‘ଭୈୟାଜୀ ସୁପରହିଟ୍‌’ର ଟ୍ରେଲର ରିଲିଜ୍‌ :୧୭ ବର୍ଷ ପରେ ସନ୍ନିଙ୍କ ସହ ରୋମାନ୍ସ କରିବେ ଏହି ଅଭିନେତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 25, 2018

‘ଭୈୟାଜୀ ସୁପରହିଟ୍‌’ର ଟ୍ରେଲର ରିଲିଜ୍‌ :୧୭ ବର୍ଷ ପରେ ସନ୍ନିଙ୍କ ସହ ରୋମାନ୍ସ କରିବେ ଏହି ଅଭିନେତ୍ରୀ

ମୁମ୍ବାଇ: ସନ୍ନି ଦେଓଲଙ୍କ ଫିଲ୍ମ ‘ଭୈୟାଜୀ ସୁପରହିଟ୍‌’ର ଟ୍ରେଲର ରିଲିଜ୍‌ ହେଇଛି। ଏଥିରେ ସନ୍ନି ଦେଓଲଙ୍କ କମେଡି ସହ ଆକ୍ସନର ତଡ଼କା ଦେଖିବାକୁ ମିଳିବ। ଫିଲ୍ମରେ ସନ୍ନିଙ୍କ  ବିପକ୍ଷରେ ରହିଛନ୍ତି ଦୁଇ ହିରୋଇନ୍‌, ପ୍ରୀତି ଜିଣ୍ଟା ଏବଂ ଅମିଷା ପଟେଲ୍‌। ପ୍ରୀତି ଓ ଅମିଷା ଦୀର୍ଘଦିନ ପରେ ବଡ଼ ପରଦାରେ ନଜର ଆସିବେ। ଏହା ସହ ସନ୍ନି ଦୀର୍ଘ ୧୭ ବର୍ଷ ପରେ ଅମୀଷାଙ୍କ ସହ ପରଦାରେ ରୋମାନ୍ସ କରିବେ। ଫିଲ୍ମରେ କମେଡିର ଡବଲ୍‌ ଡୋଜ୍‌ ଦେବା ପାଇଁ ଅରସଦ୍‌ ୱରସୀ ଓ ଶ୍ରେୟସ୍‌ ତଲପଡେ ବି ନଜର ଆସିବେ।

ଫିଲ୍ମର କାହାଣୀ:  ଏଥିରେ ସନ୍ନି ଦେଓଲ୍‌ ହେଉଛନ୍ତି ୟୁପିର ଜଣେ ଡନ୍‌। ତାଙ୍କ ନାଁ ଭୈୟାଜୀ। ତାଙ୍କ ପତ୍ନୀ ହେଉଛନ୍ତି ପ୍ରୀତି ଜିଣ୍ଟା। ଫିଲ୍ମରେ ସନ୍ନିଙ୍କୁ ଗୋଟିଏ ଫିଲ୍ମ ପାଇଁ କାଷ୍ଟ୍‌ କରାଯାଉଛି ଯେଉଁଟି ସେ ଅଭିନେତ୍ରୀ ଅମିଷା ପଟେଲ୍‌ଙ୍କ ସହ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ।  ସେଥିପାଇଁ ସନ୍ନି ଓ ପ୍ରୀତିଙ୍କ ମଧ୍ୟରେ ଦୂରତା ଆସିଯାଉଛି। ଆଉ ତା’ପରେ ଏଣ୍ଟ୍ରି ହୁଏ ଭିଲିଆନ୍‌ର। ଯାହାର ନାଁ ହେଲିକ୍ୟାପ୍ଟର ଭୟା।  କାହାଣୀରେ ଏକ ବଡ଼ ଟ୍ୱିଷ୍ଟ୍‌ ବି ଅଛି। ସନ୍ନି ଫିଲ୍ମରେ ଡବଲ ରୋଲ୍‌ରେ ନଜର ଆସିବେ।

ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ନୀରଜ ପାଠକ। ଫିଲ୍ମଟି ନଭେମ୍ବର ୨୩ ତାରିଖରେ ରିଲିଜ୍‌ ହେବ।



from Odisha Reporter https://ift.tt/2z1oLU4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages