
ନୂଆଦିଲ୍ଲୀ: ଶୋଭାଯାତ୍ରା ଚାଲିଥିବା ବେଳେ ଜଣେ ୨୦ ବର୍ଷୀୟ ଡ୍ୟାନ୍ସ ଶିକ୍ଷକଙ୍କୁ ସର୍ବସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଛି। ଡ୍ୟାନ୍ସ ଶିକ୍ଷକଙ୍କ ଜଣଙ୍କ ଜଣେ ବ୍ୟକ୍ତିଙ୍କ ନାଚକୁ କଟାକ୍ଷ କରି ନୃତ୍ୟ ପରିବେଷଣ କରିବାକୁ ତାଙ୍କୁ ଏଭଳି ଗୁଳି କରାଯାଇଥିବା ଜଣାପଡ଼ିଛି। ଏହି ଘଟଣାଟି କ୍ୟାମେରାରେ କଏଦ ହେବା ପରେ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଦିଲ୍ଲୀର ଏକ ଧାର୍ମିକ ଶୋଭାଯାତ୍ରା ବେଳେ ଏଭଳି ଘଟିଛି। ବୁଧବାର ରାତି ପ୍ରାୟ ୧୧.୩୦ରେ ଏହି ଘଟଣା ଘଟିଥିବା ବେଳେ ଆଜି ଏହାର ଭିଡିଓ ଭାଇରାଲ୍ ହେବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।
ପ୍ରଥମେ ପରିହାସ ଓ ଅପମାନର ସମ୍ମୁଖୀନ ହୋଇଥିବା ବ୍ୟକ୍ତି ଜଣଙ୍କ ଘଟଣାସ୍ଥଳରୁ ଚାଲିଯାଇଥିଲେ। ଏହାପରେ ତାଙ୍କର ଦୁଇ ଜଣ ବନ୍ଧୁଙ୍କ ସହ ଆସି ନୃତ୍ୟ ଶିକ୍ଷକଙ୍କୁ ଅତି ପାଖରୁ ଗୁଳି କରିଥିଲେ। ଏବେ ବି ଗୁଳି କରିଥିବା ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ।
ଡ୍ୟାନ୍ସ ଶିକ୍ଷକ ଅବିନାଶ ସାଙ୍ଗୱାନ୍ ଅନ୍ୟମାନଙ୍କ ଭଳି ଧାର୍ମିକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏଥିରେ ତାଙ୍କ ସହ ନିଖିଲ ସାଙ୍ଗୱାନ୍ ମଧ୍ୟ ରହିଥିଲେ। ଏମାନେ ସମସ୍ତେ ବାଲ୍ମୀକ ମନ୍ଦିର ସାମ୍ନାରେ ବେଶ ଖୁସିରେ ନାଚ ଗୀତରେ ମସଗୁଲ ଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ମଧ୍ୟ ମନ୍ଦିର ସାମ୍ନାରେ ନାଚୁ ଥିଲେ। ତେବେ ବ୍ୟକ୍ତି ଜଣଙ୍କ ନାଚକୁ ପରିହାସ କରିବା ସହିତ ଅବିନାଶ ତାଙ୍କ ନାଚ ଷ୍ଟାଇଲକୁ କପି କରି ନାଚିଥିଲେ। ଏତିକିରେ ରାଗି ଯାଇ ବ୍ୟକ୍ତି ଜଣଙ୍କ ଅବିନାଶଙ୍କ ପାଖକୁ ଆସି ତାଙ୍କୁ ଧକ୍କା ମାରିଥିଲେ। ଅବିନାଶ ମଧ୍ୟ ତାଙ୍କୁ ଧକ୍କା ମାରିଥିଲେ।
ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ସେଠାରୁ ଚାଲିଯିବା ପରେ ଅବିନାଶ ଓ ତାଙ୍କ ସାଙ୍ଗମାନେ ମଧ୍ୟ ପୂର୍ବଭଳି ନାଚିବା ଜାରି ରଖିଥିଲେ। ଏହି ସମୟରେ ବ୍ୟକ୍ତି ଜଣଙ୍କ ତାଙ୍କର ଦୁଇ ଜଣ ସାଙ୍ଗକୁ ନେଇ ସେଠାରେ ପହଞ୍ଚିବା ପରେ ପୂର୍ବଭଳି ନାଚିଥିଲେ। ହେଲେ ଏହାର କିଛି ସମୟ ପରେ ହଠାତ୍ ଗୁଳି ଶବ୍ଦ ଶୁଭିଥିଲା। ଅବିନାଶ ତାଙ୍କ ଛାତିକୁ ହାତରେ ଚାପିଧରି ତଳେ ପଡ଼ି ଯାଇଥିଲେ। ସାଙ୍ଗମାନେ ଅବିନାଶଙ୍କ ହସ୍ପିଟାଲ୍ ନେବାକୁ ଚେଷ୍ଟା କରୁଥିଲେ ହେଁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ପୁଲିସ୍ ଏବେ ଭିଡିଓକୁ ଆଧାର କରି ତଦନ୍ତ ଆରମ୍ଭ କରିଛି।
ଦେଖନ୍ତୁ ଭିଡିଓ:
from Odisha Reporter https://ift.tt/2OUCHdd
No comments:
Post a Comment