ହାଲ୍‌ରେ ଆର୍ଥିକ ଅନିୟମିତତା ଅଭିଯୋଗ: ୩ ଠିକାଦାର ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 13, 2018

ହାଲ୍‌ରେ ଆର୍ଥିକ ଅନିୟମିତତା ଅଭିଯୋଗ: ୩ ଠିକାଦାର ଗିରଫ

hal

କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ସୁନାବେଡ଼ା ସ୍ଥିତ ହିନ୍ଦୁସ୍ତାନ୍‌ ଏରୋନେଟିକ୍ସ ଲିମିଟେଡ୍ (ହାଲ୍‌)ରେ କାମ କରୁଥିବା ୩ ଠିକାଦାରଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।

ଆର୍ଥିକ ଅନିୟମିତତା ଅଭିଯୋଗରେ ପୁଲିସ୍ ଏହି ୩ ଠିକାଦାରଙ୍କୁ ଗିରଫ କରିଛି। ବିଭିନ୍ନ ପର୍ଯ୍ୟାୟରେ ଏହି ଠିକାଦାରମାନଙ୍କ ବ୍ୟାଙ୍କ ଖାତାକୁ ୪୫ ଲକ୍ଷରୁ ଅଧିକ ଟଙ୍କା ଆସିଥିଲା। ତେବେ ୧ କୋଟିରୁ ଅଧିକ ଟଙ୍କା ହେର୍‌ଫେର୍ ହୋଇ ଥାଇପାରେ ବୋଲି ପୁଲିସ୍ କହିଛି।

କିଛି ଦିନ ତଳେ ସୁନାବେଡ଼ା HALରେ ଫାଇନାନ୍ସ ମ୍ୟାନେଜର ଥିବା ଭବେନ ମୈତ୍ର ତାଙ୍କ ଘରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ୧ ଲକ୍ଷ ୬୭ ହଜାର ଟଙ୍କା ପୋଡ଼ି ଫେରାର ହୋଇଯାଇଥିବା ସୂଚନା ମିଳିଥିଲା। ପୁଲିସ୍ ତାଙ୍କୁ ବର୍ତ୍ତମାନ ସୁଦ୍ଧା ଗିରଫ କରି ନାହିଁ।



from Odisha Reporter https://ift.tt/2CJB7EI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages