ଲୋକଙ୍କୁ ଗାଳି କଲେ ବିଜେଡି ବିଧାୟକ, କହିଲେ- ନବୀନଙ୍କ ଟଙ୍କିକିଆ ଚାଉଳ ଖାଇଲ, ପଦ୍ମକୁ ଭୋଟ ଦେଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 8, 2018

ଲୋକଙ୍କୁ ଗାଳି କଲେ ବିଜେଡି ବିଧାୟକ, କହିଲେ- ନବୀନଙ୍କ ଟଙ୍କିକିଆ ଚାଉଳ ଖାଇଲ, ପଦ୍ମକୁ ଭୋଟ ଦେଲ

ଭୁବନେଶ୍ୱର (ଓଡିଶା ରିପୋର୍ଟର): ଧୀରେ ଧୀରେ ବିଜେଡି ନେତାମାନଙ୍କର ଦାଦାଗିରି ବଢିବାରେ ଲାଗିଛି। କେତେବେଳେ କେଉଁଠି ବିରୋଧୀ ଲୋକଙ୍କୁ ପିଟୁଛନ୍ତି ତ କେତେବେଳେ ଭୋଟରଙ୍କୁ ବି ଗାଳିମନ୍ଦ କରିବାକୁ ଭୁଲୁ ନାହାଁନ୍ତି। ଏମିତି ଏକ ଖବର ଆସିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରୁ। ଏକ ସରକାରୀ କାର୍ଯ୍ୟକ୍ରମରେ ଭତ୍ତା ବାଣ୍ଟିବା ବେଳେ ଲୋକଙ୍କୁ ଗାଳିମନ୍ଦ କରିଛନ୍ତି ସେଠିକାର ବିଜେଡି ବିଧାୟକ ଆୟୁବ ଖାଁ।

ଲୋକଙ୍କୁ ସେ ଗାଳିମନ୍ଦ କରୁଥିବାର ଏକ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରୁ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ, ସେଠି କୌଣସି ଏକ ସରକାରୀ କାର୍ଯ୍ୟକ୍ରମରେ ବିଧାୟକ ଯୋଗ ଦେଇଛନ୍ତି। ଏହି ସମୟରେ ଜଣେ ମହିଳା ତାଙ୍କୁ ଟଙ୍କିକିଆ ଚାଉଳ କୋଟା କାହିଁକି କାଟିଲ ବୋଲି ପ୍ରଶ୍ନ କରୁଛନ୍ତି। ବିଧାୟକ ବହୁତ ସମୟ ଧରି ବୁଝାବୁଝି କରୁଛନ୍ତି। ଶେଷରେ ତାଙ୍କୁ ଚିଡିକି କହୁଛନ୍ତି, ତମେ ନବୀନଙ୍କ ଟଙ୍କିକିଆ ଚାଉଳ ଖାଇକି ଜିଲ୍ଲା ପରିଷଦରେ ପଦ୍ମକୁ ଭୋଟ ଦେଇଦେଲ। ସେଇଥିପାଇଁ ତମକୁ ଦେଲିନି।

ଦେଖନ୍ତୁ ଏ ସଂପର୍କିତ ପୂରା ଭିଡିଓ। କ’ଣ କହୁଛନ୍ତି କଣ୍ଟାବାଞ୍ଜିର ବିଜେଡି ବିଧାୟକ ଆୟୁବ ଖାଁ।



from Odisha Reporter https://ift.tt/2Ockqry

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages