
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୟଙ୍କର ରୂପ ନେଇ ମାଡ଼ି ଆସୁଛି ବାତ୍ୟା ‘ତିତ୍ଲି’। ଆସନ୍ତାକାଲି ସକାଳେ ସାଢ଼େ ୫ଟାରେ ଏହା ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍ ଏବଂ ଓଡ଼ିଶାର ଗୋପାଳପୁର ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ।
ମୁଖ୍ୟମନ୍ତ୍ରୀ ଜିରୋ କାଜୁଆଲିଟି ଅର୍ଥାତ୍ କେହି ଯେମିତି ହତାହତ ନହୁଅନ୍ତି, ତା’ଉପରେ ଗୁରୁତ୍ୱ ଦେଇଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳଗୁଡ଼ିକରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି। ତେବେ ଲୋକଙ୍କୁ ମଧ୍ୟ ଏନେଇ ସତର୍କ ରହିବାକୁ ହେବ।
ସମ୍ଭାବ୍ୟ ବାତ୍ୟା ପୂର୍ବରୁ ଆପଣମାନେ କ’ଣ କରିବେ ଏବଂ ବାତ୍ୟା ପରେ କ’ଣ କରିବେ, ଏନେଇ ନ୍ୟାସ୍ନାଲ୍ ଡିଜାଷ୍ଟର ମ୍ୟାନେଜ୍ମେଣ୍ଟ୍ ଅଥରିଟୀ (NDMA) ପକ୍ଷରୁ କିଛି ସୂଚନା ଜାରି କରାଯାଇଛି। ଆସନ୍ତୁ ତା’ଉପରେ ଟିକେ ନଜର ପକାଇବା।
ବାତ୍ୟା ପୂର୍ବରୁ କଣ କରିବେ?
– ସ୍ଥିତିକୁ ନେଇ ଶାନ୍ତ ରୁହନ୍ତୁ, ଭୟଭୀତ ହୁଅନ୍ତୁ ନାହିଁ
– ମିଥ୍ୟା ଗୁଜବକୁ ଅଣଦେଖା କରନ୍ତୁ
– ନିଜର ମୋବାଇଲ ଫୋନ୍ ଚାର୍ଜ ରଖନ୍ତୁ
– ଏସ୍ଏମ୍ଏସ୍ ବ୍ୟବହାର କରନ୍ତୁ
– ପାଣିପାଗର ଖବର ପାଇଁ ରେଡିଓ, ଟିଭି, ଖବରକାଗଜ ପଢ଼ନ୍ତୁ
– ଆବଶକୀୟ କାଗଜପତ୍ର ଓ ମୂଲ୍ୟବାନ ସାମଗ୍ରୀ ସୁରକ୍ଷିତ ରଖନ୍ତୁ
– ଗୃହପାଳିତ ପଶୁଙ୍କୁ ନବାନ୍ଧି ଖୋଲାରେ ରଖନ୍ତୁ
ବାତ୍ୟା ଆସିଲେ କ’ଣ କରିବେ?
– ବିଜୁଳି ସରବରାହ ବନ୍ଦ କରନ୍ତୁ
– ସମ୍ଭାବ୍ୟ ଅଗ୍ନିକାଣ୍ଡକୁ ଏଡାଇବାକୁ ଗ୍ୟାସ ସପ୍ଲାଏ ବନ୍ଦ ରଖନ୍ତୁ
– ଘରର କବାଟ ଓ ଝରକା ବନ୍ଦ ରଖନ୍ତୁ
– ମାଟି ଘର ଥିଲେ ସୁରକ୍ଷିତ କୋଠା ଘରକୁ ଚାଲିଯାଆନ୍ତୁ
– ଭଂଗା ଦଦରା କୋଠା ଘରକୁ ଯାଆନ୍ତୁ ନାହିଁ
– ଫୁଟା ପାଣି କିମ୍ବା କ୍ଲୋରିନ୍ଯୁକ୍ତ ପାଣି ପିଅନ୍ତୁ
– ସରକାରୀ ସତର୍କତା ସୂଚନା ଉପରେ ବିଶ୍ୱାସ କରନ୍ତୁ
– ଭାଙ୍ଗିଯାଇଥିବା ବିଜୁଳି ଖୁଣ୍ଟ, ତାର ଠାରୁ ଦୂରେଇ ରୁହନ୍ତୁ
ମତ୍ସ୍ୟଜୀବୀଙ୍କ ପାଇଁ ସତର୍କତା
– ଅତିରିକ୍ତ ବ୍ୟାଟେରୀ ସହ ରେଡିଓକୁ ସବୁବେଳେ ପାଖରେ ରଖନ୍ତୁ
– ନିଜ ଡଙ୍ଗାକୁ ସୁରକ୍ଷିତ ସ୍ଥାନରେ ବାନ୍ଧି ରଖନ୍ତୁ
– ସମୁଦ୍ର ଭିତରକୁ ଯାଆନ୍ତୁ ନାହିଁ
from Odisha Reporter https://ift.tt/2CBsnjX
No comments:
Post a Comment