
କଟକ(ଓଡ଼ିଶା ରିପୋର୍ଟର): କଟକରେ ଆଇନ୍ଜୀବୀଙ୍କୁ ପୁଲିସର ମାଡ଼ ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଥିବା ଆନ୍ଦୋଳନ ଥମିବାର ନାଁ ନେଉନି। ଗତ ଦୁଇ ମାସ ଧରି ଆଇନ୍ଜୀବୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି। ବିଜେଡି ଆଇନ୍ଜୀବୀ ସାମ୍ମୁଖ୍ୟ ଓହରିଯିବା ପରେ ହାଇକୋର୍ଟ ଆଗରେ ବାର ସଦସ୍ୟମାନେ ଆନ୍ଦୋଳନକୁ ଜୋରଦାର କରିଛନ୍ତି।
ଆଜି ବିଜେଡି ଆଇନ୍ଜୀବୀ ସାମ୍ମୁଖ୍ୟ ସଦସ୍ୟମାନେ ହାଇକୋର୍ଟ ଭିତରକୁ ପ୍ରବେଶ କଲା ବେଳେ ଆନ୍ଦୋଳନରତ ଆଇନ୍ଜୀବୀ ଏହାକୁ ବିରୋଧ କରିଥିଲେ। ଫଳରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଜୁ ଯୁବ ବାହିନୀ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି କେତେକ ଆନ୍ଦୋଳନକାରୀ ଆଇନ୍ଜୀବୀ। ବିଜୁ ଯୁବ ବାହିନୀର କିଛି ସଦସ୍ୟଙ୍କୁ ଆଣି ଆକ୍ରମଣ କରାଯାଇଥିବା ନେଇ ବିଜେଡି ଆଇନ୍ଜୀବୀ ସାମ୍ମୁଖ୍ୟ ବିରୋଧରେ ସେମାନେ ଅଭିଯୋଗ ଆଣିଛନ୍ତି।
ସେପଟେ ଆନ୍ଦୋଳନ ବେଳେ ଆଇନଜୀବୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ଧରାପଡ଼ିଛନ୍ତି ଜଣେ ଯୁବକ। ତାଙ୍କ ନାଁ ସନ୍ତୋଷ ନିମାଇଁ। ସେ ବିଜୁ ଯୁବ ବାହିନୀର ସଦସ୍ୟ ବୋଲି ଆଇନଜୀବୀମାନେ ଅଭିଯୋଗ କରିଥିଲେ। ତେବେ ଏହି ଏଭିଯୋଗକୁ ସନ୍ତୋଷ ଖଣ୍ଡନ କରିଛନ୍ତି।
ଅନ୍ୟପଟେ ସନ୍ତୋଷଙ୍କର ବିଜେଡି ନେତାଙ୍କ ସହ ଥିବା ବିଭିନ୍ନ ଫଟୋ ସମ୍ନାକୁ ଆସିଛି। ବିଜେଡି ସାଂସଦ ଅନୁଭବ ମହାନ୍ତି, ପ୍ରତାପ ଦେବ, ପ୍ରତାପ ଜେନା ଓ ପ୍ରଭାତ ବିଶ୍ୱାଳଙ୍କ ସହ ସେ ଠିଆ ହୋଇଥିବା ଫଟୋକୁ ନେଇ ସନ୍ତୋଷଙ୍କ ବିଜେଡି ଲିଙ୍କର ଚର୍ଚ୍ଚା ଜୋର ଧରିଛି।
from Odisha Reporter https://ift.tt/2CO9KIH
No comments:
Post a Comment