୨୦ ବର୍ଷ ସାନ, ତଥାପି ଯୋଗୀ ଆଦିତ୍ୟନାଥଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଲେ ରମଣ ସିଂହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 23, 2018

୨୦ ବର୍ଷ ସାନ, ତଥାପି ଯୋଗୀ ଆଦିତ୍ୟନାଥଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଲେ ରମଣ ସିଂହ

ରାୟପୁର: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ପୂଜକ ଯୋଗୀ ଆଦିତ୍ୟ ନାଥଙ୍କ ବୟସ ମାତ୍ର ୪୬। ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ତଥା ଆସନ୍ତାମାସରେ ପୁଣି ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଥିବା ରମଣ ସିଂହଙ୍କ ବୟସ ୬୬। ଉଭୟ ଭାରତୀୟ ଜନତା ପାର୍ଟିର ନେତା। ଯୋଗୀ ଆଦିତ୍ୟ ରମଣ ସିଂହଙ୍କ ଠାରୁ ୨୦ ବର୍ଷ ସାନ। ତଥାପି ରମଣ ସିଂହ ଯୋଗୀ ଆଦିତ୍ୟନାଥଙ୍କୁ ଫୁଲମାଲ ପିନ୍ଧାଇବା ସହ ତାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରୁଥିବା ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଆସନ୍ତା ମାସରେ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଆଜି ରମଣ ସିଂହ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହି ସମୟରେ ସେଠାରେ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ। ହଠାତ୍‌ ରମଣ ସିଂହ ସର୍ବସମ୍ମୁଖରେ ଯୋଗୀ ଆଦିତ୍ୟନାଥଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ। ତେବେ କ’ଣ ପାଇଁ ରମଣ ସିଂହ ଏମିତି କଲେ, ତାକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଛି।

କେବଳ ବୟସରେ ନୁହେଁ ରାଜନୀତିକ ଅଭିଜ୍ଞତାରେ ମଧ୍ୟ ରମଣ ସିଂହ ଯୋଗୀଙ୍କ ଠାରୁ ବହୁ ଆଗରେ ଅଛନ୍ତି। ରମଣ ସିଂହ ଛତିଶଗଡ଼ର ୩ଥର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ବିଜେପିର ପୂର୍ବସୂରୀ ଭାବେ ପରିଚିତ ଭାରତୀୟ ଜନସଂଘରେ ରମଣ ସିଂହ ୧୯୭୦ରେ ଯୋଗ ଦେଇଥିଲେ। ଏହାପରେ ସେ ୧୯୭୬-୭୭ରେ ଯୁବ ବାହିନୀର ସଭାପତି ହୋଇଥିଲେ। ହେଲେ ଯୋଗୀ ଆଦିତ୍ୟନାଥ ୧୯୭୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ସେହିପରି ମାତ୍ର ଦେଢ଼ ବର୍ଷ ହେଲା ଯୋଗୀ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ହେଲେ ଗୋରଖନାଥ ମନ୍ଦିରର ସେ ମୁଖ୍ୟ ପୂଜକ ହୋଇଥିବାରୁ ସର୍ବଦା ବିଜେପିରେ ତାଙ୍କୁ ପୂଜ୍ୟ ବୋଲି ଗ୍ରହଣ କରାଯାଏ।

ଖାସ୍‌ ସେଥିପାଇଁ ରମଣ ସିଂହ ଯୋଗୀ ଆଦିତ୍ୟନାଥଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଥିବା କୁହାଯାଉଛି।

ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଶପଥପାଠ ଉତ୍ସବରେ ଅନେକ ବିଜେପି ନେତା ଯୋଗୀଙ୍କ ପାଦ ଛୁଇଁ ମୁଣ୍ଡିଆ ମାରୁଥିବା ଦେଖିବାକୁ ମିଳିଥିଲା। ଏଥିସହ ରାଷ୍ଟ୍ରପତି କୋବିନ୍ଦ ମଧ୍ୟ ଯୋଗୀଙ୍କ ଆଗରେ ମୁଣ୍ଡ ନୁଆଁଇ ପ୍ରଣାମ କରୁଥିବା ଫଟୋ ମଧ୍ୟ ସମଗ୍ର ଦେଶ ଦେଖିଥିଲା।
ଦେଖନ୍ତୁ ଭିଡିଓ:
ସୌଜନ୍ୟ: ଏନ୍‌ଡି ଟିଭି



from Odisha Reporter https://ift.tt/2CAmouT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages