ଗୁଜରାଟ୍‌: ଲୁଙ୍ଗି ପିନ୍ଧିଥିବାରୁ ୭ ଜଣଙ୍କୁ ପିଟିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 17, 2018

ଗୁଜରାଟ୍‌: ଲୁଙ୍ଗି ପିନ୍ଧିଥିବାରୁ ୭ ଜଣଙ୍କୁ ପିଟିଲେ

ଭଦୋଦରା: ଗୁଜରାଟ୍‌ରେ ବାହାର ରାଜ୍ୟରୁ ଆସି କାର୍ଯ୍ୟ କରୁଥିବା ଲୋକଙ୍କ ଉପରେ ଆକ୍ରମଣ ବନ୍ଦ ହୋଇଯାଇଛି ବୋଲି ପୁଲିସ୍‌ ଓ ସରକାର କହୁଥିଲେ ହେଁ ବାସ୍ତବତା କିନ୍ତୁ ଭିନ୍ନ ଚିତ୍ର ବୟାନ କରୁଛି। ବିହାରର ମଧୁବନୀ ଜିଲ୍ଲାରୁ ଆସି ଗୁଜରାଟ୍‌ରେ କାର୍ଯ୍ୟରତ ଜଣେ ଇଞ୍ଜିନିୟର ଓ ୬ ଜଣ ପାଣି ପାଇପ୍‌ ମିସ୍ତ୍ରୀଙ୍କୁ କିଛି ଲୋକ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି। ଏମାନେ ଲୁଙ୍ଗି ପିନ୍ଧିଥିବାରୁ ଗୁଜରାଟବାସୀ ନୁହନ୍ତି ବୋଲି ଆକ୍ରମଣକାରୀମାନେ କହିବା ସହ ସେମାନଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି।

ଏହା ସତ୍ତ୍ୱେ ମଧ୍ୟ ପୁଲିସ୍‌ ଏହାକୁ ‘ହେଟ୍‌ କ୍ରାଇମ୍‌’ ବୋଲି ମାନିବାକୁ ପ୍ରସ୍ତୁତ ନୁହେଁ। ତେବେ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣଙ୍କୁ ପୁଲିସ୍‌ ଧରିବାରେ ସକ୍ଷମ ହୋଇଛି।

ଭଦୋଦରା ମ୍ୟୁନିସ୍‌ପାଲଟି କର୍ପୋରେସନ୍‌ର ଏକ ପ୍ରାଥମିକ ସ୍କୁଲର ଏକ କୋଠା ନିର୍ମାଣ କାର୍ଯ୍ୟରେ ଇଞ୍ଜିନିୟର ଶତୃଘ୍ନ ଯାଦବ ଓ ୬ ଜଣ ପାଣି ପାଇପ୍‌ ମିସ୍ତ୍ରୀ ନିୟୋଜିତ ହୋଇଥିଲେ। କାମ ସରିବା ପରେ ଶ୍ରୀ ଯାଦବ ଓ ଅନ୍ୟମାନେ ଲୁଙ୍ଗି ପିନ୍ଧି ବସିଥିବା ବେଳେ କେୟୁର ପାରମାର ନାମକ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ସହ ସାମା ଅଞ୍ଚଳର କିଛି ଲୋକ ସେଠାରେ ପହଞ୍ଚିଥିଲେ। ପ୍ରଥମେ ଲୋକମାନେ ୭ ଜଣଙ୍କୁ ସେମାନଙ୍କ ଘର କେଉଁଠି ବୋଲି ପଚାରିବା ପରେ ସଂଘବଦ୍ଧ ଆକ୍ରମଣ କରିଥିଲେ।

ତେବେ ଯାଦବ ସଙ୍ଗେସଙ୍ଗେ ପୁଲିସ୍‌କୁ ଫୋନ୍‌ କରିଦେବାରୁ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। କିନ୍ତୁ ଯିବା ପୂର୍ବରୁ ଦୁର୍ବୃତ୍ତମାନେ ସମସ୍ତଙ୍କୁ ତୁରନ୍ତ ସହର ଛାଡ଼ି ଚାଲିଯିବାକୁ ଧମକ ଦେଇଥିଲେ। ପୁଲିସ୍‌ ଯାଦବ ଓ ଅନ୍ୟମାନଙ୍କୁ ପୁଲିସ୍‌ ଷ୍ଟେସନ୍‌ ନେଇ ବୟାନ୍ ରେକର୍ଡ କରି ଛାଡ଼ିଦେଇଥିଲା। ସେମାନେ ନିର୍ମାଣାଧୀନ କୋଠାକୁ ଫେରି ଆସିବା ବେଳେ ସେଠାରେ ଥିବା ଯାଦବଙ୍କ ବାଇକ୍‌ ଓ ଦୁଇଟି ଚେୟାରକୁ ଦୁର୍ବୃତ୍ତମାନେ ପୋଡ଼ି ଦେଇଥିବା ଦେଖିବାକୁ ପାଇଥିଲେ।



from Odisha Reporter https://ift.tt/2NKVD8I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages