ସ୍ୱପ୍ନ ଦେଖାଇଲେ ସରକାର: ଗୋଟିଏ ଦିନରେ ୩୮ ଚୁକ୍ତିନାମା ସ୍ୱାକ୍ଷର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 23, 2018

ସ୍ୱପ୍ନ ଦେଖାଇଲେ ସରକାର: ଗୋଟିଏ ଦିନରେ ୩୮ ଚୁକ୍ତିନାମା ସ୍ୱାକ୍ଷର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶିଳ୍ପାୟନକୁ ନେଇ ସୁନେଲୀ ସ୍ୱପ୍ନ ଦେଖିଇଲେ ସରକାର। ଏଥର ଓଡ଼ିଶା ମାଟିରେ କେନ୍ଦ୍ର ସରକାର ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ଦେଖାଇଛନ୍ତି ଗଦା ଗଦା ସ୍ୱପ୍ନ। ରାଜ୍ୟ ସରକାରଙ୍କ ମେକ୍-ଇନ-ଓଡ଼ିଶା କନକ୍ଲେଭ୍‌ ପୂର୍ବରୁ କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟ ଭୁବନେଶ୍ୱରରେ ଏକ ଭବ୍ୟ କନକ୍ଲେଭ୍‌ର ଆୟୋଜନ କରି ବାଜି ମାରିନେବାକୁ ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି।

ଇସ୍ପାତ କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ଗୋଟିଏ ଦିନରେ ସ୍ୱାକ୍ଷର ହୋଇଛି ୩୮ ଚୁକ୍ତିନାମା। ଏଥିରେ ମୋଟ ୩୯ ହଜାର ୪୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ଲକ୍ଷ୍ୟ ରଖାଯାଇଛି। ଇସ୍ପାତ ଉତ୍ପାଦନ ପାଇଁ ଆବଶ୍ୟକ ହେଉଥିବା ଯନ୍ତ୍ରାଂଶ ନିର୍ମାଣ ପାଇଁ ବିଦେଶୀ କମ୍ପାନୀଙ୍କ ଆଗ୍ରହକୁ ପାଥେୟ କରି ମେକ୍‌-ଇନ୍‌-ଇଣ୍ଡିଆ ଅଭିଯାନକୁ ଆଗକୁ ନେବାକୁ ଭୁବନେଶ୍ୱରରେ ଚାଲିଥିଲା ‘ଇସ୍ପାତ କନକ୍ଲେଭ୍‌’। ଆଜି ଏଥିରେ ଯୋଗଦେଇଥିଲେ କେନ୍ଦ୍ରର ତିନି ମନ୍ତ୍ରୀ ଅନନ୍ତ ଗୀତେ, ବୀରେନ୍ଦ୍ର ସିଂହ ଓ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଫୋକସ୍‌ରେ ଥିଲା ୨୦୧୭ର ଇସ୍ପାତ ନୀତି ଅନୁଯାୟୀ ୨୦୩୦ ସୁଦ୍ଧା ଟାର୍ଗେଟ ଥିବା ୩୦୦ ମିଲିୟନ ଟନ୍‌ ଷ୍ଚିଲ୍‌ ଉତ୍ପାଦନ ଲକ୍ଷ୍ୟକୁ ଆଗକୁ ନେବା। ତେବେ ବଡ଼କଥା ହେଉଛି ଏହାର ଏକ ତୃତୀୟାଂଶ ଷ୍ଟିଲ୍‌ ଉତ୍ପାଦନ ଓଡ଼ିଶାରୁ ହେବ। ତେଣୁ ରାଜ୍ୟ ସରକାର ୫୦୦ ଏକର ଜମି ଦେଲେ ଏଠାରେ ମେସିନ ଟୁଲ୍‌ ପାର୍କ ନିର୍ମାଣ ହେବ ବୋଲି କହିଛନ୍ତି ଦୁଇ କେନ୍ଦ୍ର ମନ୍ତ୍ରୀ ଅନନ୍ତ ଗୀତେ ଓ ବୀରେନ୍ଦ୍ର ସିଂହ।

କଥା ଛଳରେ ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଚିଠି ନ ଲେଖିକି ଓଡ଼ିଶାରେ ଇଣ୍ଡଷ୍ଟ୍ରିଆଲ୍‌ ପାର୍କ ପ୍ରତିଷ୍ଠା ପାଇଁ କେନ୍ଦ୍ର ନିଜ ଆଡୁ ଆଗ୍ରହ ଦେଖାଉଛି।

ନବୀନ ଏଠି ମେକ୍‌-ଇନ୍‌-ଓଡ଼ିଶା କନକ୍ଲେଭ କଥା କହିବା ସହ ଆସିଥିବା ନିବେଶକଙ୍କୁ ପୁଣିଥରେ ଆସିବାକୁ ଅନୁରୋଧ ମଧ୍ୟ କରିଛନ୍ତି।

ଦେଶରେ ପ୍ରତିଷ୍ଠା ହେବାକୁ ଥିବା ୧୨ଟି ବାୟୋ ଫୁଏଲ୍‌ ଉତ୍ପାଦନ କେନ୍ଦ୍ରରୁ ଓଡ଼ିଶାରେ ଗୋଟିଏ ହେବ ବୋଲି କନକ୍ଲେଭରେ କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେବେ ଓଡ଼ିଶାରେ ପସ୍କୋ, ମିତ୍ତଲ ପରି ବଡ଼ ବଡ଼ କମ୍ପାନୀ ପ୍ରଥମେ ଆଗ୍ରହ ପ୍ରକାଶ କରି ପରେ ଫେରିଯାଇଥିବାରୁ ନୂଆ ସ୍ୱପ୍ନ କେତେ ପୂରଣ ହେବ ବୋଲି ପ୍ରଶ୍ନରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାଜ୍ୟ କୋର୍ଟକୁ ବଲ ଫିଙ୍ଗିଥିଲେ। ଶିଳ୍ପାୟନକୁ ଆଗକୁ ନେବାକୁ ହେଲେ ଜମି ଅଧିଗ୍ରହଣ ସମସ୍ୟା ସମାଧାନ ରାଜ୍ୟ କରିବା ଦରକାର ବୋଲି କହିଥିଲେ କେନ୍ଦ୍ର ମନ୍ତ୍ରୀ ବୀରେନ୍ଦ୍ର ସିଂହ।

ନଭେମ୍ବର ୧୧ ତାରିଖରୁ ଓଡ଼ିଶା ସରକାର କରିବେ ମେକ୍‌-ଇନ୍‌-ଓଡ଼ିଶା କନକ୍ଲେଭ। CII ଓହରି ଯିବା ପରେ ଏହାର ଆୟୋଜକ ଅଛି FICCI। ତେବେ କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟର ଏହି କନ୍‌କ୍ଲେଭକୁ ଆୟୋଜନ କରିଥିଲା CII। କେନ୍ଦ୍ର- ରାଜ୍ୟ ଟଣାଓଟରା ଭିତରେ ବିଦେଶୀ ନିବେଶକଙ୍କୁ ଡାକି ଆଗକୁ ବାଜିମାରିନେବାକୁ କେନ୍ଦ୍ର ଏହି କନକ୍ଳେଭ ଜରିଆରେ ଗୋଟି ଚଳାଇଥିବା ଚର୍ଚ୍ଚା ହେଉଛି।



from Odisha Reporter https://ift.tt/2JdmXMs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages