
ନୂଆଦିଲ୍ଲୀ,(ଓଡ଼ିଶା ରିପୋର୍ଟର): ଦରଦାମ ବଢ଼ୁଛି ମାନେ ଦରମା ବି ବଢ଼ୁ। ସବୁ କର୍ମଚାରୀ ଏୟା ହିଁ ଚାହାନ୍ତି। ଖାଲି ସେତିକି ନୁହେଁ। କେତେ ପରିମାଣର ଦରମା ବଢ଼ୁଛି ତାହା ଆଉ ଏକ ବଡ଼ ପ୍ରଶ୍ନ।
ଡବ୍ଲ୍ୟୁ.ଟି. ୱାଟସନ ନାମକ ଲଣ୍ଡନରେ ଥିବା ଏକ କମ୍ପାନୀର କହିବା ଅନୁସାରେ ୨୦୧୯ରେ ଭାରତୀୟଙ୍କ ଦରମାରେ ପ୍ରାୟ ୧୦% ବୃଦ୍ଧି ଘଟିବ। ଖାଲି ସେତିକି ନୁହେଁ, ଏହା ପୁଣି ସମଗ୍ର ଏସିଆ ମହାଦେଶର ସବୁ ଦେଶ ତୁଳନାରେ ସର୍ବାଧିକ ରହିବ। ସେହିପରି ଇଣ୍ଡୋନେସିଆରେ ୮.୩%, ଫିଲିପାଇନ୍ସରେ ୬%, ଚାଇନାରେ ୬.୯%, ହଂକଂ ଏବଂ ସିଙ୍ଗାପୁରରେ ୪% ଦରମା ବୃଦ୍ଧି ପାଇବ।
ଡବ୍ଲ୍ୟୁଟି ୱାଟସନର କହିବା କଥା ହେଲା ବିଗତ ବର୍ଷଗୁଡ଼ିକର ହିସାବ ଅନୁସାରେ ଅନ୍ୟ ଦେଶ ତୁଳନାରେ ଭାରତୀୟଙ୍କ ଦରମା ଅଧିକ ବୃଦ୍ଧି ପାଇଛି। ଖାଲି ସେତିକ ନୁହେଁ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ରୋବଟିକ୍ସ, ୱାର୍କପ୍ଲେସ ଅଟୋମେଶନ ଦ୍ୱାରା କାର୍ଯ୍ୟ କରିବାର ଧାରା ବି ବଦଳିଛି। ସବୁ କ୍ଷେତ୍ରରେ ନୂତନତା ଏବଂ ପରିବର୍ତ୍ତନକୁ ଗ୍ରହଣ କରାଯାଇଛି।
ଅନ୍ୟ ଦେଶ ତୁଳନାରେ ଭାରତରେ ଏହା ଅଧିକ ହୋଇଥିବାରୁ ଏଠାରେ ଦକ୍ଷ କର୍ମଚାରୀଙ୍କ ଦରମା ବୃଦ୍ଧି ହୋଇଛି ବୋଲି ଡବ୍ଲ୍ୟୁ.ଟି. ୱାଟସନ ପ୍ରକାଶ କରିଛି।
from Odisha Reporter https://ift.tt/2OGR18k
No comments:
Post a Comment