ଆଳିରେ ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 24, 2018

ଆଳିରେ ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ !

ଆଳି (ଓଡ଼ିଶା ରିପୋର୍ଟର): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ କହିବାରୁ ‘ଉତ୍କଳ ଭାରତ’ର ସଭାପତି ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କୁ ସଭା କରିବାକୁ ଦିଆଗଲା ନାହିଁ। ଭାଷଣ ଦେଉଥିବା ବେଳେ ଖାରବେଳ ସ୍ୱାଇଁଙ୍କୁ ଅଧାରୁ ସଭା ବନ୍ଦ କରିବାକୁ ପଡ଼ିଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅନ୍ନପୂର୍ଣ୍ଣା ପଡ଼ିଆରେ ‘ଓଡ଼ିଶା ଭାଗ୍ୟ ପରିବର୍ତ୍ତନ ଯାତ୍ରା’ ସଭାରେ ଆଜି ଏମିତି ଦେଖିବାକୁ ମିଳିଛି। ରାଜ୍ୟସଭା ସାଂସଦ ପ୍ରତାପ ଦେବଙ୍କ ସମର୍ଥକମାନେ ଏପରି କରିଥିବା ଶ୍ରୀ ସ୍ୱାଇଁ କହିବା ସହିତ କେନ୍ଦ୍ରାପଡ଼ା ଏସ୍‌ପିଙ୍କ ପାଖରେ ଅଭିଯୋଗ କରିଛନ୍ତି।

ଅନ୍ନପୂର୍ଣ୍ଣା ପଡ଼ିଆରେ ‘ଓଡ଼ିଶା ଭାଗ୍ୟ ପରିବର୍ତ୍ତନ ଯାତ୍ରା’ ସଭା ଚାଲିଥିଲା। ସଭା ଆରମ୍ଭ ପରେ ଖାରବେଳ ସ୍ୱାଇଁ ଭାଷଣ ଦେଲା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁର୍ନୀତି ପେଡ଼ି ଖୋଲିଥିଲେ। ଏହି ସମୟରେ ପ୍ରତାପ ଦେବଙ୍କ ଜଣେ ସମର୍ଥକ କିଛି ଲୋକଙ୍କୁ ଧରି ସେଠାରେ ପହଞ୍ଚିଥିଲେ। ସେମାନେ ମଞ୍ଚ ଉପରେ ଚଢ଼ି ଖାରବେଳ ସ୍ୱାଇଁଙ୍କଠାରୁ ମାଇକ୍‌ ଛଡ଼ାଇ ନେଇଥିଲେ। ପରେ ଗାଳି ଦେବା ସହ ତାଙ୍କୁ ଭୟଭୀତ କରିଥିବା ଅଭିଯୋଗ ହୋଇଛି।

ଏଥିରେ ଅତିଷ୍ଠ ହୋଇ ସୁଦ୍ଧା ଖାରବେଳ ସ୍ୱାଇଁ ମଞ୍ଚ ଉପରେ ବସିଥିଲେ। ଅଧ ଘଣ୍ଟା ପରେ ସମ୍ପୃକ୍ତ ଅସାମାଜିକ ବ୍ୟକ୍ତିମାନେ ସଭା ପରିଚାଳନା କରୁଥିବା ବ୍ୟକ୍ତିମାନଙ୍କୁ ଉଠାଇ ନେଇ ଗାଡ଼ିରେ ବସାଇ ଦେଇଥିଲେ। ପରେ ଖାରବେଳ ସ୍ୱାଇଁଙ୍କୁ ଜବରଦସ୍ତ ଟାଣି ଟାଣି ନେଇ ଗାଡ଼ିରେ ବସାଇ ପଳାଇ ଯିବାକୁ ଧମକ ଦେଇଥିଲେ। ଫଳରେ ସଭା ଅଧାରୁ ଖାରବେଳ ସ୍ୱାଇଁଙ୍କୁ ଆଳି ଛାଡ଼ିବାକୁ ପଡ଼ିଥିଲା। ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଥାନାରେ ଅଭିଯୋଗ ନକରି କେନ୍ଦ୍ରାପଡ଼ା ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ମାଗିଛନ୍ତି ଶ୍ରୀ ସ୍ୱାଇଁ କହିଛନ୍ତି।

ଅନ୍ୟପକ୍ଷରେ ସଭା ପାଇଁ ପୁଲିସ୍‌ଠାରୁ ଅନୁମତି ନିଆଯାଇଥିଲା। ମାତ୍ର ସଭା ସ୍ଥଳରେ ପୁଲିସ ମୁତୟନ ହୋଇନଥିଲେ। ଏପରିକି ଗଣ୍ଡଗୋଳ ଘଟିଥିଲେ ମଧ୍ୟ ପୁଲିସ ଘଟଣାସ୍ଥଳକୁ ଆସିନଥିବା ଖରବେଳ ସ୍ୱାଇଁ ଅଭିଯୋଗ କରିଛନ୍ତି।



from Odisha Reporter https://ift.tt/2Pi22NG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages