
ସମ୍ବଲପୁର (ଓଡ଼ିଶା ରିପୋର୍ଟର): ବଡ଼ ଯଦି କ୍ଷେତ ଖାଇବ, ସେ କ୍ଷେତକୁ କେହି ରକ୍ଷା କରିପାରିବେ ନାହିଁ। ଅର୍ଥାତ ଯିଏ ଆପଣଙ୍କ ସୁରକ୍ଷା ଦାୟିତ୍ୱରେ ଅଛି, ସେ ଯଦି ଆପଣଙ୍କୁ କ୍ଷତି ପହଞ୍ଚାଇବ ତେବେ ଆପଣଙ୍କୁ ତା’ ପାଖରୁ ରକ୍ଷା କରିବା ପ୍ରାୟତଃ ଅସମ୍ଭବ। ଠିକ୍ ଏମିତି କାମ କରିଛନ୍ତି ଜଣେ ପୁଲିସ୍ ବାବୁ। ଅପରାଧ ନିୟନ୍ତ୍ରଣ ଓ ସମାଜରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଖାକି ପୋଷାକ ପିନ୍ଧିବା ବେଳେ ଶପଥ ନେଇଥିବା ଜଣେ ପୁଲିସ୍ ବାବୁ ନିଜେ ଅପରାଧର କାଦୁଅରେ ପଶି ବନ୍ଧା ହୋଇଛନ୍ତି।
ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲାରେ। ଲାଞ୍ଚ ନେଇ ପୁଲିସ୍ ବାବୁ ଜଣଙ୍କ ଭିଜିଲାନ୍ସ ଅଧିକାରୀଙ୍କ ହାବୁଡ଼ରେ ପଡ଼ିଛନ୍ତି।
୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଅଧିକାରୀମାନେ ପୁଲିସ୍ ବାବୁଙ୍କୁ ଗିରଫ କରିଛନ୍ତି। ଗିରଫ ପୁଲିସ୍ ବାବୁ ଜଣଙ୍କ ହେଲେ ସମ୍ବଲପୁର ସଦର ଥାନାର ଏଏସ୍ଆଇ କିଶୋର ବାଗ।
କିଶୋର ଜଣେ ଗାଡ଼ି ମାଲିକଙ୍କ ଗାଡ଼ି ଛାଡ଼ିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଗାଡ଼ି ମାଲିକ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ।
ଅଭିଯୋଗ ମିଳିବା ପରେ ପୁଲିସ୍ ବାବୁଙ୍କୁ ‘ଅନ୍ ଦି ସ୍ପଟ୍’ ଧରିବାକୁ ପ୍ରସ୍ତୁତ ହୋଇଥିଲା ଯୋଜନା।
ଗାଡ଼ି ମାଲିକ ଜଣଙ୍କ କିଶୋରଙ୍କୁ ଲାଞ୍ଚ ଟଙ୍କା ଦେବାକୁ ଯାଇଥିଲେ। କିଶୋର, ଗାଡ଼ି ମାଲିକଙ୍କଠାରୁ ଲାଞ୍ଚ ଟଙ୍କା ନେବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିନେଇଥିଲେ।
from Odisha Reporter https://ift.tt/2Sg3n66
No comments:
Post a Comment