ଘରେ ପ୍ରସ୍ତୁତ କରନ୍ତୁ ତେନ୍ତୁଳି ଅଣ୍ଡା ଚଟ୍‌ପଟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 16, 2018

ଘରେ ପ୍ରସ୍ତୁତ କରନ୍ତୁ ତେନ୍ତୁଳି ଅଣ୍ଡା ଚଟ୍‌ପଟା

food1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ପାଗ ଥଣ୍ଡା ରହିଲେ, ଘରେ କିଛି ହାତ ତିଆରି ଚଟ୍‌ପଟା ଖାଦ୍ୟ ଖାଇବାକୁ ଖୁବ୍‌ ଆଗ୍ରହ ହୋଇଥାଏ। ତେନ୍ତୁଳି ପାଣି ସହ ଅଣ୍ଡାକୁ ନେଇ ସେହିଭଳି ଏକ ଚଟ୍‌ପଟା ଖାଦ୍ୟର ପ୍ରସ୍ତୁତି ସମ୍ପର୍କରେ ଆଜି ଆମେ ଆପଣଙ୍କୁ କହିବୁ।

ଆବଶ୍ୟକ ସାମଗ୍ରୀ: ଅଣ୍ଡା, ତେଲ, ଲୁଣ, ହଳଦୀ, ଲଙ୍କା ଗୁଣ୍ଡ, ଗରମ ମସଲା, ଅଦା ରସୁଣ ପେଷ୍ଟ୍‌, ବଟା ଟମାଟୋ, କଞ୍ଚା ଲଙ୍କା, କଟା ପିଆଜ, ଧନିଆ ପତ୍ର, ତେନ୍ତୁଳି ରସ, ପୁଦିନା ଓ ଧନିଆପତ୍ର ରସ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅଣ୍ଡାକୁ ଫଟାଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ଲୁଣ ଓ ଗରମ ମସଲା ପକାଇ ଭଲରେ ଗୋଳାଇ ଦିଅନ୍ତୁ।

ଏହାପରେ ଚୁଲିରେ ଏକ ପ୍ୟାନ୍‌ ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହେବା ପରେ ଅଣ୍ଡାକୁ ସେଥିରେ ପକାଇ ଆମ୍‌ଲେଟ୍‌ ପ୍ରସ୍ତୁତ କରନ୍ତୁ।

ଆମଲେଟ୍‌ ହେବା ପୂର୍ବରୁ ତାକୁ ନ ଓଲଟାଇ ରୋଲ ପରି କରି ଦିଅନ୍ତୁ। ଏହା ହୋଇଯିବା ପରେ ତାକୁ ଏକ ପାତ୍ରକୁ କାଢ଼ି ପିସ୍‌ ପିସ୍‌ କରି କାଟି ଦିଅନ୍ତୁ।

ଏହା ପରେ ଚୁଲିରେ ଆଉ ଏକ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହୋଇଯିବାପରେ ସେଥିରେ କଟା ପିଆଜ ଓ ଟମାଟୋ ବଟା ପକାନ୍ତୁ।

ପିଆଜ ବାଦାମୀ ରଙ୍ଗ ହୋଇ ଆସିଲେ ଅଦା ରସୁଣ ପେଷ୍ଟ୍‌, ଲୁଣ, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ ଓ ଗରମ ମସଲା ପକାନ୍ତୁ। ତା’ପରେ ସେଥିରେ ତେନ୍ତୁଳି ରସ ଓ, ପୁଦିନା ଓ ଧନିଆ ପତ୍ର ରସ ପକାନ୍ତୁ।

ଏହା ଫୁଟି ଆସିଲେ, ସେଥିରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଆମ୍‌ଲେଟ୍‌କୁ ପକାନ୍ତୁ। ମାତ୍ର କିଛି ସମୟ ପରେ ଏହାକୁ  ଚୁଲିରୁ ଓହ୍ଲାଇ ଦେଇ, ଖାଆନ୍ତୁ ଏବଂ ଖୁଆନ୍ତୁ ଏକ ଭିନ୍ନ ଧରଣର ଚଟ୍‌ପଟା ଆଇଟମ୍‌।



from Odisha Reporter https://ift.tt/2yHLbtj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages