
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫେଲ୍ ମାରିଛି ସରକାରଙ୍କ ଜିରୋ କାଜୁଆଲିଟି ଟାର୍ଗେଟ। ତିତ୍ଲି ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜୀବନହାନୀ ହୋଇଛି । ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଲାବଣ୍ୟଗଡ଼ ଗାଁରେ କାନ୍ଥ ପଡ଼ି ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ବାଲେଶ୍ୱରର ଏହି ପତ୍ନୀପତି ଲାବଣ୍ୟଗଡ଼ରେ ଏକ ମାର୍ବଲ ଫ୍ୟା୍ରିରେ ରହି କାମ କରୁଥିଲେ। ତିତ୍ଲି ପ୍ରଭାବରେ ଲଗାଣ ବର୍ଷା ଯୋଗୁ ସେମାନେ ଆଶ୍ରୟ ନେଇଥିବା ସ୍ଥାନରେ ଦୁର୍ବଳ କାନ୍ଥ ପଡ଼ି ଦୁହେଁ ପ୍ରାଣ ହରାଇଥିଲେ।
ସେହିଭଳି ନୟାଗଡ଼ରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମଧ୍ୟ ହସ୍ତଗତ ହୋଇଛି। ଓଡ଼ଗାଁ ଅଞ୍ଚଳର ଅଭିମନ୍ୟୁ ମାଝୀ ଓ ରଣପୁର ଅଞ୍ଚଳର ଅନ୍ୟ ଜଣେ ବ୍ୟକ୍ତି ନଦୀରେ ଭାସି ପ୍ରାଣ ହରାଇଥିବର ଆସିଷ୍ଟାଣ୍ଟ୍ କଲେକ୍ଟର କହିଛନ୍ତି। କନ୍ଧମାଳ ଜିଲ୍ଲା ପେଞ୍ଜିସାହି ନିକଟ ପାହାଡି ନାଳରେ ଭାସି ଜଣେ ଯୁବକଙ୍କ ମୃତ୍ୟୁ ମଧ୍ୟ ହୋଇଛି। ସେହିଭଳି ଗଜପତି ଜିଲ୍ଲା କାଶୀନଗର ବ୍ଲକ ଧିଡ଼ିଙ୍ଗିଗୁଡ଼ା ଗାଁରେ କାନ୍ଥ ପଡ଼ି ଜଣେ ବୃଦ୍ଧା ପ୍ରାଣ ହରାଇଛନ୍ତି । ଏପଟେ କଟକ ସାଲେପୁର ବ୍ଲକ ରଟିଲୋ ଗାଁରେ କାନ୍ଥ ପଡ଼ି, ଅନ୍ୟ ଜଣେ ବୃଦ୍ଧଙ୍କର ମୃତ୍ୟୁ ଖବର ମିଳିଛି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ମାଣିଆବିନ୍ଧା ଗାଁର ମଧ୍ୟ କାନ୍ଥ ପଡ଼ି ଜଣେ ୨ ବର୍ଷର ଶିଶୁ ପ୍ରାଣ ହରାଇଛି।
from Odisha Reporter https://ift.tt/2P1HlWl
No comments:
Post a Comment