
ବଲାଙ୍ଗିର(ସସ୍ମିତା ସାହୁ): ଶକ୍ତିପୀଠରେ ନବରାତ୍ରୀ ପୂଜାର ଆଜି ହେଉଛି ଦ୍ୱିତୀୟ ଦିନ। ଆଜି ବଲାଙ୍ଗିର ସହରର ଇଷ୍ଟଦେବୀ ମାଆ ସମଲେଶ୍ୱରୀ ଭକ୍ତମାନଙ୍କୁ ‘ବ୍ରହ୍ମଚାରିଣୀ’ ବେଶରେ ଦର୍ଶନ ଦେଉଛନ୍ତି। ଭଗବାନ ଶିବ ଶଙ୍କରଙ୍କୁ ପତି ରୂପେ ପାଇବା ପାଇଁ ଦେବୀ କଠୋର ତପସ୍ୟା କରିଥିଲେ। ତେଣୁ ତାଙ୍କ ନାଁ ତପସ୍ୟାଚାରିଣୀ ବା ବ୍ରହ୍ମଚାରିଣୀ ହୋଇଛି।
ବ୍ରହ୍ମଚାରିଣୀ ବେଶରେ ମାଆ କେବଳ ଧଳା ବସ୍ତ୍ର ପରିଧାନ କରିଥିବା ବେଳେ ଗଳାରେ ରୁଦ୍ରାକ୍ଷର ମାଳା ଧାରଣ କରିଛନ୍ତି। ଡାହାଣ ହାତରେ ଜପମାଳା ଓ ବାମ ହାତରେ କମଣ୍ଡଳୁ ଧାରଣ କରି ଶାନ୍ତ ସ୍ମିତହାସ୍ୟ ମୁଖରେ ଭକ୍ତମାନଙ୍କୁ ଦର୍ଶନ ଦେଇ ମନୋସ୍କାମନା ପୂର୍ଣ୍ଣ କରୁଛନ୍ତି। ମାଆଙ୍କ ଏହି ବେଶକୁ ଦର୍ଶନ କରିବା ପାଇଁ ସମଲେଶ୍ୱରୀ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ଼ ଜମୁଛି। ମାଆଙ୍କର ଏହି ରୂପକୁ ପୂଜାର୍ଚ୍ଚନା କଲେ ସର୍ବସିଦ୍ଧି ପ୍ରାପ୍ତ ହୋଇଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି।
from Odisha Reporter https://ift.tt/2ILTvNp
No comments:
Post a Comment