ଫ୍ୟାନ୍‌ଙ୍କୁ ଏମିତି ଧକ୍କା ମାରିଥିଲେ ଜନ୍‌ ଆବ୍ରାହମ୍‌! ଭିଡିଓ ଭାଇରାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 16, 2018

ଫ୍ୟାନ୍‌ଙ୍କୁ ଏମିତି ଧକ୍କା ମାରିଥିଲେ ଜନ୍‌ ଆବ୍ରାହମ୍‌! ଭିଡିଓ ଭାଇରାଲ୍‌

john

ମୁମ୍ବାଇ: ସୋଶାଲ୍‌ ମିଡିଆରେ ଜନ୍‌ ଆବ୍ରାହମ୍‌ଙ୍କ ଏକ ପୁରୁଣା ଭିଡିଓ ଏବେ ଭାଇରାଲ୍‌ ହୋଇଛି। ଭିଡିଓରେ ନିଜ ଫ୍ୟାନ୍‌ଙ୍କୁ ଜନ୍‌ ରୁକ୍ଷ ଆଚରଣ କରୁଥିବା ଦେଖିବାକୁ ମିଳୁଛି। ତାଙ୍କ୍ ସହ ସେଲ୍ଫି ନେଉଥିବାବେଳେ କିଛି ଫ୍ୟାନ୍‌ଙ୍କୁ ସେ ଧକ୍କା ମାରୁଥିବାର ଭିଡିଓରେ ଦେଖିବାକୁ ମିଳିଛି।

ସୋଶାଲ୍‌ ମିଡିଆରେ ଏହି ଭିଡିଓ ଖୁବ୍ ଶେୟାର ହୋଇଛି। ଜନ୍‌ଙ୍କର ଏହି ରୂପ ଦେଖି ଫ୍ୟାନ୍‌ମାନେ ଖୁବ୍‌ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଆଉ କିଛି ଲୋକ ଜନ୍‌ଙ୍କ ଏପରି ବ୍ୟବହାରରେ ବ୍ୟଥିତ ହୋଇ ଏଣୁ ତେଣୁ କମେଣ୍ଟ୍‌ ମଧ୍ୟ ଦେଇଛନ୍ତି।

ତେବେ ଯେହେତୁ ଏହି ଭିଡିଓରେ ଦୁଇ ତିନିଟି ଘଟଣା ଏକାଠି ଦେଖିବାକୁ ମିଳୁଛି, ତେଣୁ ଏହା ଏଡିଟ୍ ହୋଇଥିବା ସ୍ପଷ୍ଟ ହୋଇଛି। ତେଣୁ ଏହି ଭିଡିଓରେ କେତେ ସତ୍ୟତା ଅଛି, ତାହା ଜଣା ପଡ଼ି ନାହିଁ। ବାସ୍ତବ ଜୀବନରେ ନିଜ ଶାନ୍ତ ସ୍ୱଭାବ ଓ ଲୁକ୍‌ ପାଇଁ ଖୁବ୍‌ ଲୋକପ୍ରିୟ ଥିବା ଜନ୍‌ଙ୍କ ଇମେଜ୍‌ ଏହି ଭିଡିଓରେ ପୂରା ଓଲଟା ଦେଖିବାକୁ ମିଳିଛି।

କୁହାଯାଉଛି, ଏବେ ଭାଇରାଲ୍‌ ହେଉଥିବା ଏହି ଭଡିଓ ଜନ୍‌ଙ୍କ କ୍ୟାରିଅର୍‌ ଆରମ୍ଭ ବେଳର।

 

 



from Odisha Reporter https://ift.tt/2yFY0Es

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages