‘ତିତ୍‌ଲି’ ଭୟ: ଟ୍ରେନ୍‌ ବାତିଲ କଲା ରେଳ ବିଭାଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 10, 2018

‘ତିତ୍‌ଲି’ ଭୟ: ଟ୍ରେନ୍‌ ବାତିଲ କଲା ରେଳ ବିଭାଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୟଙ୍କର ରୂପ ନେଉଛି ‘ତିତ୍‌ଲି’। ବଡ଼ ଧରଣର ବାତ୍ୟା ସମ୍ଭାବନା ଥିବାରୁ ପୂର୍ବତଟ ରେଳବାଇ ଆଜି ରାତି ୧୦ଟାରୁ ଖୋର୍ଦ୍ଧାରୋଡ୍‌ ଓ ଆନ୍ଧ୍ରର ବିଜୟନଗରମ ମଧ୍ୟରେ ଟ୍ରେନ ଚଳାଚଳ ବାତିଲ କରିଛି। ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଏହି ରୁଟ୍‌ରେ ଟ୍ରେନ୍‌ ଚଳାଚଳ ବନ୍ଦ ରହିବ।

ସେହିପରି ଖଡ଼ଗପୁରରୁ ଓଡ଼ିଶା ଦେଇ ଚେନ୍ନାଇ ଅଭିମୁଖେ ଯାଉଥିବା ଟ୍ରେନ ଗୁଡିକ ସଂଧ୍ୟା ୫ଟା ୧୫ ପରେ ଭଦ୍ରକ ଷ୍ଟେସନ ପୂର୍ବରୁ ଅଟକିବ। ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦ ଓ ବିଶାଖାପାଟଣାରୁ ଆସୁଥିବା ଟ୍ରେନ ଗୁଡିକ ସଂଧ୍ୟା ୬ଟା ୪୦ ମିନିଟ ପରେ ଦୁଭାଡା ଷ୍ଟେସନ ନିକଟରେ ଅଟକିବ। ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଟ୍ରେନ୍‌ ଚଳାଚଳ ବାତିଲ ରହିବ।



from Odisha Reporter https://ift.tt/2E7gi7w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages