କାହିଁକି ବିଜୟ ହଜାରେକୁ ନା କହିଲେ ଧୋନି, ପଢ଼ନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 13, 2018

କାହିଁକି ବିଜୟ ହଜାରେକୁ ନା କହିଲେ ଧୋନି, ପଢ଼ନ୍ତୁ

dhoni

ହାଇଦ୍ରାବାଦ୍ (ଓଡ଼ିଶା ରିପୋର୍ଟର): ବିଜୟ ହଜାରେ କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଭାଗ ନେବା ନେଇ ଚୟନ କମିଟି ପକ୍ଷରୁ ଘୋଷଣା କରାଯାଇଥିଲେ ମଧ୍ୟ ସେ ଏଥିରେ ଖେଳିବେ ନାହିଁ। ଯାହାଫଳରେ ଚୟନ କମିଟି ଏବଂ ବରିଷ୍ଠ ଖେଳାଳିଙ୍କ ମଧ୍ୟରେ କୁହୁଳୁଥିବା ତୁ ତୁ ମେଁ ମେଁ ଏବଂ ସେମାନଙ୍କ ମଧ୍ୟରେ ଯୋଗାଯୋଗ ରହୁନଥିବା କଥା ଧୀରେ ଧୀରେ ସାମ୍ନାକୁ ଆସୁଛି।

ଜଣେ ବ୍ୟାଟ୍‌ସମ୍ୟାନ୍‌ ହିସାବରେ ଗତ କିଛି ଦିନ ଧରି ଅଭ୍ୟାସ ନଥିବାରୁ ଧୋନି ନିଜର ଫିଟ୍‌ନେସ୍‌ ଦେଖାଇବା ଉଦ୍ଦେଶ୍ୟରେ ବିଜୟ ହଜାରେ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଖେଳିବାର ଥିଲା। ଏହି ମ୍ୟାଚ୍‌ରେ ସେ ଝାଡ଼ଖଣ୍ଡ ପକ୍ଷରୁ ମହାରାଷ୍ଟ୍ର ବିରୋଧରେ ଖେଳିବା ପ୍ରାୟ ନିଶ୍ଚିତ ଥିଲା। କିନ୍ତୁ ଶନିବାର ଝାଡ଼ଖଣ୍ଡ ମୁଖ୍ୟ କୋଚ୍ ରାଜୀବ କୁମାର କିଛି ତଥ୍ୟ ଦେଇଛନ୍ତି ଯାହାକୁ ନେଇ ଚୟନ କମିଟିକୁ ଝଟ୍‌କା ଲାଗିଛି।

ରାଜୀବଙ୍କ କହିବା ଅନୁଯାୟୀ, ଧୋନି ବର୍ତ୍ତମାନ ଅନୁଭବ କରୁଛନ୍ତି, ତାଙ୍କ ବିନା ଦଳ ଯେତେବେଳେ କ୍ୱାର୍ଟର ଫାଇନାଲ ଯାଏ ଗଲାଣି, ସେ ଏଥିରେ ଯୋଡ଼ିହେଲେ ଦଳ ଅସମତୁଲ ହୋଇଯିବ। ଚୟନ କମିଟି ଅଧ୍ୟକ୍ଷ ଏମ୍‌ଏସ୍‌କେ ପ୍ରସାଦ ନିଜେ ଧୋନିଙ୍କ ସହିତ ଏନେଇ ପରାମର୍ଶ କରି ଘୋଷଣା କରିଥିଲେ କିମ୍ବା ମନେ ମନେ ନିଷ୍ପତ୍ତି ନେଇଥିଲେ,ତା’କୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠିଛି।

ପୂର୍ବରୁ ମୂରଲୀ ବିଜୟ ଏବଂ କରୁଣ ନାୟାରଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ବିରୋଧାଭାଷ ଦେଖିବାକୁ ମିଳିଥିଲା। ଏପରିକି ଏସିଆ କପ୍‌ରେ ଆହତ ଶାର୍ଦ୍ଦୁଲ ଠାକୁର ସୁସ୍ଥ ହୋଇଥିବା ନେଇ ସ୍ପଷ୍ଟ ସୂଚନା ବିନା କେଉଁଭଳି ୱେଷ୍ଟଇଣ୍ଡିଜ୍‌ ସିରିଜ୍‌ ପାଇଁ ତାଙ୍କୁ ଦଳରେ ସ୍ଥାନ ଦିଆଗଲା ତାହା ମଧ୍ୟ ବର୍ତ୍ତମାନ ବିବାଦ ଘେରରେ।



from Odisha Reporter https://ift.tt/2CIa9gr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages