
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶେଷରେ ଗିରଫ ହୋଇଛନ୍ତି ଅସଦାଚରଣ ଓ ସେକ୍ସ ଭିଡିଓ ମାମଲାରେ ଫସିଥିବା ଫୁଲବାଣୀର ପୂର୍ବତନ ବିଜେଡି ବିଧାୟକ ଦେବେନ୍ଦ୍ର କହଁର। ଦେବେନ୍ଦ୍ରଙ୍କୁ ଆନ୍ଧ୍ରପ୍ରଦେଶର ଇଛାପୁରମରୁ ଗିରଫ କରାଯାଇଥିବା ସୂଚନା ମିଳିଛି। ତାଙ୍କ ନାମରେ ସେପ୍ଟେମ୍ବର ୩ରେ ମାମଲା ରୁଜୁ ହୋଇଥିଲା। ଜଣେ ଯୁବତୀଙ୍କୁ ଘରେ ପଶି ମାଡ଼ ମାରିବା ଅଭିଯୋଗ ହୋଇଥିଲା। ପରେ ଦେବେନ୍ଦ୍ରଙ୍କର ଏକ ସେକ୍ସ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା।
ସୂଚନା ଅନୁଯାୟୀ, ଦେବେନ୍ଦ୍ରଙ୍କ ନାମରେ ଜଣେ ଯୁବତୀ ଅସଦାଚରଣ ଅଭିଯୋଗ ଆଣିଥିଲେ। ଅଭିଯୋଗ ଅନୁଯାୟୀ, ଦେବେନ୍ଦ୍ର ଓ ତାଙ୍କ ଡ୍ରାଇଭର୍ ସଦର ଥାନା ଗୌଡ଼ପଡ଼ାର ଜଣେ ଯୁବତୀଙ୍କ ଘରେ ବିଳମ୍ବିତ ରାତିରେ ପହଞ୍ଚିଥିଲେ। ପରେ ସେମାନେ ଯୁବତୀଙ୍କୁ ଅସଦାଚରଣ କରିବା ସହ ତାଙ୍କ ମା’ଙ୍କୁ ମାରଧର କରିଥିଲେ। ସଦର ଥାନା ପୁଲିସ୍ ଦେବେନ୍ଦ୍ର ଓ ତାଙ୍କ ସହଯୋଗୀଙ୍କ ନାଁରେ ମାମଲା ରୁଜୁ କରିଥିଲା।
ତେବେ ଏହି ଘଟଣା ପରେ ଦେବେନ୍ଦ୍ରଙ୍କ ସେକ୍ସ ଭିଡିଓ ଭାଇରାଲ ହୋଇଥିଲା। ହେଲେ ଭାଇରାଲ ହୋଇଥିବା ଭିଡିଓରେ ଥିବା ଯୁବତୀ ଜଣଙ୍କ କିଏ ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଏହାକୁ ନେଇ ଜୋରଦାର୍ ଚର୍ଚ୍ଚା ହୋଇଥିଲା। ଘଟଣାର ପୁଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ମାସେ ହେଲା କହଁରଙ୍କ ପତ୍ତା ପାଉ ନଥିଲା। ଶେଷରେ ଆଜି ତାଙ୍କୁ ଆନ୍ଧ୍ରରୁ ଗିରଫ କରାଯାଇଥିବା ଜଣାପଡ଼ିଛି।
from Odisha Reporter https://ift.tt/2Qzsq2m
No comments:
Post a Comment