#MeToo: ଆକବରଙ୍କ ବିରୋଧରେ ଏକାଠି ହେଲେ ୨୦ ସାମ୍ବାଦିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 17, 2018

#MeToo: ଆକବରଙ୍କ ବିରୋଧରେ ଏକାଠି ହେଲେ ୨୦ ସାମ୍ବାଦିକ

ନୂଆଦିଲ୍ଲୀ: ଯୌନ ବ୍ୟଭିଚାର ମାମଲାରେ ଫସିଥିବା କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମଜେ ଆକବରଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆକବର ତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିବା ସାମ୍ବାଦିକ ପ୍ରିୟା ରମାନିଙ୍କ ନାଁରେ ମାନହାନି ମାମଲା କରିଥିବା ବେଳେ ଏବେ ଅନ୍ୟ ୨୦ ଜଣ ମହିଳା ସାମ୍ବାଦିକ ନୂଆ ଅଡ଼ୁଆ ସୃଷ୍ଟି କରିଛନ୍ତି।

ସେମାନେ ପ୍ରିୟାଙ୍କ ସମର୍ଥନରେ ବାହାରିବା ସହ ଆକବରଙ୍କ ବିରୋଧରେ ସେମାନେ ଆଣିଥିବା ଅଭିଯୋଗର ବିଚାର କରାଯାଉ ବୋଲି ମଧ୍ୟ ଦାବି କରିଛନ୍ତି। ଏଥିସହ ଆକବରଙ୍କ ବିରୋଧରେ ସେମାନଙ୍କ ବୟାନଙ୍କୁ ସାକ୍ଷ୍ୟ ଭାବେ ଗ୍ରହଣ କରାଯାଉ ବୋଲି କୋର୍ଟଙ୍କୁ ନିବେଦନ କରିଛନ୍ତି।

୨୦ ଜଣ ମହିଳା ସାମ୍ବାଦିକଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ ଆକବର ମାନହାନି କେସ୍‌ କରିଥିବା କୋର୍ଟଙ୍କୁ ଆମେ ଏତିକି ଅନୁରୋଧ କରୁଛି କି ସେ ଆମେମାନେ ଆଣିଥିବା ଯୌନ ଉତ୍ପୀଡ଼ନ ଅଭିଯୋଗର ମଧ୍ୟ ବିଚାର କରନ୍ତୁ। ଏହାବାଦ୍‌ ଯେଉଁମାନେ ଆକବରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣୁଛନ୍ତି, ସେମାନଙ୍କ ବୟାନକୁ ସାକ୍ଷ୍ୟ ଭାବେ ଗ୍ରହଣ କରାଯାଉ।”

ଏହି ମହିଳାମାନେ ୧୯୯୦ରେ ‘ଦି ଏସିଆନ୍‌ ଏଜ୍‌’ରେ ଆକବରଙ୍କ ସହ କାର୍ଯ୍ୟ କରୁଥିଲେ।

ଉଲ୍ଲେଖଯୋଗ୍ୟ, ବିଭିନ୍ନ ମିଡିଆ ହାଉସ୍‌ରେ କାର୍ଯ୍ୟରତ ମହିଳା ସାମ୍ବାଦିକମାନେ ଆକବରଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ସାଂଘାତିକ ଅଭିଯୋଗ ଆଣିବାରେ ଲାଗିଛନ୍ତି।



from Odisha Reporter https://ift.tt/2pV3mHY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages