କ୍ୟାନସର୍‌ ଦୂର କରିବ କେଶର  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 21, 2018

କ୍ୟାନସର୍‌ ଦୂର କରିବ କେଶର 

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖାଇବାର ସ୍ୱାଦ ଏବଂ ରଙ୍ଗ ବଦଳାଇବା ପାଇଁ ଆମେ କେଶର ବ୍ୟବହାର କରିଥାଉ। ଖାଦ୍ୟରେ ଏହାକୁ ମିଶାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ। ଏଥିରେ ଥିବା ଔଷଧୀୟ ଗୁଣ ଆପଣଙ୍କ ଶରୀରରେ ଅନେକ ରୋଗକୁ ଭଲ କରିଥାଏ।
କେଶରରେ ବହୁଳ ମାତ୍ରାରେ ମାଙ୍ଗାନିଜ୍‌ ରହିଛି, ଯାହା ଶରୀରରେ ସୁଗାର୍‌କୁ ନିୟନ୍ତ୍ରଣ କରିଥାଏ। ଏହା ସହିତ ଏଥିରେ ଥିବା ଭିଟାମିନ୍‌ ‘ସି’ ଶରୀରରେ ହେଉଥିବା ଇନ୍‌ଫେକ୍‌ସନ୍‌ରୁ ରକ୍ଷା କରିଥାଏ ଏବଂ ଆଇରନ୍‌ ଅବଶୋଷଣ କ୍ଷମତାକୁ ବଢ଼ାଇଥାଏ। ଏହା ବ୍ୟତୀତ ତ୍ୱଚାକୁ ସୁନ୍ଦର ରଖିବା ପାଇଁ କେଶରକୁ ବିଭିନ୍ନ ଉପାୟରେ ବ୍ୟବହାର କରାଯାଇଥାଏ। ତେବେ କେଶର ଅନେକ ରୋଗକୁ ଭଲ କରିଥାଏ, ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ?

  • କେଶରରେ କ୍ରୋକିନ୍‌ ନାମକ ୱାଟର୍‌ ସେଲ୍ୟୁବଲ୍‌ କେରାଟିନ୍‌ ରହିଛି। ଏହି କାରଣରୁ କେଶର ସୁନା ରଙ୍ଗର ହୋଇଥାଏ। ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି ଯେ, କ୍ରୋକିନ୍‌ କ୍ୟାନସର୍‌ କୋଷର ବୃଦ୍ଧିକୁ କମ୍‌ କରିଥାଏ। ଏହା ସହିତ ସୁସ୍ଥ କୋଷକୁ ପ୍ରଭାବିତ ହେବାକୁ ଦେଇ ନ ଥାଏ।
  • ଥଣ୍ଡା ସମସ୍ୟା ଦୂର କରିବା ପାଇଁ କେଶରରୁ ଅନେକ ଲାଭ ମିଳିଥାଏ। ଏଥିପାଇଁ କ୍ଷୀରରେ କେଶରର ମିଶାଇ ପିଅନ୍ତୁ କିମ୍ୱା ମଥାରେ କେଶରର ପେଷ୍ଟ ଲଗାନ୍ତୁ।
  • ହଜମ ପ୍ରକ୍ରିୟା ଠିକ୍‌ ରଖିବା ପାଇଁ କେଶରକୁ ବ୍ୟବହାର କରାଯାଇଥାଏ। କେଶରରେ ଆଣ୍ଟି ଅକ୍ସିଡାଣ୍ଟ୍‌ ଏବଂ ଆଣ୍ଟି ଇମ୍ପ୍ଲିମେଣ୍ଟାରୀ ଗୁଣ ରହିଥିବା ଯୋଗୁ ଏହା ପାଚନଜନିତ ସମସ୍ୟାକୁ ଦୂର କରିଥାଏ।
  • କେଶ ଉପୁଡ଼ିବା ସମସ୍ୟାକୁ ଦୂର କରିବା ପାଇଁ ଆପଣ କ୍ଷୀର କେଶର ମିଶାଇ ମୁଣ୍ଡରେ ଲଗାଇ ପାରିବେ।
  • କେଶର ଆପଣଙ୍କ ମୁହଁରେ ପଡ଼ିଥିବା ଟ୍ୟାନ୍‌କୁ ଦୂର କରିଥାଏ। ଏଥିପାଇଁ କ୍ଷୀର କେଶର ମିଶାଇ ଏହି ପେଷ୍ଟକୁ ମୁହଁରେ ଲଗାଇ ରାତିରେ ଶୁଅନ୍ତୁ। ଏହାପରେ ସକାଳେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ।
  • କେଶରରେ ଆଣ୍ଟିଆକ୍ସିଡାଣ୍ଟ୍‌ ଗୁଣ ରହିଥିବା କାରଣରୁ ଏହା ଧମନୀ ଏବଂ ରକ୍ତକୋଷକୁ ଠିକ୍‌ ରଖି ହୃତ୍‌ପିଣ୍ଡକୁ ସୁସ୍ଥ ରଖିଥାଏ।

 



from Odisha Reporter https://ift.tt/2Almbdm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages