ବଦଳିଲା ୪ର୍ଥ ଦିନିକିଆ ମ୍ୟାଚ୍‌ର ଭେନ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 12, 2018

ବଦଳିଲା ୪ର୍ଥ ଦିନିକିଆ ମ୍ୟାଚ୍‌ର ଭେନ୍ୟୁ

ମୁମ୍ବାଇ: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ହେବାକୁ ଥିବା ୪ର୍ଥ ଦିନିକିଆର ଭେନ୍ୟୁକୁ ଆଜି ଅପ୍ରତ୍ୟାଶିତ ଭାବେ ସ୍ଥାନାନ୍ତର କରାଯାଇଛି। ପୂର୍ବରୁ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ହେବାକୁ ଥିବା ଏହି ମ୍ୟାଚ୍‌କୁ କ୍ରିକେଟ୍‌ କ୍ଲବ ଅଫ୍‌ ଇଣ୍ଡିଆ(ସିସିଆଇ)କୁ ସ୍ଥାନାନ୍ତର କରାଯାଇଛି। ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।

ବିସିସିଆଇ ପକ୍ଷରୁ କୁହାଯାଇଛି ଯେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା କମିଟିର ନିର୍ଦ୍ଦେଶ ଅନୁଯାୟୀ ଭାରତ ବନାମ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ର ଭେନ୍ୟୁକୁ ପରିବର୍ତ୍ତନ କରାଯାଇଛି। ସିସିଆଇର ମୁମ୍ବାଇସ୍ଥିତ ବ୍ରାବୋର୍ଣ୍ଣ ଷ୍ଟାଡିୟମ୍‌ରେ ହିଁ ୪ର୍ଥ ଦିନିକିଆ ଖେଳାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ୨୦ ହଜାର ଦର୍ଶକ ବସିବାର ସୁବିଧା ରହିଛି। ୨୦୦୬ରେ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଶେଷଥର ପାଇଁ ଏଠାରେ ଦିନିକିଆ ମ୍ୟାଚ୍‌ ଖେଳାଯାଇଥିଲା। ସେହିପରି ୨୦୦୭ରେ ଏଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏକମାତ୍ର ଟି-୨୦ ମ୍ୟାଚ୍‌ ଖେଳାଯାଇଥିଲା।

ବର୍ତ୍ତମାନ ଭାରତ ବିପକ୍ଷରେ ଟେଷ୍ଟ୍‌ ସିରିଜ୍‌ ଖେଳୁଥିବା ୱେଷ୍ଟଇଣ୍ଡିଜ୍‌ ଏହାପରେ ୫ଟି ଦିନିକିଆ ମ୍ୟାଚ୍‌ ଖେଳିବ। ୨୧ ତାରିଖରୁ ଭାରତ ବନାମ ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଦିନିକିଆ ମ୍ୟାଚ୍‌ ଗୌହାଟୀରେ ଥିବା ବାରସପରା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯିବ।



from Odisha Reporter https://ift.tt/2NAJ93v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages