ଓକିଲ ଆନ୍ଦୋଳନରେ ଗାନ୍ଧାରୀ ଭଳି ନହୁଅନ୍ତୁ ମୁଖ୍ୟମନ୍ତ୍ରୀ: କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 29, 2018

ଓକିଲ ଆନ୍ଦୋଳନରେ ଗାନ୍ଧାରୀ ଭଳି ନହୁଅନ୍ତୁ ମୁଖ୍ୟମନ୍ତ୍ରୀ: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ଦେଢ଼ମାସ ହେବ ହାଇକୋର୍ଟ ଓ ତଳକୋର୍ଟ ଅଚଳ ହୋଇପଡ଼ିଛି। ବାରମ୍ବାର ଅନୁରୋଧ ସତ୍ୱେ ମୁଖ୍ୟମନ୍ତ୍ରୀ ଏହି ଓକିଲଙ୍କ ବିବାଦର କାହିଁକି ସମାଧାନ କରୁନାହାନ୍ତି ଓ ନିରବଦ୍ରଷ୍ଟା ସାଜି ଗାନ୍ଧାରୀଙ୍କ ଭଳି କାହିଁକି ବସି ରହିଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି। ସେପଟେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କିନ୍ତୁ ଆନ୍ଦୋଳନ ପାଇଁ ଓକିଲଙ୍କୁ ଦାୟୀ କରି ସମାଧାନ ପାଇଁ ଆଇନମନ୍ତ୍ରୀ ଓ ସଚିବ ଆଗେଇ ଆସନ୍ତୁ ବୋଲି ଆହ୍ୱାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ପଦୁଟିଏ କହିନାହାନ୍ତି। ବିଜେଡି ଏହି ଓକିଲ ବିବାଦ ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତ ଥିବା ଅଭିଯୋଗ କରିଥିବାବେଳେ ବିଜେପି ଏହାକୁ ସରକାରର ଅପାରଗତା ବୋଲି ଅଭିହିତ କରିଛି।]

ଗାନ୍ଧାରୀଙ୍କ ଭଳି ନବସି ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରନ୍ତୁ: ନିରଞ୍ଜନ ପଟ୍ଟନାୟକ 

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ନବୀନବାବୁ କେବଳ ବିଜେଡି ଦଳର ସଭାପତି ନୁହନ୍ତି ସେ ରାଜ୍ୟର ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ଯେଉଁ କର୍ତ୍ତବ୍ୟ ରହିଛି ତାହା ସେ ତୁଲାଇବା ଉଚିତ୍। ସରକାର ଏଥିରେ ହସ୍ତକ୍ଷେପ କରି ତୁରନ୍ତ ସମାଧାନର ବାଟ ବାହାର କରନ୍ତୁ। ମୁଖ୍ୟମନ୍ତ୍ରୀ ଓ ଓକିଲମାନଙ୍କୁ କଂଗ୍ରେସ ନିବେଦନ କରୁଛି, ସମାଧାନର ବାଟ ବାହାର କରାଯାଉଛି। ଏବେ ଏହା ରାଜନୀତିକ ରୂପ ନେଲାଣି। ଆନ୍ଦୋଳନରେ ବିଜେଡିର ଭୂମିକା ସ୍ପଷ୍ଟ ହେଲାଣି। ରାଜ୍ୟରେ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଛି। ଶାସନ ଥିଲାଭଳି ମନେ ହେଉନି। ମୁଖ୍ୟମନ୍ତ୍ରୀ ଆଉ ଗାନ୍ଧାରୀଙ୍କ ଭଳି ନବସି ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ନିରଞ୍ଜନ ଦାବି କରିଛନ୍ତି।

ଆନ୍ଦୋଳନ ସୀମା ଟପିଗଲାଣି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ

ତେବେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି ଯେ, ହାଇକୋର୍ଟ ବାର ହେଉ କି ଯେକୌଣସି ବାର, ଏହାକୁ ରାଜନୀତିକ ପରୀକ୍ଷାଗାର କରାନଯାଉ। ହାଇକୋର୍ଟର ଏକ ଗରିମା ଓ ମର୍ଯ୍ୟାଦା ରହିଛି। ତାକୁ ବଞ୍ଚାଇ ରଖିବା ହେଉଛି ସବୁ ଶ୍ରେଣୀର ଓକିଲଙ୍କ କାମ । ସେହି ଗରିମାକୁ ବଜାୟ ରଖିବା ଦିଗରେ କୌଣସି ଗୋଟିଏ ଗୋଷ୍ଠୀ ନୁହେଁ, ସବୁ ଓକିଲମାନେ ଆଗେଇ ଆସିବା ଉଚିତ୍। ସାଧାରଣ ଲୋକ ଆଇନର ଆଶ୍ରୟ ନେଇ ନ୍ୟାୟ କିଭଳି ପାଇବ ସେ ସୀମା ଏବେ ଟପିଗଲାଣି। ଜେଲରେ ରହିବା ସୀମା ବି ଟପିଗଲାଣି। ଆଉ ଆନ୍ଦୋଳନର ବି ସୀମା ଟପିଗଲାଣି। ତେଣୁ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଓଡ଼ିଶା ହାଇକୋର୍ଟ ଇତିହାସରେ କେବଳ ଏଭଳି ଘଟଣା ହୋଇନଥିଲା। ତେଣୁ ଆଇନମନ୍ତ୍ରୀ ଓ ଆଇନ ସଚିବ ତୁରନ୍ତ ଓକିଲ ପ୍ରତିନିଧିମାନଙ୍କ ସହ ଆଲୋଚନା କରି ଆନ୍ଦୋଳନର ପରିସମାପ୍ତି କରନ୍ତୁ। ସାଧାରଣ ଲୋକ ଶୀଘ୍ର ନ୍ୟାୟ ପାଇବାର ଆବଶ୍ୟକତା ରହିଛି।

ଆନ୍ଦୋଳନ ପଛରେ ବିଜେପିର ହାତ ଅଛି: ବିଜେଡି 

ଅନ୍ୟପକ୍ଷରେ ଓକିଲଙ୍କ ଆନ୍ଦୋଳନ ପଛରେ ବିଜେପିର ହାତ ଅଛି ବୋଲି ଆଜି ବିଜେଡି ସିଧାସଳଖ ଅଭିଯୋଗ କରିଛି। ଦଳର ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ଆଇନର ରକ୍ଷକ ଯିଏ ସିଏ ଆଇନ ଭାଙ୍ଗୁଛନ୍ତି। ଦୁଇମାସ ହେଲା ସାଧାରଣ ଲୋକ ହଇରାଣ ହେଉଛନ୍ତି। ଲୋକଙ୍କୁ ଆଇନ ସେବା ଯୋଗାଇବା ଓକିଲମାନଙ୍କ କର୍ତ୍ତବ୍ୟ। ଲୋକଙ୍କୁ ସେବା ଯୋଗାଇବା ପାଇଁ କିଛି ଓକିଲ ଚାହିଁଥିଲେ କିନ୍ତୁ ସେମାନଙ୍କ ଉପରେ ଆକ୍ରମଣ ହୋଇଛି। କୋର୍ଟ ପରିସରରେ ଆଜି ଯାହା ଘଟିଲା, ତାହା ଦୁଃଖଦାୟକ। ୩ଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓକିଲ ଆନ୍ଦୋଳନକୁ ଉସକାଇବା ଭଳି ମନ୍ତବ୍ୟ ଦେଇ ନିଆଁରେ କିରାସିନି ଢାଳିଛନ୍ତି। ଏହି ଆନ୍ଦୋଳନ ପଛରେ ବିଜେପିର ହାତ ଅଛି। ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି କରାଯାଉଛି।

ଏଥିରେ ବିଜୁ ଯୁବ ବାହିନୀର ହାତ ନାହିଁ ବୋଲି ସେ ସ୍ପଷ୍ଟ କରିବା ସହ ରାଜନୀତିକ ଉଦ୍ଦେଶ୍ୟ ରଖି ବିଜେପି ଯାହା କରୁଛି ସେମାନେ ସଫଳ ହେବେ ନାହିଁ ବୋଲି ଶ୍ରୀ ଦେବ କହିଛନ୍ତି।

ଦୁଇମାସ ହେଲା ସରକାର କାହିଁକି ନିରବ ହୋଇବସିଛନ୍ତି: ବିଜେପି

ତେବେ ବିଜେଡିର ଅଭିଯୋଗକୁ ବିଜେପି ଉପସଭାପତି ସମୀର ମହାନ୍ତି ଖଣ୍ଡନ କରି କହିଛନ୍ତି ଯେ, ଦୁଇମାସ ହେଲା ଓକିଲମାନେ ଆନ୍ଦୋଳନ କରୁଛନ୍ତି, ସରକାର କାହିଁକି ନିରବ ହୋଇବସିଛନ୍ତି। ବିଜୁ ଯୁବବାହିନୀ କୋର୍ଟ ପରିସରରେ ଛୁରୀ,ଭୁଜାଲୀ ଧରି ପ୍ରବେଶ କରୁଛନ୍ତି। ଏ ସରକାର ଆଇନ ବିରୋଧୀ ଓ ଆଇନକୁ ସମ୍ମାନ ଦେବା ଜାଣନ୍ତି ନାହିଁ। ନିଜର ଅପାରଗତା ଲୁଚାଇବା ପାଇଁ ସେମାନେ କେବଳ ଅନ୍ୟ ଉପରେ ଦୋଷ ଲଦିବା ଜାଣନ୍ତି ବୋଲି ସେ କହିଛନ୍ତି।

 



from Odisha Reporter https://ift.tt/2RmAMe9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages