ଟ୍ରମ୍ପଙ୍କ ଇମିଗ୍ରେସନ୍‌ ପଲିସି ବିରୋଧରେ କୋର୍ଟ ଗଲେ ଆମେରିକା କଲେଜ୍‌ ସମୂହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 25, 2018

ଟ୍ରମ୍ପଙ୍କ ଇମିଗ୍ରେସନ୍‌ ପଲିସି ବିରୋଧରେ କୋର୍ଟ ଗଲେ ଆମେରିକା କଲେଜ୍‌ ସମୂହ

ୱାଶିଂଟନ୍‌: ଆମେରିକାର ‘ଦି ନ୍ୟୁ ସ୍କୁଲ୍‌’ ସମେତ କିଛି ଶିକ୍ଷାନୁଷ୍ଠାନଙ୍କ ଏକ ଗୋଷ୍ଠୀ ଟ୍ରମ୍ପଙ୍କ ଇମିଗ୍ରେସନ୍‌ ପଲିସି ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗତ କିଛି ଦିନ ତଳେ ବିଦେଶୀ ମାନଙ୍କୁ ଆମେରିକାର ଆସିବାରେ ଆବଶ୍ୟକୀୟ ଭିସା ପ୍ରକ୍ରିୟାରେ କଟକଣା ଲଗାଇବା କାରଣରୁ ଛାତ୍ରମାନେ ବିଶେଷଭାବେ ପ୍ରଭାବିତ ହୋଇଥିଲେ। ଏହି ପଲିସି ଅନୁଯାୟୀ ଅନ୍ତର୍ଜାତୀୟ ଛାତ୍ରମାନେ ବିନା କୌଣସି ଦୋଷରେ ମଧ୍ୟ ୩ରୁ ୧୦ ବର୍ଷ ଯାଏ ଆମେରିକା ଯିବାର ବାଟ ବନ୍ଦ ହୋଇଯାଇଛି।

ୟୁଏସ୍‌ ସିଟିଜେନ୍‌ଶିପ୍‌ ଆଣ୍ଡ ଇମିଗ୍ରେସନ୍‌ ସର୍ଭିସେସ୍‌ ପକ୍ଷରୁ କରାଯାଇଥିବା ଗତ ଅଗଷ୍ଟ ମାସରେ କରାଯାଇଥିବା ଏହି ଘୋଷଣା ଅନୁଯାୟୀ, ଯଦିଓ ଆମେରିକାରେ ରହିବାପାଇଁ ସେମାନଙ୍କର ଅନୁମୋଦିତ ଅବଧି ସରିନଥିବ, ସେମାନେ ଛାତ୍ର ହେବାର ମର୍ଯ୍ୟାଦା ହରାଇବା ମାତ୍ରେ ହିଁ ତାଙ୍କ ରହଣିକୁ ଅବୈଧ ବିଚାର କରାଯାଉଛି। ଫଳରେ ଆମେରିକୀୟ ଶିକ୍ଷାନୁଷ୍ଠାନଗୁଡ଼ିକ ଆର୍ଥିକ କ୍ଷେତ୍ରରେ କ୍ଷତିଗ୍ରସ୍ତ ହେଉଛନ୍ତି।

ଅନୁମୋଦିତ ଅବଧିଠାରୁ ୬ ମାସ ବା ୧୮୦ ଦିନ ଅଧିକ ରହିଲେ ପରବର୍ତ୍ତୀ ୩ ବର୍ଷ ପାଇଁ ଅନୁମତି ମିଳୁନାହିଁ ଏବଂ ବର୍ଷେ ଅଧିକ ରହିଲେ ଆଗାମୀ ୧୦ ବର୍ଷଯାଏ ଆମେରିକା ଆସିବାକୁ ଅନୁମତି ମିଳୁନାହିଁ। ଏପରିକି ଛାତ୍ରଜଣକ ସହିତ ଶିକ୍ଷାନୁଷ୍ଠାନ ସହିତ ଯୋଗାଯୋଗ ନରହିଲେ ମଧ୍ୟ ରହଣି ଅବଧିକୁ ନେଇ ଦ୍ୱନ୍ଦ୍ୱ ଉପୁଜୁଛି।

ଏହି ଆବେଦନରେ ସକ୍ରିୟ ଭୂମିକା ନେଇଥିବା ପଲ୍‌ ହଗ୍‌ସଙ୍କ କହିବା ଅନୁଯାୟୀ, “ଏହି ପିଟିସନ୍‌ ଅନ୍ତର୍ଜାତୀୟ ଛାତ୍ରମାନଙ୍କର ଅଧିକାରର ସୁରକ୍ଷା ପାଇଁ ଉଦ୍ଦିଷ୍ଟ। ଆମେରକିର କଲେଜ୍‌ କ୍ୟାମ୍ପସ୍‌ଗୁଡ଼ିକ ପାଇଁ ସେମାନଙ୍କ ଅବଦାନ ଯଥେଷ୍ଟ ଅଧିକ। ଗତ ଦୁଇ ଦଶନ୍ଧି ଧରି ଚାଲିଆସିଥିବା ଅପ୍ରବାସ ପ୍ରଥା ଏହି ନୂତନ ପଲିସି ଦ୍ୱାରା କ୍ଷୁର୍ଣ୍ଣ ହେଉଛି।”



from Odisha Reporter https://ift.tt/2z6rawy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages