ଦୀପିକାଙ୍କ ବାହାଘର: ଇଟାଲୀ ଯିବେ ବଲିଉଡ୍‌ର ଏହି ସେଲିବ୍ରିଟି, ଡିସେମ୍ବର ୧ରେ ମୁମ୍ବାଇରେ ପାର୍ଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 23, 2018

ଦୀପିକାଙ୍କ ବାହାଘର: ଇଟାଲୀ ଯିବେ ବଲିଉଡ୍‌ର ଏହି ସେଲିବ୍ରିଟି, ଡିସେମ୍ବର ୧ରେ ମୁମ୍ବାଇରେ ପାର୍ଟି

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ କପଲ୍‌ ଦୀପିକା ପାଦୁକୋନ୍‌ ଓ ରଣବୀର ସିଂହ ନଭେମ୍ବର୧୪,୧୫ରେ ବିବାହ କରିବାକୁ ଯାଉଛନ୍ତି। ଇଟାଲୀର ପ୍ରସିଦ୍ଧ ‘ଲେକ୍‌ କୋମୋ’ରେ ଏହି ବିବାହ ଉତ୍ସବ ହେବ। ଏହି ଆନୁଷ୍ଠାନିକ ବିବାହ ଉତ୍ସବ ପରେ ଉଭୟ ଦୀପିକା ଓ ରଣବୀର୍‌ ଡିସେମ୍ବର ୧ରେ ମୁମ୍ବାଇରେ ପାର୍ଟି ଦେବେ।

ଖବର ମୁତାବକ, ‘ଲେକ୍‌ କୋମୋ’ର ସବୁଠାରୁ ବିଳାସମୟ ହୋଟେଲ୍‌ ‘ଡେଲ୍‌ ବାଲାଡିଆନେଲୋ’ରେ ଦୁହେଁ ବିବାହ କରି ପାରନ୍ତି।

ସମୁଦ୍ର ଓ ଇନ୍ଦ୍ରଧନୁର ମିଳନ ସ୍ଥଳ କୁହାଯାଉଥିବା ଏହି ଭିଲ୍ଲା ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ବେଶ୍‌ ଜଣାଶୁଣା। ଏଠାରେ ଅନେକ ବିଶ୍ୱର ବହୁ ବିଶିଷ୍ଟ ତାରକାଙ୍କ ବିବାହ ହୋଇଥିବାରୁ ଏହାକୁ ‘ୱେଡିଂ ଡେଷ୍ଟିନେସନ୍‌’ ବୋଲି କୁହାଯାଉଛି।

ଏହି ହୋଟେଲ୍‌ର ଭଡ଼ା ଦୈନିକ ୮.୫ ଲକ୍ଷରୁ ନେଇ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଦୀପିକା ଓ ରଣବୀରଙ୍କ ବାହାଘରରେ ପାଖାପାଖି ୩୦ଜଣ ଅତିଥି ଯୋଗ ଦେବେ। ଏହି ୩୦ ଜଣ ବଛା ବଛା ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରେ ବଲିଉଡ୍‌ର କିଛି ବ୍ୟକ୍ତିତ୍ୱ ମଧ୍ୟ ଅଛନ୍ତି।

ଶୁଣିବାକୁ ମିଳୁଛି ଏହି ବିବାହ ଉତ୍ସବରେ ବଲିଉଡ୍‌ ଷ୍ଟାର୍‌ ଅର୍ଜୁନ୍‌ କପୁର ଯୋଗ ଦେଇ ପାରନ୍ତି। କୁହାଯାଉଛି, ରଣବୀର ଓ ଅର୍ଜୁନ୍‌ ଦୁହେଁ ଖୁବ୍‌ ଭଲ ବନ୍ଧୁ।

ସୂଚନା ଅନୁସାରେ. ଇଟାଲୀରେ ହେବାକୁ ଯାଉଥିବା ଏହି ବିବାହ ଉତ୍ସବରେ ଅର୍ଜୁନ୍‌ଙ୍କ ବ୍ୟତୀତ କିଙ୍ଗ୍‌ ଖାନ୍‌ ଶାହାରୁକ୍‌ ଓ ବଲିଉଡ୍‌ର ଲୋକପ୍ରିୟ ନିର୍ଦ୍ଦେଶକ କରନ୍‌ ଜୋହର୍‌ ଯୋଗ ଦେଇ ପାରନ୍ତି। କରନ୍‌ ଓ ଶାହାରୁକ୍‌ଙ୍କ ସହ ଦୀପିକାଙ୍କ ସମ୍ପର୍କ ଖୁବ୍‌ ଭଲ।



from Odisha Reporter https://ift.tt/2R9evAA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages