ରାଜାମୌଲିଙ୍କ ନୂଆ ଫିଲ୍ମ ‘ଆର୍‌ଆର୍‌ଆର୍‌’ରେ ରହିବେ କେଉଁ ଷ୍ଟାର୍ ?   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

ରାଜାମୌଲିଙ୍କ ନୂଆ ଫିଲ୍ମ ‘ଆର୍‌ଆର୍‌ଆର୍‌’ରେ ରହିବେ କେଉଁ ଷ୍ଟାର୍ ?  

ଚେନ୍ନାଇ (ଓଡ଼ିଶା ରିପୋର୍ଟର): ବାହୁବଳୀ ସିରିଜ୍‌ର ସଫଳତା ପରେ ନୂଆ ପ୍ରକଳ୍ପ ପାଇଁ ଅଣ୍ଟା ଭିଡ଼ିଲେଣି ସଫଳ ଫିଳ୍ମ ନିର୍ମାତା ଏସ୍‌ ରାଜାମୌଲି। ବର୍ତ୍ତମାନ ଚର୍ଚ୍ଚା ହେଉଥିବା ତାଙ୍କର ନୂତନ ଫିଲ୍ମର ଶୀର୍ଷକ ଟ୍ରିପଲ୍‌ ଆର୍‌ ବା ‘ଆର୍‌ଆର୍‌ଆର୍‌’ ରହିବା ପ୍ରାୟ ନିଶ୍ଚିତ ହୋଇସାରିଛି।

ଏହି ଫିଲ୍ମ ୨୦୧୮ ମସିହା ଡିସେମ୍ବରରୁ ଆରମ୍ଭ ହେବାକୁ ଥିବାବେଳେ ଏଥିରେ କେଉଁ ଷ୍ଟାର ଅଭିନେତା ରହିବେ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। କାରଣ ଏଥିରେ ‘ବାହୁବଳୀ’ର ବଡ଼ବଡ଼ ଷ୍ଟାର ନାହାନ୍ତି।

ଏହି ଦାମୀ ନୂଆ ଫିଲ୍ମରେ ରାଜାମୌଲି ତେଲୁଗୁ ସୁପରଷ୍ଟାର୍‌ ଜୁନିୟର୍‌ ଏନ୍‌ଟିଆର୍‌ ଏବଂ ରାମଚରଣଙ୍କୁ ମୁଖ୍ୟ ଚରିତ୍ର ଭାବେ ନେଇଛନ୍ତି। ଏଥିପାଇଁ ଆୟୋଜିତ ଏକ ସ୍ୱତନ୍ତ୍ର କର୍ମଶାଳାରେ ଉଭୟ ଯୋଗଦେଇଛନ୍ତି, ଯାହାକି ନିଜେ ରାଜାମୌଲି ଏବଂ ଅନ୍ୟ କିଛି ଟେକ୍ନିସିଆନ୍‌ ନିରୀକ୍ଷଣ କରୁଛନ୍ତି।

୩୦୦ କୋଟି ଟଙ୍କା ବଜେଟ୍‌ର ‘ଆର୍‌ଆର୍‌ଆର୍‌’ ୨୦୨୦ ମସିହା ବେଳକୁ ଥିଏଟରକୁ ଆସିବାର ସମ୍ଭାବନା ରହିଛି। ବର୍ତ୍ତମାନ ଅନ୍ୟ ଚରିତ୍ରଗୁଡ଼ିକ ପାଇଁ ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କୁ ବଛାଯିବା ଆରମ୍ଭ ହୋଇଛି।



from Odisha Reporter https://ift.tt/2PfszYQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages