
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ୩୨୬ ପ୍ରକାରର ଉତ୍ପାଦ ରହିଛି ଯାହାକି ଜିଓଗ୍ରାଫିକାଲ୍ ଇଣ୍ଡିକେଶନ(ଜିଆଇ) ମାନ୍ୟତାପ୍ରାପ୍ତ। ସେଥି ମଧ୍ୟରେ କାଞ୍ଚିପୁରମର ସିଲ୍କ୍ ଶାଢ଼ି, ଆଲ୍ଫନସ୍ ଆମ୍ବ, ନାଗପୁରର କମଳା, କୋଲ୍ହାପୁରି ଚପଲ ଆଦି ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି।
ବିଭିନ୍ନ ବର୍ଗର ଉତ୍ପାଦ ମିଶି ଏହି ସଂଖ୍ୟା ୩୨୬ ଛୁଇଁବା ଏକ ରେକର୍ଡ ବୋଲି ସରକାର ପ୍ରକାଶ କରିଛନ୍ତି। ସେଥି ମଧ୍ୟରେ ୧୪ ବିଦେଶୀ ଜିଆଇ ଟ୍ୟାଗ ରହିଛି। ସେଲ୍ ଫର୍ ଇଣ୍ଟେଲେକ୍ଚୁଆଲ୍ ପ୍ରପର୍ଟି ରାଇଟ୍ ପ୍ରମୋଶନ ଆଣ୍ଡ୍ ମ୍ୟାନେଜମେଣ୍ଟ୍(ସିଆଇପିଏମ) ଏହି ସୂଚନା ଦେଇଛି।
ବିଶେଷ କରି କୃଷି ଉତ୍ପାଦ, ପ୍ରାକୃତିକ ସମ୍ପଦ ଏବଂ ଉତ୍ପାଦିତ ସାମଗ୍ରୀର ସ୍ୱତନ୍ତ୍ରତାକୁ ଦୃଷ୍ଟିରେ ରଖି ଜିଆଇ ମାନ୍ୟତା ଦିଆଯାଇଥାଏ।
ବାସମତି ଚାଉଳ, ଦାର୍ଜିଲିଂ ଚା’, ଚନ୍ଦେରି ଫ୍ୟାବ୍ରିକ, ମହୀଶୁର ସିଲ୍କ ଭଳି ଉତ୍ପାଦ ଏହି ଜିଓଗ୍ରାଫିକାଲ୍ ଇଣ୍ଡିକେଶନ ମାନ୍ୟତାପ୍ରପ୍ତ।
from Odisha Reporter https://ift.tt/2q8DgRY
No comments:
Post a Comment