ସ୍ମୃତିଙ୍କ ପ୍ରଶ୍ନ : ରକ୍ତଭିଜା ସାନିଟାରି ନାପ୍‌କିନ୍‌ ସହ କେହି ତାଙ୍କ ବନ୍ଧୁଙ୍କ ଘରକୁ ଯାଇପାରିବେ କି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 23, 2018

ସ୍ମୃତିଙ୍କ ପ୍ରଶ୍ନ : ରକ୍ତଭିଜା ସାନିଟାରି ନାପ୍‌କିନ୍‌ ସହ କେହି ତାଙ୍କ ବନ୍ଧୁଙ୍କ ଘରକୁ ଯାଇପାରିବେ କି ?

ମୁମ୍ବାଇ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସାବରୀମାଲା ମନ୍ଦିରକୁ ଏକ ନିର୍ଦ୍ଦିଷ୍ଟ ବୟସର ମହିଳାମାନେ ପ୍ରବେଶକୁ ନେଇ ବିରୋଧ ଜାରି ରହିଛି। ଧୀରେ ଧୀରେ ଏହି ବିବାଦ ଉଗ୍ରରୂପ ଧାରଣ କରୁଥିବା ବେଳେ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସ୍ମୃତି କହିଛନ୍ତି ଯେ, ପ୍ରାର୍ଥନା ପାଇଁ ଅଧିକାର ଦାବି କରିବା ଅର୍ଥ ନୁହଁ କୌଣସି ପବିତ୍ରତାକୁ ନଷ୍ଟ କରିବା।  ଏହା ଏକ ସାଧାରଣ ଜ୍ଞାନ ବୋଲି ସେ କହିଛନ୍ତି।

ସେ ଆହୁରି ପ୍ରଶ୍ନ କରିଛନ୍ତି ଯେ,‘ଋତୁସ୍ରାବ ସମୟରେ କ’ଣ କେହି ମହିଳା ରକ୍ତଭିଜା ନାପ୍‌କିନ୍‌ ସହ କୌଣସି ବନ୍ଧୁଙ୍କ ଘରକୁ ଯାଇପାରିବେ ? ଉତ୍ତରରେ ସେ କହିଛନ୍ତି, ନା। ତେବେ ଇଶ୍ୱରଙ୍କ ଦ୍ୱାରକୁ କାହିଁକି ସେମିତ ଢଙ୍ଗରେ ଯିବା ବୋଲି ସେ ପ୍ରଶ୍ନ କରିଛନ୍ତି।  ସେ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ରାୟ ଉପରେ ମନ୍ତବ୍ୟ ଦେବାକୁ ମୁଁ କେହି ନୁହେଁ। କାରଣ ମୁଁ ଏବେ କ୍ୟାବିନେଟରେ ମନ୍ତ୍ରୀ ଅଛି।

ମୁଁ ବିଶ୍ୱାସ କରେ ମୋର ପୂଜା କରିବାର ଅଧିକାର ଅଛି। ହେଲେ କାହାର ପବିତ୍ରତା ନଷ୍ଟ କରିବାର ଅଧିକାର ମୋର ନାହିଁ। ତେଣୁ ଆମେ ପ୍ରକୃତ କଥାକୁ  ବୁଝି  ସମସ୍ତ ରୀତିନୀତି ଓ ପରମ୍ପରାକୁ ସମ୍ମାନ ଦେବା ଉଚିତ୍‌। ମୁମ୍ବାଇର ‘ୟୁଥ୍‌ ଥିଙ୍କର୍ସ’ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ମୃତି ଏହା କହିଛନ୍ତି।

ସୂଚନାଯୋଗ୍ୟ ଯେ, ପରମ୍ପରା ଅନୁସାରେ ୫ ଦିନର ପୂଜାର୍ଚ୍ଚନା ପରେ ଗତକାଲି ସାବରୀମାଲା ମନ୍ଦିର ବନ୍ଦ ହୋଇ ଯାଇଛି।  ସେପଟେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ବି ବିଭିନ୍ନ ସଂଗଠନର ବିରୋଧ ଯୋଗୁଁ ମହିଳାମାନେ ମନ୍ଦିରରେ ପ୍ରବେଶ କରିପାରିନାହାନ୍ତି। କଡ଼ା ସୁରକ୍ଷା ବ୍ୟବସ୍ଥା ଥିବା ସତ୍ତ୍ୱେ ବିକ୍ଷୋଭକାରୀ ତାଙ୍କୁ ମନ୍ଦିର ପ୍ରବେଶ କରାଇ ଦେଇ ନ ଥିଲେ।

ସେପଟେ ସୁପ୍ରିମ କୋର୍ଟଙ୍କ ରାୟର ପୁନର୍ବିଚାର ପାଇଁ ଆଜି ଏକାଧିକ  ରିଟ୍‌ ପିଟିସନ୍‌ ଗ୍ରହଣ ହୋଇଥିବା ବେଳେ ଏହାର ଶୁଣାଣି ନଭେମ୍ବର ୧୩କୁ ଧାର୍ଯ୍ୟ କରାଯାଇଛି।



from Odisha Reporter https://ift.tt/2ShDYcy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages