
ପୁରୀ (ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ବିଜୟା ଦଶମୀ। ଏଥିପାଇଁ ରାଜ୍ୟର ବିଭିନ୍ନ ପୀଠ ଓ ପୂଜାମଣ୍ଡପ ଗୁଡିକରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସକାଳୁ ସକାଳୁ ପୂଜା ମଣ୍ଡପ ଗୁଡିକରେ ଶ୍ରଦ୍ଧାଳୁଙ୍କର ଭିଡ଼ ଜମିଛି। ଆଜି ଦଶହରା ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ସୁନାବେଶ ଅନୁଷ୍ଠିତ ହେବ।
ସକାଳ ଧୂପ ପରେ ସପ୍ତମୀଠାରୁ ପୂଜାରେ ବସିଥିବା ମହାପ୍ରଭୁଙ୍କ ଆୟୁଧ ସ୍ୱର୍ଣ୍ଣଚକ୍ର, ରୌପ୍ୟ ଶଙ୍ଖ, ହଳ ମୂଷଳକୁ ମହାସ୍ନାନ କରାଯିବ। ପରେ ଚନ୍ଦନ ଲାଗି ପରେ ମହାପ୍ରଭୁଙ୍କୁ ବିଭିନ୍ନ ସୁନା ଅଳଙ୍କାରରେ ଆଭୂଷିତ କରାଯିବ।
ମହାପ୍ରଭୁ ଜଗନ୍ନାଥ ଶ୍ରୀପୟର, ଶ୍ରୀଭୁଜ, କିରିଟି ଆଦି ଅନେକ ସୁନା ଅଳଙ୍କାର ସହ ସ୍ୱର୍ଣ୍ଣ ଚକ୍ର, ରୌପ୍ୟ ଶଙ୍ଖ ପରିଧାନ କରି ଭକ୍ତଙ୍କୁ ରତ୍ନସିଂହାସନ ଉପରେ ରାଜବେଶରେ ଦର୍ଶନ ଦେବେ।
from Odisha Reporter https://ift.tt/2QYrd52
No comments:
Post a Comment