତ୍ତିକ ଆଉଟ୍‌ ହେବା ପରେ ଅଙ୍କିତ ବ୍ୟାଟିଂ କରିବାର ଥିଲା। ସେ ପଡ଼ିଆକୁ ମଧ୍ୟ ଆସିଥିଲେ। ତେବେ ପିଚ୍‌ରେ ପହଞ୍ଚିବା ପୂର୍ବରୁ ସେ କେବଳ ଡାହଣ ହାତର ଗ୍ଲୋବ୍ସ ଆଣିଥିବା ଜାଣିବାକୁ ପାଇଥିଲେ। ତୁରନ୍ତ ସେ ବାମହାତର ଗ୍ଲୋବ୍ସ ଆଣି ନ ଥିବା ଜାଣିବା ପରେ ଡ୍ରେସିଂ ରୁମ୍‌ ଆଡ଼କୁ ଏହାକୁ ଆଣି ଆସିବାକୁ ସଙ୍କେତ ଦେଇଥିଲେ।

ଏଭଳି ପରିସ୍ଥିତିରେ ଅଙ୍କିତଙ୍କୁ ଦେଖି ସେଠାରେ ଥିବା ଦର୍ଶକ ଓ ଖେଳାଳିମାନେ ହସି ଦେଇଥିଲେ। ଅଙ୍କିତ ନିଜେ ମଧ୍ୟ ହସକୁ ରୋକି ପାରି ନଥିଲେ। ତେବେ ଅଙ୍କିତ ଭଲ୍‌ ସ୍କୋର କରିବେ ବୋଲି ଆଶା କରାଯାଉଥିଲେ ହେଁ ସେ ପ୍ରଥମ ବଲ୍‌ରେ ହିଁ ଗୋଲ୍ଡେନ୍‌ ଡକ୍‌ ବା ଆଉଟ୍‌ ହୋଇ ପ୍ୟାଭିଲିୟନ୍‌ ଫେରିଥିଲେ।

ପ୍ରଥମେ ବ୍ୟାଟିଂ କରି ଇଣ୍ଡିଆ ‘ଏ’ ୫୦ ଓଭର୍‌ରେ ୬ ୱିକେଟ୍‌ ହରାଇ ୨୯୩ ରନ୍‌ କରିଥିଲା। ଏହାର ଜବାବ୍‌ରେ ଯୁବ ତାରକା ଶୁଭମାନ ଗିଲ୍‌ଙ୍କ ବିସ୍ଫୋରକ ଶତକ(୧୦୬ ନଟ୍‌ଆଉଟ୍‌)କୁ ଆଧାର କରି ଇଣ୍ଡିଆ ‘ସି’ ୪ ୱିକେଟ୍‌ ହରାଇ ୪୭ ଓଭର୍‌ରେ ମ୍ୟାଚ୍‌କୁ ଜିତି ନେଇଥିଲା।

ଦେଖନ୍ତୁ ଭିଡିଓ:



from Odisha Reporter https://ift.tt/2OQ2ROa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages