
ଇସଲାମାବାଦ (ଓଡ଼ିଶା ରିପୋର୍ଟର): ଭାରତ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ମ୍ୟାଚ୍କୁ ଉଭୟ ରାଷ୍ଟ୍ରର କ୍ରିକେଟ୍ ପ୍ରେମୀଙ୍କ ବ୍ୟତୀତ ସାରା ବିଶ୍ୱର ଲୋକେ ମଧ୍ୟ ଚାତକ ଭଳି ଚାହିଁ ରହିଥାନ୍ତି। କିନ୍ତୁ ଜାନୁଆରୀ ୨୦୧୩ ପରଠାରୁ ଉଭୟ ଦେଶ ଘରୋଇ ପରିବେଶରେ ଦ୍ୱିପାକ୍ଷିକ ସିରିଜ୍ ଖେଳୁନାହାନ୍ତି। ଏହାର ଏକମାତ୍ର କାରଣ ହେଉଛି ପାକିସ୍ତାନ ସୀମାପାର ଆତଙ୍କବାଦକୁ ପାକିସ୍ତାନର ଅହେତୁକ ସମର୍ଥନ।
ତେବେ ପାକିସ୍ତାନ ଗସ୍ତରେ ଭାରତ ଯିବା ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡର ନବ ନିର୍ବଚିତ ଅଧ୍ୟକ୍ଷ ଏହସାନ୍ ମନି କହିଛନ୍ତି, “ଆମ ପକ୍ଷରୁ ଭାରତକୁ ପାକିସ୍ତାନରେ ଖେଳିବାକୁ ନିମନ୍ତ୍ରଣ କରିବା ମୁଁ ଠିକ୍ ଭାବୁନି। ସେମାନେ ଯଦି ଚାହିଁବେ ଆସିପାରିବେ। ସେମାନଙ୍କର ଯଦି ଇଚ୍ଛା ନାହିଁ, ଠିକ୍ ଅଛି। ଆମେ ଏଥିପାଇଁ ଅନୁରୋଧ କରିବାର ନାହିଁ। ଉଭୟ ଦେଶ ମଧ୍ୟରେ ଘରୋଇ ସିରିଜ୍ କ୍ରିକେଟ୍ ପାଇଁ ଶୁଭ ସଙ୍କେତ। କିନ୍ତୁ ଏହି ଆଗ୍ରହ ଉଭୟ ପକ୍ଷରୁ ହେବା ଉଚିତ’ବୋଲି ସେ କହିଛନ୍ତି।
from Odisha Reporter https://ift.tt/2NJaHnu
No comments:
Post a Comment