କରଣଙ୍କ ସିକ୍ରେଟ୍‌କୁ ସିକ୍ରେଟ୍‌ ରଖିଥିଲେ ଦୀପିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 21, 2018

କରଣଙ୍କ ସିକ୍ରେଟ୍‌କୁ ସିକ୍ରେଟ୍‌ ରଖିଥିଲେ ଦୀପିକା

ମୁମ୍ବାଇ: ଆଜି ଆରମ୍ଭ ହେବାକୁ ଯାଉଛି ଚଳିତ ବର୍ଷର ‘କଫି ଉଇଥ୍‌ କରଣ’ର ପ୍ରଥମ ଏପିସୋଡ୍‌। ଶୋ’ର ରେକଡିଂ ପୂର୍ବରୁ ସରିଥିବା ବେଳେ ଆଜି ଏହା ଅନ୍‌ ଏୟାର୍‌ ହେବ। ଶୋ’ରେ ପ୍ରଥମ ଅତିଥି ଭାବେ ଯୋଗ ଦେବେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଦୀପିକା ପାଦୁକୋନ୍‌। ଶୋ’ରେ ଆଲିଆ ଓ ଦୀପିକାଙ୍କ କିଛି ସିକ୍ରେଟ୍‌ ରିଭିଲ୍‌ ହେବା ସହ ଶୋ’ର ହୋଷ୍ଟ୍‌ କରଣ ଜୋହରଙ୍କର ଗୋଟିଏ ସିକ୍ରେଟ୍‌ ରିଭିଲ୍‌ ହୋଇଛି। ଜାଣିଛନ୍ତି ସେ ସିକ୍ରେଟ୍‌ଟି କ’ଣ।

ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ, କରଣଙ୍କ ଜୀବନର ଏମିତି ଏକ କଥା ଅଛି ଯାହା କେବଳ ଦୀପିକା ହିଁ ଜାଣିଥିଲେ। ଆଜ୍ଞା ହଁ, କଥାଟି ସତ ଯେ, ଦୀପିକା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏକି ୪୬ ବର୍ଷୀୟ କରଣ ଜୋହରଙ୍କ ସନ୍ତାନଙ୍କ(surrogate child) ବିଷୟରେ ଜାଣିଥିଲେ। ଗତବର୍ଷ, କରଣ ନିଜ ଦୁଇ ସନ୍ତାନ ରୁହି ଓ ୟଶ୍‌ର ଆଗମନ ବିଷୟରେ ଘୋଷଣା କରିଥିଲେ।

କିନ୍ତୁ ଘୋଷଣାର କିଛି ମାସ ପୂର୍ବରୁ ସେ ପିଲାଙ୍କୁ ଘରକୁ ଆଣିସାରିଥିଲେ। କଥାଟିକୁ ଅନ୍ୟ କେହି ଜାଣି ନ ଥିଲା ବେଳେ କେବଳ ଦୀପିକାଙ୍କୁ ହିଁ ଏହି ବିଷୟରେ ଜାଣିଥିଲେ।

ଗତବର୍ଷ ଦୀପିକା କରଣଙ୍କୁ ଫୋନ୍‌ କରିଥିଲେ ଆଉ ସେ ସମୟରେ କରଣ ତାଙ୍କ ସହ ନିଜ ଫିଲିଂ ଶେୟାର ନ କରି ରହିପାରିଲେ ନାହିଁ। ଦୀପିକା କରଣଙ୍କ ବିଷୟରେ ଜାଣିବା ପରେ କରଣ ତାଙ୍କୁ କିଛି ମାସ ପର୍ଯ୍ୟନ୍ତ ଏହି କଥାକୁ ସିକ୍ରେଟ୍‌ ରଖିବାକୁ କହିଥିଲେ।

ସୂଚନାଯୋଗ୍ୟ, କରଣଙ୍କ ଏହି ଟ୍ୱିନ୍ସଙ୍କ ଜନ୍ମ ଫ୍ରେବୃଆରୀ ୭ରେ ସରୋଗେସୀ ପଦ୍ଧତିରେ ହୋଇଥିଲା। କିନ୍ତୁ ପିଲାଦୁଇଜଣ ସମୟ ପୂର୍ବରୁ ଜନ୍ମ ହେବାରୁ ସେମାନଙ୍କୁ ଦୁଇ ମାସ ହସ୍‌ପିଟାଲରେ ରଖିବାକୁ ପଡ଼ିଥିଲା।



from Odisha Reporter https://ift.tt/2JeGXyp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages