ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତିଙ୍କ ଆର୍ଥିକ ସ୍ଥିତି ଏମିତି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 3, 2018

ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତିଙ୍କ ଆର୍ଥିକ ସ୍ଥିତି ଏମିତି !

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର)- ସୁପ୍ରିମ୍‌କୋର୍ଟର ବିଚାରପତିଙ୍କ କଥା ଆସିଲେ ରଙ୍ଗିନ୍ ଚିତ୍ରଟିଏ ସାମ୍ନାକୁ ଆସେ। କିନ୍ତୁ ବାସ୍ତବ ସ୍ଥିତି କ’ଣ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ ଦେଇଥିବା ସୂଚନାରୁ ଜଣାପଡ଼ିଛି। ସୁପ୍ରିମ୍‌କୋର୍ଟର ବିଚାରପତିଙ୍କ ଦରମା ୩ ଗୁଣ କରାଯିବାର ପ୍ରସ୍ତାବ ରହିଥିବା ନେଇ ସୂଚନା ଦେବା ଅବସରରେ ଏପରି ତଥ୍ୟ ସାମ୍ନାକୁ ଆସିଛି।

୨୧ ବର୍ଷ ଧରି ସ୍ଥାୟୀ ବିଚାରପତିଭାବେ ଦାୟିତ୍ୱ ତୁଲାଇବା ପରେ ଶେଷରେ ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଦାୟିତ୍ୱରୁ ଅବସର ନେଇଛନ୍ତି ଜଷ୍ଟିସ୍‌ ଦୀପକ ମିଶ୍ର। ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ତାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଭିନ୍ନ ହାଇକୋର୍ଟ ଏବଂ ସୁପ୍ରିମ୍‌ କୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇସାରିଥିବା ଏହି ବିଚାରପତିଙ୍କ ସମ୍ପତ୍ତି କଥା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।

ଜଷ୍ଟିସ୍‌ ଗୋଗୋଇଙ୍କର ଗୋଟିଏ ମଧ୍ୟ ସୁନା ଗହଣା ନାହିଁ ଏବଂ ଯାହା ତାଙ୍କ ସ୍ତ୍ରୀଙ୍କ ନିକଟରେ ଅଛି ସେସବୁ ତାଙ୍କର ବିବାହ ବେଳର ବୋଲି ଜଣାପଡ଼ିଛି। ତାଙ୍କ ନାମରେ ନା କୌଣସି ଋଣ ରହିଛି ନା କୌଣସି ବନ୍ଧକ, ନ କୌଣସି ବକେୟା ବିଲ କିମ୍ବା ସେହିଭଳି କିଛି ବାକି ରହିଛି। କିନ୍ତୁ ଜଷ୍ଟିସ୍‌ ଦୀପକ ମିଶ୍ର ଦିଲ୍ଲୀର ମୟୁର ବିହାରରେ ଏକ ଫ୍ଲାଟ୍‌ ପାଇଁ ୨୨.୫ ଲକ୍ଷ ଟଙ୍କାର ଗୃହଋଣ ନେଇଛନ୍ତି। ଅନ୍ୟପକ୍ଷରେ ତାଙ୍କର କଟକରେ ଏକ ଘର ରହିଛି, ଯାହାକି ସେ ହାଇକୋର୍ଟ ବିଚାରପତି ହେବାର ୧୦ ବର୍ଷ ପୂର୍ବରୁ ନିର୍ମଣ କରାଯାଇଥିଲା।



from Odisha Reporter https://ift.tt/2Rjsk0l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages