ମିଛ ଦୁଷ୍କର୍ମ ମାମଲା ରୁଜୁ କରି ବ୍ୟକ୍ତିଙ୍କୁ ଲୁଟୁଥିଲେ ୩ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 16, 2018

ମିଛ ଦୁଷ୍କର୍ମ ମାମଲା ରୁଜୁ କରି ବ୍ୟକ୍ତିଙ୍କୁ ଲୁଟୁଥିଲେ ୩ ମହିଳା

କର୍ଣ୍ଣାଲ: ଜଣେ ବ୍ୟକ୍ତିଙ୍କ ପୁଅ ନାଁରେ ମିଛ ଦୁଷ୍କର୍ମ ମାମଲା ରୁଜୁ କରି ଟଙ୍କା ଲୁଟ୍‌ କରୁଥିବା ଲେଡି ଗ୍ୟାଙ୍ଗକୁ ପୁଲିସ୍‌ କାବୁ କରିଛି। ଏହି ଗ୍ୟାଙ୍ଗରେ ୩ ଜଣ ମହିଳା ଓ ୬ ଜଣ ପୁରୁଷ ରହିଛନ୍ତି। ପୁଲିସ୍‌ ଏମାନଙ୍କୁ ଗିରଫ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ହରିଆଣାର କର୍ଣ୍ଣାଲଠାରେ ଏଭଳି ଘଟଣା ଘଟିଛି। ଏହି ଗ୍ୟାଙ୍ଗର ସର୍ଦ୍ଦାର ହେଉଛନ୍ତି ରାଜବାଲା। ପୁଲିସ୍‌ ତାକୁ ଜେରା କରି ପୂରା ଘଟଣା ଉପରୁ ପର୍ଦ୍ଦା ଉଠାଇଛି।

କର୍ଣ୍ଣାଲ ସିଭିଲ୍‌ ଲାଇନ୍‌ ପୁଲିସ୍‌ ଷ୍ଟେସନ୍‌ ହାଉସ୍‌ ଅଫିସର(ଏସ୍‌ଏଚ୍‌ଓ) ମୋହନ ଲାଲ କହିଛନ୍ତି, କର୍ଣ୍ଣାଲ ଅଞ୍ଚଳରେ ରହୁଥିବା ଖୁର୍ସିଦ ପ୍ରଥମେ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ପୁଅ ରିଜୱାନଙ୍କ ନାଁରେ ଜଣେ ମହିଳା ମିଛ ଦୁଷ୍କର୍ମ ମାମଲା ରୁଜୁ କରିବା ସହ ବାରମ୍ବାର ଟଙ୍କା ମାଗୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ମାମଲା ପ୍ରତ୍ୟାହାର ପାଇଁ ଉକ୍ତ ଗ୍ୟାଙ୍ଗରେ ଥିବା ମହିଳାମାନେ ପ୍ରଥମେ ୫୦ ହଜାର ଟଙ୍କା ମାଗିଥିଲେ।

ଖୁର୍ସିଦ ଏହି ଟଙ୍କା ଦେବା ପରେ ଗ୍ୟାଙ୍ଗ ପକ୍ଷରୁ ତାଙ୍କୁ ଆହୁରି ୨.୪୦ ଲକ୍ଷ ଟଙ୍କା ମଗାଯାଇଥିଲା। ଏହାପରେ ଖୁର୍ସିଦ ପୁଲିସ୍‌ ନିକଟରେ ହାଜର ହୋଇ ପୂରା ଘଟଣା ସମ୍ପର୍କରେ କହିବା ସହ ମାମଲା ରୁଜୁ କରିଥିବା ମହିଳାମାନେ କେମିତି ତାଙ୍କଠାରୁ ଟଙ୍କା ନେଉଛନ୍ତି, ତା’ର ଭିଡିଓ କ୍ଲିପ୍ସ ମଧ୍ୟ ଦେଖାଇଥିଲେ।

ଅଭିଯୋଗ ପାଇବା ପରେ ପୁଲିସ୍‌ ଅଭିଯୁକ୍ତଙ୍କୁ ଧରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ଅଭିଯୁକ୍ତମାନଙ୍କୁ ଟଙ୍କା ନେବା ବେଳେ ଧରିବା ପାଇଁ ପୁଲିସ୍‌ ଜାଲ୍‌ ବିଛାଇଥିଲା। ଯୋଜନା ମୁତାବକ କର୍ଣ୍ଣାଲ ପାର୍କରେ ଅଭିଯୁକ୍ତମାନେ ଖୁର୍ସିଦଙ୍କ ଠାରୁ ନଗଦ ୧.୪୦ ଲକ୍ଷ ଓ ୧ ଲକ୍ଷ ଟଙ୍କାର ଚେକ୍‌ ନେଉଥିବା ବେଳେ ପୁଲିସ୍‌ ସେମାନଙ୍କ ଉପରେ ଚଢ଼ଉ କରି ସମସ୍ତଙ୍କୁ ଗିରଫ କରିଥିଲା ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ରାଜବାଲାଙ୍କ ସହ ଦୀର୍ଘ ୬ ବର୍ଷ ଧରି ରିଜୱାନ ସମ୍ପର୍କ ରଖିଥିଲେ। ତେବେ ରିଜୱାନଙ୍କ ବାହାଘର ହୋଇଯିବାରୁ ରାଜବାଲାଙ୍କ ସହ ତାଙ୍କ ସମ୍ପର୍କର ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଏହାପରେ ହିଁ ରାଜବାଲାଙ୍କ ଝିଆରୀ ରିଜୱାନଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଆଣିଥିଲେ।



from Odisha Reporter https://ift.tt/2ymKjuS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages