
ବେଙ୍ଗାଲୁରୁ ,(ଓଡ଼ିଶା ରିପୋର୍ଟର): ଦେଶର ପ୍ରମୁଖ ବିୟର କମ୍ପାନୀ ୟୁବି ଲିମିଟେଡ୍, ଆଲକହଲ୍ ଯୁକ୍ତ ପାନୀୟ ପାଇଁ ବେଶ୍ ପ୍ରସିଦ୍ଧ। ଏହାର କିଙ୍ଗଫିଶର ବ୍ରାଣ୍ଡ୍ କୁ କିଏ ବା ନ ଜାଣେ। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି କମ୍ପାନୀ ବିନା ଆଲକହଲ ଯୁକ୍ତ ପାନୀୟ ବଜାରକୁ ଆଣି ନ ଥିବା ବେଳେ ପ୍ରଥମ ଥର ପାଇଁ ଏଭଳି ଏକ ବିଅର ଆଣିଛି, ଯାହାକି ପିଇଲେ ଲେମ୍ବୁ ପାଣି ପରି ଲାଗିବ। ବିୟର ପିଇବାର ମଜା ମିଳିବ କିନ୍ତୁ ନିଶା ହେବ ନାହିଁ। ଏହାର ନାମ କିଙ୍ଗଫିଶର ରାଡଲର ରହିଛି।
ଗୁଜରାଟରେ ଏହି ବ୍ରାଣ୍ଡ୍ କୁ କମ୍ପାନୀ ପ୍ରଥମେ ବଜାର ପ୍ରବେଶ କରାଇବ ଯେଉଁଠାରେ କି କମ୍ପାନୀର ପ୍ରବେଶ ନାହିଁ। କମ୍ପାନୀର କହିବା ଅନୁସାରେ, ଯେଉଁ ମାନେ ନିଶାକୁ ନା କହୁଛନ୍ତି ସେମାନଙ୍କୁ ଆଖି ଆଗରେ ରଖି ଏହି ପାନୀୟ ପ୍ରସ୍ତୁତ କରାଯାଇଛି।
from Odisha Reporter https://ift.tt/2PqHcZo
No comments:
Post a Comment