
ବ୍ରହ୍ମପୁର (ଜଗନ୍ନାଥ ସାହୁ): ପ୍ରତିଶୋଧ ନେବା ପାଇଁ ୩ଜଣ ନାବାଳକଙ୍କ ହାତରେ ହତ୍ୟାକାଣ୍ଡ ଘଟିଛି। ପ୍ରଥମେ ବ୍ଲେଡରେ ଜଣଙ୍କର ତଣ୍ଟି କାଟିବା ପରେ ପଥରରେ ତାଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତ ଅକ୍ଟୋବର ୧୯ ତାରିଖରେ ବହ୍ମପୁର ଗୋସାଇଁନୂଆଗାଁ ହତ୍ୟାକାଣ୍ଡ ଘଟଣାରେ ଏଭଳି ଚାଞ୍ଚଲ୍ୟକର ଖୁଲାସା କରିଛି ବ୍ରହ୍ମପୁର ପୁଲିସ।
ଘଟଣାରେ ସଂପୃକ୍ତ ୩ ଜଣ ନାବାଳକଙ୍କୁ ପୁଲିସ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ପଥରକୁ ଜବତ କରିଛି। ସମସ୍ତ ଅଭିଯୁକ୍ତ ନାବାଳକ ହୋଇଥିବାରୁ ସେମାନଙ୍କୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି।
ପୁଲିସର ସୂଚନା ଅନୁସାରେ, ଘଟଣାରେ ସଂପୃକ୍ତ ଜଣେ ନାବାଳକଙ୍କ ଭାଉଜ ସହ ମୃତ ସୋନୁଙ୍କ ଅନୈତିକ ସଂପର୍କ ଥିଲା। ଯାହାକୁ ନେଇ ନାବାଳକ ଜଣଙ୍କ କ୍ରୋଧିତ ହେବା ସହ ସୋନୁଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲା। ଗତ ୧୭ ତାରିଖରେ ୩ଜଣ ନାବଳକ ସୋନୁଙ୍କୁ ଡାକି ପ୍ରଚୁର ମଦ ପିଆଇଥିଲେ। ପରେ ନିଶାସକ୍ତ ଅବସ୍ଥାରେ ହଳଦିଆପଦର ଓଭର ବ୍ରିଜ ନିକଟରେ ସୋନୁଙ୍କ ବେକକୁ କାଟିବା ସହ ପଥରରେ ତାଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିଲେ। ପରେ ଘଟଣାସ୍ଥଳରୁ ସେମାନେ ଫେରାର ହୋଇଯାଇଥିଲେ। ୧୯ ତାରିଖରେ ମୃତଦେହ ମିଳିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।
from Odisha Reporter https://ift.tt/2RcciV0
No comments:
Post a Comment